ଫାଶୀ ଦଣ୍ଡ ପୂର୍ବରୁ କଏଦୀ ଶେଷ ଇଚ୍ଛାରେ କଣ କଣ ମାଗିପାରେ ନିଶ୍ଚୟ ଜାଣନ୍ତୁ

Spread the love

ବନ୍ଧୁଗଣ ଆପଣ ସମସ୍ତେ ଫାଶୀ ଦଣ୍ଡ ବିଷୟରେ ଶୁଣିଥିବେ । ଯେତେବେଳେ ଜଣେ ଅପରାଧୀ ବଡ଼ ଧରଣର ଅପରାଧ କରିଥାଏ କିମ୍ବା କାନୁନର ନିୟମ ଅନୁସାରେ ସବୁଠାରୁ ଭୟାନକ ଅପରାଧ କାମ କରିଥାଏ, ସେତେବେଳେ ସେହି ବ୍ୟକ୍ତିକୁ ଫାଶୀ ଦଣ୍ଡ ଦିଆଯାଇଥାଏ । କିନ୍ତୁ ଆପଣ ଜାଣନ୍ତି କି, ଫାଶୀ ଦଣ୍ଡ ପୂର୍ବରୁ କଏଦୀକୁ ତାର ଶେଷ ଇଚ୍ଛା ପଚରାଯାଇ ଥାଏ ଓ ଏଥିରେ ସର୍ତ୍ତ ଥାଏ କି ନିୟମ ଅନୁସାରେ କଏଦୀ ତାର ଶେଷ ଇଚ୍ଛାରେ ଯାହା ମାଗେ, ତାହା ପୁରଣ କରାଯାଇ ଥାଏ । କିନ୍ତୁ ମାଗିବାର ଏକ ସୀମା ଥାଏ । ତେବେ ଆସନ୍ତୁ, ଆଜି ଆମେ ଏହି ବିଷୟରେ ଜାଣିବା ଫାଶୀ ଦଣ୍ଡ ପୂର୍ବରୁ କଏଦୀ ତାର ଶେଷ ଇଚ୍ଛାରେ କଣ କଣ ମାଗିପାରି ଥାଏ :-

ବନ୍ଧୁଗଣ ଆମ ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ତେଣୁ ଭାରତର ଆଇନ ଓ କାନୁନର ନିୟମ ପ୍ରାୟ ଅନ୍ୟ ଦେଶମାନଙ୍କ ଠାରୁ ଭିନ୍ନ ହୋଇଥାଏ । ତଥାପି ଯଦି ଜଣେ ଅପରାଧୀ ଭୟଙ୍କର ଅପରାଧ କରେ ଓ କାନୁନର ନିୟମରେ ଏହା ବଡ଼ ଅପରାଧ ବୋଲି ସାବ୍ୟସ୍ତ ହୋଇଥାଏ, ତେବେ କଏଦୀକୁ ଫାଶୀ ଦଣ୍ଡ ଦିଆଯାଇ ଥାଏ । ଭାରତୀୟ କାନୁନର ନିୟମ ଅନୁସାରେ; ଫାଶୀ ଦଣ୍ଡ ପୂର୍ବରୁ ବ୍ୟକ୍ତିକୁ ତାର ଶେଷ ଉଚ୍ଛା ପଚରା ଯାଇଥାଏ । ଏଥିରେ କଏଦୀ ଜଣକ ଯାହା ମାଗି ଥାଏ, ତାର ଆବଶ୍ୟକ ଅନୁସାରେ ପୂରଣ କରାଯାଇ ଥାଏ । କିନ୍ତୁ ମାଗିବାର ଏକ ସୀମା ଥାଏ, ନ ହେଲେ ଥରେ ଭାବନ୍ତୁ ଯଦି ଜଣେ ଅପରାଧି ତାର ଶେଷ ଇଚ୍ଛାରେ ନିଜର ଜୀବନ ମାଗିଦିଏ, ତା’ହେଲେ କଣ ହେବ ? ଫାଶୀ ଦଣ୍ଡ ଘୋଷଣା ପରେ ଯେତେ ଚାହିଁଲେ ମଧ୍ୟ ନିଜର ଦଣ୍ଡକୁ ବଦଳାଇ ପାରିନଥାଏ କିମ୍ବା ନିଜକୁ ଫାଶୀ ଦଣ୍ଡରୁ ମୁକୁଳାଇ ମଧ୍ୟ ପାରିନଥାଏ ।

କିନ୍ତୁ ଫାଶୀ ଦଣ୍ଡ ପୁର୍ବରୁ କଏଦୀ ପାଖରେ ଏହି ଅଧିକାର ଥାଏ କି, ସେ ନିଜର ଶେଷ ଇଚ୍ଛାରେ ନିଜର ମନ ପସନ୍ଦ ଖାଦ୍ୟ କିମ୍ବା ସ୍ୱାଦିଷ୍ଟ ଭଜନ ମାଗି ପାରିଥାଏ ଓ ନିଜର ପରିବାର ଓ ବନ୍ଧୁବର୍ଗ ମାନଙ୍କର ସହିତ ଦେଖା କରିବାର ଇଚ୍ଛା ମଧ୍ୟ ମାଗି ପାରିଥାଏ । ନିଜର କୌଣସି ଧର୍ମ ପୁସ୍ତକ ପଢ଼ିବାର ଇଚ୍ଛାକୁ ମଧ୍ୟ ପ୍ରକାଶ କରିପାରି ଥାଏ । ଏହାକୁ ଜେଲର ପ୍ରଶାସନ ତରଫରୁ ବନ୍ଦୋବସ୍ତ କରି କଏଦୀର ଇଚ୍ଛାକୁ ପୂରଣ କରାଯାଇ ଥାଏ । ଏହାପରେ କଏଦୀକୁ ଫାଶୀ ଦଣ୍ଡ ଦିଆଯାଇ ଥାଏ । ଏହାପରେ ଡାକ୍ତର ଦ୍ୱାରା ଚେକ୍-ଅପ୍ ପରେ ତାର ମୃତ ଦେହକୁ ତାଙ୍କ ପରିବାରଙ୍କୁ ଦିଆଯାଇ ଥାଏ । ଏହି ପ୍ରଣାଳୀରେ ବହୁତ ସମୟ ମଧ୍ୟ ଲାଗିଥାଏ । ସମାଜରେ ଫାଶୀ ଦଣ୍ଡର ଖରାପ ପ୍ରଭାବ ନ ଆସୁ, ସେଥିପାଇଁ ଭାରତୀୟ କାନୁନର ନିୟମ ଅନୁସାରେ ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଫାଶୀ ଦଣ୍ଡ ଦିଆଯାଇଥାଏ ।