ଜାମକୋଳି ସିରକାର ଉପକାରିତ ଏବଂ ଏହା ପ୍ରସ୍ତୁତ କରିବାର ପ୍ରଣାଳୀ ।

Spread the love

ସିରିକା ଇଂରାଜୀ ଅର୍ଥ ଭିନେଗାର (ତରଳ ପଦାର୍ଥ)

ଜାମକୋଳି ଭଳି ଜାମକୋଳିର ସିରକା ମଧ୍ୟ ବହୁତ ଉପଯୋଗୀ ହୋଇଥାଏ ଏବଂ ଏହାକୁ ପିଇଲେ ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ଆପଣ ଜାମକୋଳିର ସିରକା ସହଜରେ ଘରେ ତିଆରି କରି ପାରିବେ । ଜାମକୋଳି ସିରକା ପିଇଲେ କଣ କଣ ଲାଭ ମିଳିଥାଏ ଏବଂ ଜାମକୋଳି ସିରକା କିପରି ପ୍ରସ୍ତୁତ କରାଯାଏ, ତାହାର ସୂଚନା ନିମ୍ନରେ ଦିଆଯାଇଛି । ଆସନ୍ତୁ ଜାଣିବା ।

ଜାମକୋଳିର ସିରକାର ଫାଇଦା :

ପାଚନ ତନ୍ତ୍ରକୁ କରେ ମଜବୁତ :

:

ଜାମକୋଳି ସିରକା ପିଇଲେ ପାଚନ ତନ୍ତ୍ର ଉପରେ ଭଲ ପ୍ରଭାବ ପଡ଼ିଥାଏ ଏବଂ ପେଟ ସମ୍ବନ୍ଧିତ ଅନେକ ରୋଗରୁ ଉପଶମ ମିଳିଥାଏ । ତେଣୁ ଆପଣଙ୍କୁ କଷ୍ଟକଠିନ୍ୟ। ଗ୍ୟାସ କିମ୍ବା ପେଟ ବ୍ୟଥା ହେଲେ ଜାମକୋଳି ସିରକା ପିଅନ୍ତୁ । ଏକ ଚାମଚ ଜାମକୋଳି ସିରକା ପିଇଲା ମାତ୍ରେ ହିଁ ଆପଣଙ୍କ ପେଟକୁ ବହୁତ ଆରାମ ଲାଗିବ ।

ସୁଗରର ମାତ୍ରାକୁ ନିୟନ୍ତ୍ରଣ ରଖେ :

ମଧୁମେହ ରୋଗୀଙ୍କ ପାଇଁ ଜାମକୋଳି ସିରକା ବହୁତ ଗୁଣକାରୀ ହୋଇଥାଏ ଏବଂ ଏହାକୁ ପିଇଲେ ସୁଗରର ମାତ୍ରା ନିୟନ୍ତ୍ରଣରେ ରହିଥାଏ । ସେଥିପାଇଁ ସୁଗର ରୋଗୀମାନଙ୍କୁ ପ୍ରତିଦିନ ଜାମକୋଳି ସିରକା ପିଇବା ଉଚିତ । ଏହାକୁ ପିଇଲେ ରକ୍ତରେ ସୁଗରର ମାତ୍ରା ବଢେ ନାହିଁ ଏବଂ ସୁଗର ନିୟନ୍ତ୍ରଣରେ ରହେ ।

କାଶ ପାଇଁ ଲାଭଦାୟକ :

କାଶ ହେଲେ ଆପଣ ଜାମକୋଳିର ସିରକା ପିଅନ୍ତୁ । ଜାମକୋଳିର ସିରକା ପିଇଲେ କାଶ ତୁରନ୍ତ ଠିକ୍ ହୋଇଯାଏ ଏବଂ କଫ ସମସ୍ୟାରୁ ମଧ୍ୟ ଉପଶମ ମିଳିଥାଏ । କାଶ ଛଡା ଗଳା ଖରାପ ହେଲେ ମଧ୍ୟ ଜାମକୋଳି ସିରକା ପିଅନ୍ତୁ, ଦେଖିବେ ଗଳା ପୂରାପୂରି ଠିକ ହୋଇଯିବ ।

ପାଟିର ଘା’ଆ ଠିକ ହୁଏ :

ପାଟିରେ ଘା’ଆ ହେଲେ ଜାମକୋଳିର ସିରକା ପିଅନ୍ତୁ । ଜାମକୋଳି ସିରକା ପିଇଲେ ଆପଣଙ୍କ ପାଟିର ଘା’ଆ ତୁରନ୍ତ ଭଲ ହୋଇଯିବ । ଘା’ଆ ବ୍ୟତୀତ ଦାନ୍ତ ମାଢିରେ କଷ୍ଟ ହେଲେ ଯଦି ଆପଣ ଜାମକୋଳି ସିରକା ପିଅନ୍ତି; ତେବେ ଦାନ୍ତ ମାଢିରେ ହେଉଥିବା କଷ୍ଟ ଦୂର ହୋଇଯାଏ ।

ଲିଭର୍ ପାଇଁ ଲାଭପ୍ରଦ :

ଜାମକୋଳି ସିରକା ପିଇଲେ ଲିଭର୍ ସମ୍ପୂର୍ଣ୍ଣ ରୂପେ ଠିକ ରହେ ଏବଂ ସଠିକ ରୂପେ କାର୍ଯ୍ୟ କରେ । ଲିଭର୍ ଛଡା କିଡ୍ନୀ (ବୃକକ) ପାଇଁ ମଧ୍ୟ ଜାମକୋଳି ସିରକା ଲାଭବାନ ପ୍ରମାଣିତ ହୋଇଥାଏ ।

ରୋଗ ପ୍ରତିରୋଧକ କ୍ଷମତା ବଢାଏ :

ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ମଧ୍ୟ ଜାମକୋଳି ସିରକା ଫଳପ୍ରଦ ବୋଲି ପ୍ରମାଣିତ ହୋଇଥାଏ ଏବଂ ପ୍ରତିଦିନ ଦୁଇ ଥର ଜାମକୋଳି ସିରକା ପିଇଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ଉପରେ ଭଲ ପ୍ରଭାବ ପଡ଼ିଥାଏ । ଏମିତି କୁହାଯାଏ କି ଯେଉଁ ଲୋକମାନେ ପ୍ରତିଦିନ ଏହାକୁ ସେବନ କରନ୍ତି, ତାଙ୍କ ଶରୀର ଭିତରୁ ବହୁତ ମଜବୁତ ହୋଇଯାଏ ଏବଂ ଶରୀର ଅନେକ ପ୍ରକାର ରୋଗରୁ ରକ୍ଷା ପାଇଥାଏ ।

ବାନ୍ତି ଲାଗିଲେ ପିଅନ୍ତୁ ସିରକା :

ବାନ୍ତି ଆସିଲେ ଆପଣ ଜାମକୋଳି ସିରକା ସେବନ କରନ୍ତୁ । ଜାମକୋଳି ସିରକା ପିଇଲେ ମନ ଏକଦମ ହାଲୁକା ହୋଇଯାଏ ଏବଂ ବାନ୍ତି ସମସ୍ୟାରୁ ମୁକ୍ତି ମିଳିଥାଏ । ବାନ୍ତି ବ୍ୟତୀତ ଡାଇରିଆ ହେଲେ ମଧ୍ୟ ଜାମକୋଳି ସିରକା ପିଲାର ଡାଇରିଆଋ ଉପଶମ ମିଳିଥାଏ ।

“ଭିଟାମିନ୍-ସି”ର ଅଭାବକୁ ଦୂର କରେ :

ଜାମକୋଳି ସିରକାରେ ଭିଟାମିନ-ସି ଭରପୁର ମାତ୍ରାରେ ଥାଏ । ସେଥିପାଇଁ ଭିଟାମିନ-ସିର ଅଭାବ ପରିଲକ୍ଷିତ ହେଲେ ଆପଣ ଜାମକୋଳି ସିରକା ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ଶରୀରରେ ଭିଟାମିନର ଅଭାବ ଦୂର ହୋଇଥାଏ ।

କିପରି ପ୍ରସ୍ତୁତ କରିବେ ଜାମକୋଳି ସିରକା :

ଜାମକୋଳି ସିରକା ଆପଣ ସହଜରେ ଆପଣଙ୍କ ଘରେ ପ୍ରସ୍ତୁତ କରିପାରିବେ । ଜାମକୋଳି ସିରକା ପ୍ରସ୍ତୁତ କରିବା ଆପଣଙ୍କୁ କିଛି ଜାମକୋଳିର ଆବଶ୍ୟକ । ଆପଣ ପ୍ରଥମେ ଜାମକୋଳିକୁ ପାଣିରେ ଭଲ ରୂପେ ଧୋଇ ଦିଅନ୍ତୁ ଏବଂ ଏହାପରେ ଗୋଟେ ବାସନରେ ରଖି ସେହି ସବୁ ଜାମକୋଳିକୁ ଖରାରେ ରଖନ୍ତୁ । ଏକ ସପ୍ତାହ ପର୍ଯ୍ୟନ୍ତ ଜାମକୋଳିକୁ ଖରାରେ ଶୁଖେଇଲା ପରେ ତାକୁ କୁଟି ଦିଅନ୍ତୁ ଏବଂ ପରେ ଏହି କୁଟି ହୋଇଥିବା ଜାମକୋଳିକୁ ସୁତ କପଡ଼ାରେ ପକାଇ ତା’ର ରସ ବାହାର କରନ୍ତୁ । ଏହି ରସକୁ ଆପଣ ଶିଶିରେ ଭାରି ରଖି ଦିଅନ୍ତୁ । ଆପଣ ଯଦି ଚାହିଁବେ, ତେବେ ଏହି ରସରେ ଲୁଣ ଏବଂ ଗୋଲମରିଚ ମଧ୍ୟ ପକେଇ ପାରିବେ । ଏହିପରି ଭାବରେ ଆପଣଙ୍କର ଜାମକୋଳି ସିରକା ପ୍ରସ୍ତୁତ ହୋଇଯିବ । ଅନେକ କମ୍ପାନୀ ମାନଙ୍କ ଦ୍ୱାରା ଜାମକୋଳି ସିରକା ବିକ୍ରୀ କରାଯାଉଛି ଏବଂ ଆପଣ ଚାହିଁବେ ଯଦି ଏହାକୁ ବଜାରରୁ ମଧ୍ୟ କିଣିପାରିବେ ।

ଏହି ସବୁ କଥା ଗୁଡିକ ଧ୍ୟାନ ରଖନ୍ତୁ :

ଜାମକୋଳି ଏକ ଲାଭଦାୟକ ଫଳ ଅଟେ ଏବଂ ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାର ଲାଭ ମିଳିଥାଏ ।

ଏହି ଫଳର ସିରକା ପିଇବା ସମୟରେ ଟିକେ ଧ୍ୟାନ ଦେବେ ଯେ, କେବେ ମଧ୍ୟ ଭୋଜନ କରିବା ପରେ ପରେ ଜାମକୋଳି ସିରକା ପିଇବେ ନାହିଁ ।

ଜାମକୋଳି ସିରକା ଆପଣ ସର୍ବଦା ଭୋଜନ କରିବାର ଏକ ଘଣ୍ଟା ପରେ ହିଁ ପିଇବେ ।

ଜାମକୋଳି ସିରକା ପିଇବାର ଅତିକମରେ ଏକ ଘଣ୍ଟା ପର୍ଯ୍ୟନ୍ତ ଆପଣ ଦହି କିମ୍ବା କ୍ଷୀର ପିଇବେ ନାହିଁ ।