କଞ୍ଚା ପିଆଜ ଖାଇବା ଦ୍ଵାରା ଏହି ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । ଆସନ୍ତୁ ଜାଣିବା ।

Spread the love

ପିଆଜରେ ଏମିତି କିଛି ରାସାୟନିକ ତତ୍ତ୍ୱ ରହିଛି ଯାହା ଆମେ ଜାଣି ନାହୁଁ । କଞ୍ଚା ପିଆଜ ଖାଇବା ଫଳରେ ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢେ । ଆପଣ କଞ୍ଚା ପିଆଜ ଖାଉଛନ୍ତି କି ? ଯଦି ଖାଉ ନାହାନ୍ତି ତେବେ ଆଜିଠାରୁ କାଞ୍ଚ ପିଆଜ ଖାଇବା ଆରମ୍ଭ କରନ୍ତୁ । କାହିଁକି ନା ପିଆଜରେ ଅତ୍ୟାଧିକ ମାତ୍ର ରେ ସଲଫର ଓ ଅନ୍ୟାନ୍ୟ ଭିଟାମିନ ରହିଛି । ଯାହା ଦ୍ୱାରା ଆମେ ଅନେକ ରୋଗରୁ ମୁକ୍ତି ପାଇପରିବା । କାଞ୍ଚ ପିଆଜକୁ ଆମେ ସାଲେଟ, ସାଣ୍ଡଉଚ, ଚାଟରେ ଖାଇପାରିବା ।

କଞ୍ଚା ପିଆଜ ଖାଇବା ଦ୍ୱାରା ଆମ ପାଟିରୁ ଦୂର୍ଗନ୍ଧ ବାହାରୁଛି । ଏହି କଥା ଭାବି ଖାଉନାହାନ୍ତି କି ? କଞ୍ଚା ପିଆଜ ଖାଇବା ପରେ ଭଲ ଭାବରେ ଦାନ୍ତ ସଫା କରିନିଅନ୍ତୁ, ପାଟିରୁ ଦୁର୍ଗନ୍ଧ ବାହାରିବ ନାହିଁ । ଆସନ୍ତୁ ଜାଣିବା କଞ୍ଚା ପିଆଜ ଖାଇବା ଆମ ଶରୀର ପାଇଁ କେତେ ଉପକାରୀ :

କୋଷ୍ଟ ବଦ୍ଧତା :

ପିଆଜ ଏକ ତନ୍ତୁ ଜାତୀୟ ଖାଦ୍ୟ । ପିଆଜ ଖାଇବା ଦ୍ୱାରା ପେଟରେ ରହିଥିବା କେତେକ କ୍ଷତିକାରକ ଜୀବାଣୁ ନଷ୍ଟ ହୋଇଥାଏ । ଏବଂ ପେଟ ସୁସ୍ଥ ରହେ । ଯାହା ଦ୍ୱାରା କୋଷ୍ଟ ବଦ୍ଧତା ଦୂର ହୁଏ ।

ରକ୍ତ ବୋହିବା ସମସ୍ୟାରୁ ମୁକ୍ତି ମିଳେ : (Beneficial in bleeding problem)

ଯଦି ଆପଣଙ୍କ ନାକରୁ ବୋହୁଛି, ତେବେ କଞ୍ଚା ପିଆଜ ସୁଙ୍ଗନ୍ତୁ । ଏତତ୍-ବ୍ୟତୀତ ଅର୍ଶ ମାଲକଣ୍ଟକ ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କଞ୍ଚା ପିଆଜ ଖାଆନ୍ତୁ ।

କ୍ୟାନ୍ସରର କୋଷକୁ ବଢ଼ିବାରେ ରୋକିଥାଏ : (Prevents cancer cells from growing)

ପିଆଜରେ ଅତ୍ୟାଧିକ ମାତ୍ରାରେ ସଲଫର ରହିଛି । ଯାହାଫଳରେ ଆମେ କଞ୍ଚା ପିଆଜ ଖାଇବା ଦ୍ୱାରା ପାକସ୍ଥଳୀ, ଫୁସଫୁସ, ପେଟ, ଛାତି ଜନିତ କ୍ୟାନ୍ସରରୁ ମୁକ୍ତି ମିଳିଥାଏ ।

ଗଳା ପ୍ରଦାହ ଦୂର କରେ : (Erase sore throat)

ଥଣ୍ଡା-ସାର୍ଦ୍ଦି, କଫ ଜନିତ ସମସ୍ୟାରୁ ରକ୍ଷା ମିଳେ । ପିଆଜ ରସରେ ଗୁଡ଼ ବା ମହୁ ମିଶାଇ ପିଇବା ଦ୍ୱାରା ଗଳା ପ୍ରଦାହ ଦୂର ହୋଇଥାଏ ।

ମଧୁମେହ ରୋଗଙ୍କ ପାଇଁ ବିଶେଷ ଉପକୃତ : (Beneficial in diabetes)

କଞ୍ଚା ପିଆଜ ଖାଇବ ଦ୍ୱାରା ଶରୀରରେ Insulin ବା ମଧୁମେହ ରୋଗର ଔଷଧ ଉତ୍ପନ୍ନ ହୁଏ । ତେଣୁ କଞ୍ଚା ପିଆଜ ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଉପକୃତ ।

ରକ୍ତ ଚାପ ଓ ହୃଦରୋଗରୁ ମୁକ୍ତି : (Beneficial for B.P and Heart)

କଞ୍ଚା ପିଆଜ ଖାଇବା ଦ୍ୱାରା ଶରୀରର ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ଏବଂ ବନ୍ଦ ହୋଇଯାଇଥବା ଧମନୀଗୁଡିକ ମଧ୍ୟ ଦେଇ ରକ୍ତ ଚଳପ୍ରଚଳ କରେ, ଯାହାଫଳରେ ହୃଦରୋଗଅ ଆଶଙ୍କା ବହୁ ମାତ୍ରରେ କମିଯାଏ ।

ଏହି ଅନୁଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ । ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିନ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । !!ଜୟ ଜଗନ୍ନାଥ!!