ସକାଳୁ ଖାଲି ପେଟରେ ହାଲୁକା ଗରମ ପାଣି ସହିତ “ଗୋଲ ମରିଚ ଗୁଣ୍ଡ” ଖାଇଲେ ହୋଇ ଥାଏ ଏହିସବୁ ଲାଭ, ଆଜି ହିଁ ଜାଣି ନିଅନ୍ତୁ

ଘରର ମସଲା ଡବାରେ ସବୁବେଳେ ରହୁ ଥିବା ଏହି ଗୋଲ ମରିଚ କେବଳ ଗୋଟେ ମସଲା ହୋଇ ନ ଥାଏ, ଏଥିରେ ଔଷଧୀୟ ଗୁଣ ବି ଭର ପୁର ରହି ଥାଏ । ସକାଳୁ ଖାଲି ପେଟରେ ହାଲୁକା ଗରମ ପାଣି ସହିତ ଗୋଲ ମରିଚ ଗୁଣ୍ଡ ଖାଇଲେ ଆମକୁ ବହୁତ ପ୍ରକାରର ଶାରୀରିକ ଲାଭ ମିଳି ଥାଏ । ଆସନ୍ତୁ ତା’ହେଲେ ଏହି ପୋଷ୍ଟରେ ସେସବୁ ଲାଭ ବିଷୟରେ ଜାଣିବା ।

1) ଯଦି ଆପଣ ଆପଣଙ୍କର ଶରୀରର କ୍ୟାଲେରି ବର୍ଣ କରିବା ପାଇଁ କିମ୍ବା ଓଜନ କମ୍ କରିବାକୁ ଚାହାନ୍ତି , ତେବେ ଏହି ଗୋଲ ମରିଚ କୁ ଗୁଣ୍ଡ କରି ସକାଳୁ ହାଲୁକା ଗରମ ପାଣି ସହିତ ସେବନ କରନ୍ତୁ । ଏହା ଦ୍ୱାରା ଶରୀରରେ ବଢି ଥିବା ଫେଟ କମ୍ ହେବାରେ ଲାଗି ଥାଏ ।
2) ଯଦି ଆପଣଙ୍କୁ ଥଣ୍ଡା ହୋଇ ଯାଇଛି ତେବେ ଏହି ଗୋଲ ମରିଚ ର ଗୁଣ୍ଡ କ୍ଷୀରରେ ମିଶାନ୍ତୁ , ଆଉ ପିଅନ୍ତୁ । କିଛିଦିନ ଏମିତି କଲେ ଥଣ୍ଡା ସହିତ ଛିଙ୍କ ଆସିବା ମଧ୍ୟ ବନ୍ଦ ହୋଇ ଯିବ ।
3) ଯେଉଁ ଲୋକମାନଙ୍କ ଠାରେ କବ୍ଜ ସମସ୍ୟା ରହିଛି , ସେମାନେ ଗୋଟେ କପ ପାଣିରେ ଲେମ୍ବୁ ରସ, ଗୋଲ ମରିଚ ଗୁଣ୍ଡ ଆଉ ଲୁଣ ଟିକେ ଦେଇ ପିଇବା ଦରକାର, ଏଥିରେ ଗ୍ୟାସ ଆଉ କବ୍ଜର ସମସ୍ୟା କିଛି ଦିନ ଭିତରେ ଦୁରେଇ ଯିବ ।
4) ଯଦି ଆପଣଙ୍କର ଷ୍ଟେମିନା କମ୍ ଅନୁଭବ ହଉ ଥାଏ, ଆଉ ଏହାକୁ ବଢ଼େଇବାକୁ ଚାହୁଁଛନ୍ତି , ତେବେ ହାଲୁକା ଗରମ ପାଣି ସହିତ ଏହି ଗୋଲ ମରିଚ ଗୁଣ୍ଡ କୁ ସେବନ କରନ୍ତୁ , ଏହା ଦ୍ୱାରା ଶାରୀରିକ କ୍ଷମତା ବଢି ଥାଏ ।
5) ଯଦି ଆପଣଙ୍କୁ ଡି-ହାଇଡିଟ୍ରେସନର ସମସ୍ୟା ରହି ଥାଏ, ତେବେ ଆପଣ ଏହି ଗୋଲ ମରିଚ ଗୁଣ୍ଡକୁ ହାଲୁକା ଗରମ ପାଣିରେ ପିଅନ୍ତୁ । ଏମିତି କଲେ ଏହା ସମସ୍ୟାରୁ ମୁକ୍ତି ମିଳି ଥାଏ ।