ଟାଇଗରଙ୍କ ପୂର୍ବରୁ ଏହି ପ୍ରସିଦ୍ଧ ଟିଭି ଅଭିନେତାଙ୍କ ସହ ଡେଟ କରୁଥିଲେ ଦିଶା, ବ୍ରେକ୍ ଅଫ୍ ବିଷୟ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଦିଶା ପଠାନି ଟାଇଗର ସରଫଙ୍କ ପୂର୍ବରୁ ଜଣେ ଟିଭି କଳାକାରଙ୍କୁ ଡେଟ କରୁଥିଲେ, ଯେତେବେଳେ ତାଙ୍କୁ ସତ୍ୟତା ଜଣା ପଡିଥିଲା ତେବେ….

ଦିଶା ପଠାନି ବଲିଉଡର ଜଣେ ନାମିଦାମୀ ଅଭିନେତ୍ରୀ ଅଟନ୍ତି । ଦିଶା ପଠାନି ୨୦୧୬ ମସିହାରେ ଫିଲ୍ମ “ଧୋନୀ ଦି ଅନଟୋଲଡ଼ ଷ୍ଟୋରୀ” ମାଧ୍ୟମରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏଥିରେ ଧୋନୀଙ୍କ ବାନ୍ଧବୀ ପ୍ରିୟଙ୍କାଙ୍କ ଭୂମିକାରେ ନଜରକୁ ଆସିଥିଲେ । ଦର୍ଶକ ଏହି ଚାରିତ୍ରଟିକୁ ଖୁବ୍ ପସନ୍ଦ କରିଥିଲେ । ୨୬ ବର୍ଷୀୟ ଦିଶାଙ୍କ ଜନ୍ମ ୧୩ ଜୁନ୍ ୧୯୯୨ରେ ହୋଇଥିଲା । ଦେଖିବା ପାଇଁ ଦିଶା ଖୁବ୍ ସୁନ୍ଦର ଅଟନ୍ତି ଏବଂ ଆଜିକାଲି ତାଙ୍କର ଫୋଟ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳୁଛି । ସେ ନଜି ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନବାନ ଅଟନ୍ତି ଏବଂ ପ୍ରାୟତଃ ଜିମରେ ଦେଖିବା ପାଇଁ ମିଳନ୍ତି । ନିଜର ଖାଦ୍ୟପେୟ ପ୍ରତି ଖୁବ୍ ଧ୍ୟାନ ରଖନ୍ତି । ଆଜିକାଲି ଦିଶା ଟାଇଗର ସରଫଙ୍କ ସହ ଡେଟ କରୁଛନ୍ତି । ଅନେକ ସୋସିଆଲ ମିଡିଆରେ ଦୁହିଁଙ୍କୁ ଦେଖିବା ପାଇଁ ମିଳୁଛି । କିନ୍ତୁ ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ଟାଇଗରଙ୍କ ପୂର୍ବରୁ ଦିଶା ଜଣେ ଟିଭି ଅଭିନେତାଙ୍କ ସହ ଡେଟ୍ କରୁଥିଲେ । ଆଜି ଆମର ଏହି ପୋଷ୍ଟରେ ଆପଣଙ୍କୁ ଦିଶାଙ୍କ ପ୍ରଥମ ଡେଟ୍ ବିଷୟରେ କିଛି ଅବଗତ କରାଇବୁ, ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଟିଭିର ଏହି କଳାକାରଙ୍କୁ ଡେଟ୍ କରିଥିଲେ ଦିଶା ପଠାନି :

ଟାଇଗରଙ୍କ ସହ ଡେଟ୍ କରିବା ପୂର୍ବରୁ ଦିଶା ଟିଭି କଳାକାର ପାର୍ଥ ସମଥାନଙ୍କୁ ଡେଟ୍ କରୁଥିଲେ । ପାର୍ଥ ସମଥାନ ହେଉଛନ୍ତି ଏକତା କପୁରଙ୍କ ପ୍ରସିଦ୍ଧ ଧାରାବାହିକ “କସୋଟି ଜିନ୍ଦେଗୀ କି-“ରେ ଅନୁରାଗ ବାସୁଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଅଳ୍ପ ସମୟ ମଧ୍ୟରେ ପାର୍ଥ ଟିଭି ଜଗତର ଜଣାଶୁଣା ଅଭିନେତା ପାଲଟି ଯାଇଛନ୍ତି ।

ଏହି କାରଣ ପାଇଁ ବ୍ରେକ୍ ଅଫ୍ ହୋଇଥିଲା :

ପାର୍ଥ ସମଥାନ ବିଗ୍ ବଷୋର ପ୍ରତିଯୋଗୀ ବିକାଶ ଗୁପ୍ତାଙ୍କ ସହ ନିଜ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚା ସାଉଁଟିଥିଲେ । ବିଗ୍ ବଷୋ ସମୟରେ ତାଙ୍କର ନାମ ବିକାଶ ଗୁପ୍ତାଙ୍କ ସହ ଯୋଡ଼ା ଯାଇଥିଲା । ଖବର ଅନୁସାରେ ପାର୍ଥ ସମଥାନ ସମଲିଙ୍ଗି ପୁରୁଷ ଅଟନ୍ତି । ଯେତେବେଳେ ଏହି କଥା ଦିଶାଙ୍କ ଜଣା ପଡିଥିଲା, ସେହି ସମୟରେ ହିଁ ଦିଶା ପାର୍ଥଙ୍କ ସମ୍ପର୍କ ଭାଙ୍ଗି ଦେଇଥିଲେ । ଯେଉଁ ସମୟରେ ଦିଶା ଜାଣିଥିଲେ ପାର୍ଥ ଏବଂ ବିକାଶଙ୍କ ସମ୍ପର୍କ ରହିଛ, ସେହି ସମୟରେ ହିଁ ଦିଶା ବ୍ରେକ୍ ଅଫ୍ କରି ଦେଇଥିଲେ ।

ମିଡ଼ିଆ ରିପୋର୍ଟ ଅନୁସାରେ ଦିଶାଙ୍କୁ ପାର୍ଥ ଏବଂ ବିକାଶଙ୍କ କିଛି ଫୋଟ ମିଳିଥିଲା, ଯାହାକୁ ଦେଖିବା ପରେ ଦିଶା ସମ୍ପର୍କରେ ପୂର୍ଣଛେଦ ପକାଇ ଦେଇଥିଲେ । ଯେତେବେଳେ ଏହି ବିଷୟରେ ପାର୍ଥଙ୍କୁ ପଚାରା ଯାଇଥିଲା, ସେ ଏହି ବିଷୟ ମିଛ ବୋଲି କହିଥିଲେ । ଏହି ବିଷୟରେ ନିଜେ ଏକତା କପୁର ୨୦୧୬ରେ ପୃଷ୍ଟି କରି ସାଇଛନ୍ତି ଯେ, ପାର୍ଥ ଏବଂ ବିକାଶ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି ।

ଚଳଚିତ୍ର ଭାରତରେ ସଲମାନ ଖାନଙ୍କ ସହ ଦିଶା ଅଭିନୟ କରୁଛନ୍ତି :

ଦିଶା ନିଜର ପ୍ରଥମ ଚଳଚିତ୍ର “ଧୋନୀ ଦି ଅନଟୋଲଡ଼ ଷ୍ଟୋରୀ”ରୁ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚିତ୍ରରେ ତାଙ୍କ ସହ ସୁଶାନ୍ତ ସିଂହ ରାଜପୁତ କାର୍ଯ୍ୟ କରିଥିଲେ ।ଏହା ପରେ “ବାଗୀ-୨” ନିଜ ବନ୍ଧୁ ଟାଇଗରଙ୍କ ସହ ଅଭିନୟ କରିଥିଲେ । ବର୍ତ୍ତମାନ ଦିଶା ସଲମାନଙ୍କ ସହ ଭାରତ ଚଳଚିତ୍ରରେ ଅଭିନୟ କରିଛନ୍ତି । ଫିଲ୍ମଟିର ଟ୍ରେଲର କିଛି ଦିନ ପୂର୍ବରୁ ରିଲିଜ୍ ହୋଇଛି; ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଚଳଚିତ୍ରରେ ସଲମାନଙ୍କ ସହ ସଙ୍ଗୀତ “ସ୍ଲୋ ମୋସନ”କୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।