ଶରୀରର ଏହି ଦୁଇଟି ଅଙ୍ଗରେ ପ୍ରତିଦିନ ସୋରିଷ ତେଲ ଲଗେଇଲେ ଅନେକ ଫାଇଦା ମିଳିଥାଏ, ଏଠାରେ ପଢନ୍ତୁ !

Spread the love

ସାଧାରଣତଃ ସମସ୍ତଙ୍କ ଘରେ ତରକାରୀ ଆଦି ରାନ୍ଧିବା ପାଇଁ ସୋରିଷ ତେଲକୁ ମୁଖ୍ୟ ରୂପେ ବ୍ୟବହାର କରଯାଏ । କିନ୍ତୁ ଆଜିକାଲି ଲୋକମାନେ ସୋରିଷ ତେଲ ପ୍ରତିବଦଳରେ ରିଫାଇନ ତେଲ ମଧ୍ୟ ବ୍ୟବହାର କରନ୍ତି କିନ୍ତୁ ସୋରିଷ ତେଲର ମହତ୍ୱ କିଛି ଅଲଗା ହୋଇଥାଏ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ସୋରିଷ ତେଲ ନା କେବଳ ଭୋଜନକୁ ସ୍ଵାଦିଷ୍ଟ କରିଥାଏ, ବରଂ ଆମ ସ୍ୱାସ୍ଥ୍ୟକୁ ମଧ୍ୟ ଅଧିକରୁ ଅଧିକ ପୌଷ୍ଟିକ କରିବାରେ ସହାୟକ ହୋଇଥାଏ । ଏହାଛଡା ଆପଣ ଏହା ମଧ୍ୟ ଜାଣିବା ଦରକାର ଯେ, ସୋରିଷ ତେଲ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଉଭୟ ପାଇଁ ବହୁତ ଲାଭବାନ ହୋଇଥାଏ ।

ବହୁତ ଲାଭବାନ ହୋଇଥାଏ ସୋରିଷ ତେଲ :

ଆପଣ ସାଧାରଣତଃ ଦେଖୁଥିବେ ଯେ, ଲୋକମାନେ ଗାଧୋଇବା ପୂର୍ବରୁ ନିଜ ଶରୀରରେ ତେଲ ଲାଗନ୍ତି, ସେ ତେଲ ଅନ୍ୟ କିଛି ନୁହେଁ ତାହା ସୋରିଷ ତେଲ ହୋଇଥାଏ । କେବଳ ଏତିକି ନୁହେଁ ବରଂ ଅନେକ ଥର ଶୁଣିଥିବେ, ଯେତେବେଳେ ଆପଣଙ୍କ ମୁଣ୍ଡ ବିନ୍ଧେ, ସେତେବେଳେ ବୟୋଜ୍ୟେଷ୍ଟ ମାନେ ପ୍ରଥମେ ସୋରିଷ ତେଲ ମାଲିସ କରିବା ପାଇଁ କହନ୍ତି, ଏହାଦ୍ୱାରା ଆରାମ ଲାଗେ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ପାରମ୍ପରିକ ଭାବେ ଖାଦ୍ୟ ରାନ୍ଧିବା ପାଇଁ ବ୍ୟବହାର କରାଯାଉ ଥିବା ସୋରିଷ ତେଲର ତୃତୀୟ ଗୁଣ ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ ପ୍ରକାର ସମସ୍ୟାର ଔଷଧ ରୂପେ କାର୍ଯ୍ୟ କରେ । ସୋରିଷ ତେଲର ପ୍ରୟୋଗରେ ଆମେ ଆମ ଶରୀରର ଅନେକ ଗମ୍ଭୀର ରୋଗ ଭଲ କରିପାରିବା । ଆଜି ଆପଣଙ୍କୁ ସେହି ଦୁଇଟି ଅଙ୍ଗ ବିଷୟରେ କହିବୁ, ଯେଉଁଥିରେ ସୋରିଷ ତେଲ ଲଗାଇଲେ ଅନେକ ଫାଇଦା ହୋଇଥାଏ ।

ସୋରିଷ ତେଲ ଲାଗେଇବାର ଫାଇଦା :

– ଆପଣଙ୍କୁ ଜଣେଇ ଦେଉଛୁ ଯେ, ସ୍ୱାସ୍ଥ୍ୟ ଅଭିଜ୍ଞଙ୍କ କହିବା ଅନୁସାରେ ଯଦି ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ସୋରିଷ ତେଲ ପାଦ ତଳେ ମାଲିସ କରିବା ଦ୍ଵାରା ଆଖି ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଯାଏ । ଯଦି ଏହି ପ୍ରକ୍ରିୟା ଆପଣ ସବୁ ଦିନେ କରନ୍ତି; ତେବେ, ଯଦି ଆପଣଙ୍କ ଦୃଷ୍ଟି ଶକ୍ତି କମି ଯାଇଥିଲେ ମଧ୍ୟ ବଢ଼ିବାକୁ ଲାଗିବ ଏବଂ ପ୍ରତ୍ୟେହ ଏହିପରି କରିଲେ ଏହିପରି ଏକ ଦିନ ଆସିବା, ଆପଣଙ୍କ ଆଖିରେ ବ୍ୟବହାର କରୁଥିବା ଚଷମାକୁ ମଧ୍ୟ ବାହାର କରିଦେବେ ।

– ଏହାଛଡା ଆପଣଙ୍କୁ ଏହା ମଧ୍ୟ କହି ରଖୁଛୁ ଯେ, ସୋରିଷ ତେଲ ବହୁତ ପୁଷ୍ଟିକର ହୋଇଥାଏ । ତେଣୁ ଏହାକୁ ଖାଦ୍ୟରେ ପ୍ରୟୋଗ କରାଯାଏ । ଯେହେତୁ ଏହାର ଦାନା ଗରମ ଯୁକ୍ତ ତେଣୁ ଏହାକୁ ଥଣ୍ଡା ଦିନରେ ଏହାର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

– ଏମିତି କୁହାଯାଏ କି, ଯଦି ଆପଣଙ୍କୁ ଭୋକ ଲାଗୁନାହିଁ ଏବଂ କୌଣସି କାରଣ ବଶତଃ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଲାଗୁ ନାହିଁ; ତେବେ ଏହିପରି ସ୍ଥିତିରେ ସୋରିଷ ତେଲ ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇଥାଏ । ସୋରିଷ ତେଲ ଆମ ପେଟରେ ଏପିଟାଇଜର (Appetizers) ଭଳି କାମ କରେ ଯାହା ଫଳରେ ଆମକୁ ଭୋକ ଲାଗେ ।

– ଆପଣଙ୍କୁ ଏହା ମଧ୍ୟ କହି ରଖିଛୁ ଯେ, ଯଦି ଆପଣ ସୋରିଷ ତେଲ ଆପଣଙ୍କ ନାଭିରେ ପକାନ୍ତି, ତେବ ଆପଣଙ୍କର ଚେହେରା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଚିର ଦିନ ପାଇଁ ଦୂର ହୋଇଯାଏ । ଯେପରି କି କଳାପଣ, ଭ୍ରଣ, ଇତ୍ୟାଦି । ଅନେକ ପ୍ରକାର ସମସ୍ୟା ପାଇଁ ସୋରିଷ ତେଲ ବହୁତ ଲାଭବାନ ହୋଇଥାଏ ।