ଯଦି ନ କରନ୍ତି ଏହି କାମ, ତେବେ ୩୧ ମାର୍ଚ୍ଚ ପରେ ବେକାର ହୋଇଯିବ ଆପଣଙ୍କ ପାନ କାର୍ଡ….

Spread the love

ବର୍ତ୍ତମାନ ସମୟରେ ପ୍ରାୟତଃ ସବୁ କାମରେ ପାନ କାର୍ଡ କୁ ବାଧ୍ୟତାମୂଳକ କରାଯାଇଛି। ପାନ କାର୍ଡ ଏକ ଜରୁରୀ ଦସ୍ତାବିଜ ବନି ଯାଇଛି ଯାହା ବିନା ଆମର ବହୁତ ସରକାରୀ ଓ ନିତିଦିନିଆ କାମ ଅଧା ରହିଯାଏ। କିନ୍ତୁ ଯଦି ଆପଣ ସରକାର ଙ୍କ ଆଦେଶ ଅନୁଯାୟୀ ପାନ କାର୍ଡ କୁ ଆଧାର କାର୍ଡ ସହ ଲିଙ୍କ କରି ନାହାନ୍ତି ତେବେ ଆପଣ ଏହି ଖବର ପଢିବା ନିତ୍ୟାନ୍ତ ଆବଶ୍ୟକ କାରଣ ସରକାର ଏଥିପାଇଁ କଡା ପଦକ୍ଷେପ ନେବାକୁ ଯାଉଛନ୍ତି ।

ଶୀଘ୍ର କରାନ୍ତୁ ଆଧାର କାର୍ଡ ସହ ଲିଙ୍କ

ଯଦି ଆପଣ ପାନ କାର୍ଡ ରଖିଛନ୍ତି ତେବେ ଆପଣ ତାହାକୁ ସରକାରଙ୍କ ଆଦେଶ ଅନୁସାରେ ଆଧାର କାର୍ଡ ସହ ଲିଙ୍କ କରିବା ଜରୁରୀ ଅଟେ । ସରକାରଙ୍କ ଆଦେଶ ଅନୁସାରେ ଯଦି କେହି ବି ପାନ କାର୍ଡ ଧାରକ ପାନ କୁ ଆଧାର ସହ ଲିଙ୍କ କରିବ ନାହିଁ ତ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ । ପାନ କାର୍ଡ କୁ ଆଧାର କାର୍ଡ ସହ ଲିଙ୍କ ନ କରିବା ଯୋଗୁ ଇଂକୋମଟେକ୍ସ ଦ୍ୱାରା ଆପଣଂକ ପାନ କାର୍ଡ ଇନଭେଲିଡ଼ ମାନି ନିଆଯିବ । ଏଥିପାଇଁ ଲିଙ୍କ କରିବାର ସମୟ ସୀମା ୩୧ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ରଖାଯାଇଛି ।

ରଦ୍ଦ ହୋଇଯିବ ପାନ କାର୍ଡ

ଭାରତ ସରକାର ଙ୍କ ଆଦେଶ ଅନୁସାରେ ପାନ କାର୍ଡ କୁ ଆଧାର କାର୍ଡ ସହ ଲିଙ୍କ କରିବା ଅନିର୍ବାଯ କରାଯାଇଛି। ଏମିତି ରେ ଯଦି କେହି ପାନ କାର୍ଡ ଧାରକ ପାନ କୁ ଆଧାର ସହ ଲିଙ୍କ କରିବେନି ତ ତାଙ୍କର ପାନ କାର୍ଡ ରଦ୍ଦ କରି ଦିଆଯିବ। ସେଣ୍ଟ୍ରାଲ ବୋର୍ଡ ଅଫ ଡ଼ାଇରେକ୍ଟ ଟେକ୍ସ ପାନ କୁ ଆଧାର ସହ ଲିଙ୍କ କରିବାର ସମୟ ସୀମା ୩୧ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ବଢ଼େଇ ଦେଇଛି। ମାନେ ଆପଣ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପାନ ସହ ଆଧାର କୁ ଲିଙ୍କ କରି ପାରିବେ।

ସମୟ ସୀମା ବର୍ଦ୍ଧିତ କରାଯାଇଛି :

ଆଧାର କୁ ପାନ ସହ ଲିଙ୍କ କରିବାର ଶେଷ ତାରିଖ ପ୍ରଥମେ ୩୦ ଜୁନ ୨୦୧୮ ଥିଲା ଯାହାକୁ ନାଗରିକମାନଙ୍କ ସୁବିଧା ପାଇଁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି
। ଯଦି ଆପଣ ବି ପାନ କାର୍ଡ ରଖିଛନ୍ତି ଓ ଏ ପର୍ଯ୍ୟନ୍ତ ଆଧାର ସହ ଲିଙ୍କ କରି ନାହାନ୍ତି ତ ବର୍ତ୍ତମାନ ହିଁ କରି ଦିଅନ୍ତୁ ନଚେତ ଆପଣଂକ ପାନ କାର୍ଡ ରଦ୍ଦ ହୋଇଯିବ ।