ଟମାଟ ସହିତ ଜଡିତ ୬ଟି ଉପଚାର, ଯାହା ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ …..

Spread the love

କିଡ଼ନୀରେ ପଥର ବା (Stone) ଠାରୁ ଆରମ୍ଭ କରି ରକ୍ତରେ ମଧୁମେୟକୁ କେମିତି ନିୟନ୍ତ୍ରଣ କରିଥାଏ ଓ ଟମାଟର ଉପକାରିତା ବିଷୟରେ ଆସନ୍ତୁ ଜାଣନ୍ତୁ ।

ଟମାଟ ସମସ୍ତଙ୍କ ଘରେ ବ୍ୟବହାର ହୋଇଥାଏ । ଅଧିକାଂଶ ଲୋକ ଏହାର ବ୍ୟବହାର ତରକାରୀରେ କରିଥାନ୍ତି । ଟମାଟ ଖାଇବାକୁ ଯେତେ ଭଲ ଲାଗେ, ତାର ଉପକାରିତା ଆମ ଶରୀର ପାଇଁ ତାଠାରୁ ଅଧିକ ପ୍ରଯୁଜ୍ୟ । ଖାଲି ଏତିକି ନୁହେଁ, ଆପଣ ଟମାଟ ଖାଇ ନିଜ ଶରୀରକୁ ରୋଗ ମୁକ୍ତ କରି ପାରିବେ । କିନ୍ତୁ ଆପଣ ଏହାକୁ ପ୍ରତିଦିନ ଖାଇବାରେ ବ୍ୟବହାର କରନ୍ତୁ ।

ଟମାଟର ଉପକାରିତା :

ପୋଷଣ ତତ୍ୱ :

ଟମାଟରେ ଭିଟାମିନ୍ ‘ଏ’ ଓ ଭିଟାମିନ ‘ସି’ ଭରପୁର ମାତ୍ରାରେ ରହିଛି । ଯାହାକି ଶରୀର ପାଇଁ ବହୁତ ଦରକାରୀ ଅଟେ । ସେଥିପାଇଁ ଯେଉଁ ଲୋକଙ୍କ ଠାରେ ଭିଟାମିନର ଅଭାବ ଅଛି, ସେମାନେ ଟମାଟ ଖାଇବା ନିହାତି ଲାଭଦାଯକ ହେବ ।

ରକ୍ତରେ ଥିବା ମଧୁମେୟକୁ ନିୟନ୍ତ୍ରଣ କରିଥାଏ ଟମାଟୋ :

ଟମାଟରେ ଆଲଫା ଲିଫୋଇକ ନାମକ ଏସିଡ୍ ରହିଛି; ଯାହା କି ଶରୀରର ରକ୍ତରେ ଥିବା ମଧୁମେୟକୁ ନିୟନ୍ତ୍ରଣ କରିଥାଏ । ଏଥିପାଇଁ ଯେଉଁ ଲୋକମାନେ ମଧୁମେୟରେ ପୀଡିତ ଅଛନ୍ତି, ସେହି ବ୍ୟକ୍ତିମାନେ ଟମାଟ ଖାଇବା ନିହାନ୍ତି ଜରୁରୀ ଅଟେ । ତାହା ସହ ଯେଉଁ ବ୍ୟକ୍ତି ମଧୁମେୟର ଶିକାର ହୋଇ ନାହାନ୍ତି, ଯଦି ସେମାନେ ଟମାଟୋ ଖାଆନ୍ତି ତାହେଲେ ସେମାନେ ମଧୁମେୟର ଶିକାର ହୋଇନଥାନ୍ତି ।

ହୃଦୟ ପାଇଁ ଟମାଟ ଲାଭଦାୟାକ :

ଡାକ୍ତରଙ୍କ ଗବେଷଣା ଅନୁସାରେ ଯେଉଁ ବ୍ୟକ୍ତି ପ୍ରତିଦିନ ୪୦୩୯ ଏମଜି ପୋଟାସିୟମ ଖାଆନ୍ତି, ସେମାନେ ହୃଦୟ ସମ୍ବନ୍ଧିତ ରୋଗର ଶିକାର ହୋଇନଥାନ୍ତି । ପୋଟାସିୟମ ସମ୍ବନ୍ଧିତ ଖାଦ୍ୟ ଖାଇବା ଦ୍ଵାରା ୪୯ ପ୍ରତିଶତ ଲୋକ ହୃଦୟ ରୋଗରୁ ତ୍ରାହି ପାଇଛନ୍ତି । ଟମାଟରେ ବେଶୀ ପରିମାଣର ଫାଇବର ଓ ପୋଟାସିୟମ୍ ରହିଛି । ଏଥିପାଇଁ ଟମାଟ ହୃଦୟ ପାଇଁ ବହୁତ ଭଲ ବୋଲି ଗବେଷକମାନେ ମତବ୍ୟକ୍ତ କରିଛନ୍ତି । ଟମାଟ ସୁପ୍ ରେ ଅଧିକ ପରିମାଣର ପୋଟାସିୟମ୍ ରହିଛି, ସେଥିପାଇଁ ଆପଣ ଟମାଟରେ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମଧ୍ୟରୁ ସୁପ୍ ପିଇବା ବହୁତ ଲାଭ ଦାୟକ ।

ବୃକକ ପାଇଁ ଟମାଟ :

ଆପଣଙ୍କୁ ଯଦି ପଥରି ରୋଗ (ଷ୍ଟୋନ୍)ର ସମସ୍ୟା ଅଛି, ତାହେଲେ ଆପଣ ନିୟମିତ ଟମାଟ ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ପଥରି ରୋଗରୁ ଉପଶମ ମିଳିଥାଏ । ଏଥିପାଇଁ ଯାହାକୁ ବି ପଥରି ରୋଗ ଅଛି ସେମାନେ ଟମାଟୋ ଖାଇବା ଆରମ୍ଭ କରିଦିଅନ୍ତୁ ।

ଗର୍ଭାବସ୍ଥାରେ ଟମାଟର ଉପକାରିତା :

ଗର୍ଭବତୀ ମହିଳାମାନଙ୍କ ପାଇଁ ଟମାଟୋର ଫାଇଦା ବହୁତ । କାରଣ ଏଥିରେ ବହୁତ ପରିମାଣର ପୋଷାକ ତତ୍ୱ ଆଉ ଭିଟାମିନ ରହିଛି ଯାହା ମହିଳା ଓ ଗର୍ଭରେ ବଢୁଥିବା ସନ୍ତାନର ବିକାଶ ପାଇଁ ବହୁତ ଜରୁରୀ ଅଟେ ।

ଚେହେରାର ଚମକତ୍ଵ ପାଇଁ ଟମାଟ :

ଟମାଟରେ ଲିଫୋଇକ ନାମକ ଏସିଡ୍ ଅଛି ଯାହାକି ସୂର୍ଯ୍ୟ କିରଣରୁ ରକ୍ଷା କରିଥାଏ । ଏଥିପାଇଁ ଆପଣ ଯେତେବେଳେ ବହୁତ ସମୟ ପର୍ଯ୍ୟନ୍ତ ଖାରରେ ବୁଲୁଛନ୍ତି ସେତେବେଳେ ଆପଣ ଘରକୁ ଆସି ଟମାଟ ରସକୁ ନିଜ ମୁହଁରେ ଲଗାନ୍ତୁ । ଯାହା ଫଳରେ ଅପଣଙ୍କ ଚେହେରାରେ ପୁଣି ଥରେ ଚମକତ୍ଵ ଫେରି ଆସିବା ।

ଜାଣନ୍ତୁ କେମିତି ଖାଇବେ ଟମାଟକୁ :

ଟମାଟକୁ ତରକାରୀ କରିବା ପାଇଁ ବ୍ୟବହାର କରଯାଏ । ଏହା ସହ ଲୋକମାନେ ଟମାଟ ସୁପ୍ କରି ପିଇଥାନ୍ତି । କିଛି ଲୋକ ଟମାଟକୁ ସାଲଡରେ ମଧ୍ୟ ଖାଇଥାନ୍ତି । ଏଥିପାଇଁ ଆପଣ ଟମାଟକୁ ସାଲଡରେ କିମ୍ବା ସୁପ୍ କରି ପିଇଲେ ଅଧିକ ଲାଭ ପାଇପାରିବେ । ଯଦି ନିୟମିତ ଭାବରେ ଆପଣ ଟମାଟକୁ ସୁପ୍ କରି ପିଅନ୍ତି, ତାହେଲେ ଆପଣ ବହୁତ ଲାଭ ପାଇପାରିବେ ।