ଭାରତର ଅତିସୁନ୍ଦର ସାଂସଦ ଶପଥ ନେବା ପୂର୍ବରୁ ବିବାହ କରିଲେ । ତାଙ୍କର ପୂର୍ବର ଫୋଟ ସାମ୍ନାକୁ ଆସିଛି ।

Spread the love

ଭାରତର ସବୁଠାରୁ ଅତିସୁନ୍ଦରୀ ସାଂସଦ ନୁସରତ ଜାହାଁ ତୁର୍କୀରେ ହିନ୍ଦୁ ନୀତି ନିୟମରେ ବିବାହ କରିଛନ୍ତି । ତାଙ୍କର ବିବାହରେ କିଛି ପରିଚିତ ଲୋକମାନେ ଉପସ୍ଥିତ ହୋଇଥିଲେ । ବିବାହ ପରେ ସେ ନିଜ ପତିଙ୍କ ସହ କିଛି ଫୋଟ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେ ବଙ୍ଗାଳୀ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଏବଂ ସେ ବର୍ତ୍ତମାନ ସାଂସଦ ହୋଇଛନ୍ତି । ସେ ସାଂସଦ ଭାବରେ ଶପଥ ନେବା ପୂର୍ବରୁ ବିବାହ କରିଥିଲେ, ଏହା ପରେ ସେ ଭାରତକୁ ଫେରି ସାଂସଦର ଶପଥ ନେବେ । ତେବେ ଆସନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ ବିଶେଷ କଣ ଅଛି ?

ଭାରତର ସବୁଠାରୁ ଅତିସୁନ୍ଦରୀ ସାଂସଦ ନୁସରତ ଜାହାଁ ସୋସିଆଲ ମିଡିଆରେ ବୋଧୂ ରୂପରେ ନିଜର ଫୋଟ ସେୟାର କରିଛନ୍ତି । ଫୋଟ ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକ ତାଙ୍କୁ ଆଗାମି ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି । ନୁସରତ ଯାହାଁ ପଶ୍ଚିମବଙ୍ଗର ସାଂସଦ ଅଟନ୍ତି । ସେ ଟିଏମସି ଟିକଟରୁ ନିର୍ବାଚନ ଜିତି ସାଂସଦ ହୋଇଥିଲେ । ଅଭିନେତ୍ରୀ ରୂପରେ ତାଙ୍କର ଅନେକ ଫେନ୍ସ ଫୋଲୋଇଙ୍ଗ ଅଛନ୍ତି କିନ୍ତୁ ସାଂସଦ ରୁପରେ ତାଙ୍କର ପ୍ରକୃତ ପରୀକ୍ଷା ବାକି ଅଛି । ସୁନ୍ଦରତାରେ ତାଙ୍କର କୌଣସି ଉତ୍ତର ନାହିଁ କିନ୍ତୁ ଏଠାରେ ବର୍ତ୍ତମାନ ଆମେ ତାଙ୍କର ବିବାହ ବିଷୟରେ ଚର୍ଚ୍ଚା କରୁଛୁ ।

ତୁର୍କୀର ବ୍ୟବସାୟୀ ନୀଖିଲଙ୍କ ସହ ନୁସରତ ଜାହାଁ ବିବାହ କରିଥିଲେ :

ଅଭିନେତ୍ରୀ ଏବଂ ସାଂସଦ ନୁସରତ ଜାହାଁ ତୁର୍କୀର ବ୍ୟବସାୟୀ ନୀଖିଲଙ୍କ ସହ ହିନ୍ଦୁ ନୀତିନିୟମରେ ବିବାହ କରିଛନ୍ତି । ବିବାହ ପରେ ଦମ୍ପତ୍ତି ସୋସିଆଲ ମିଡିଆରେ ଫୋଟ ସେୟାର କରିଥିଲେ । ବିବାହର ପୋଷାକରେ ନିଖିଲ ଏବଂ ନୁସରତ ଜାହାଁ ବହୁତ ସୁନ୍ଦର ଦେଖା ଯାଉଥିଲେ । ଲାଲ ଲେହେଁଗାରେ ନୁସରତ ଜାହାଁ ବହୁତ୍ ସୁନ୍ଦର ଦେଖା ଯାଉଥିଲେ । ଯଦି ଆମେ ନିଖିଲ ଜୈନଙ୍କର ବିଷୟରେ କହିବା, ତେବେ ସେ ମଧ୍ୟ ଧଳା ରଙ୍ଗର ଶେରବାନିରେ ବହୁତ୍ ରୂପବାନ ଦେଖା ଯାଉଥିଲେ । ଖବର ଅନୁସାରେ ନିଖିଲ ଜୈନଙ୍କୁ ନୁସରତ ଜାହାଁ ବହୁତ ସମୟରୁ ଡେଟ କରୁଥିଲେ ଏବଂ ବର୍ତ୍ତମାନ ସେମାନେ ବିବାହ କରି ନେଇଛନ୍ତି ।

ହଳଦି କାର୍ଯ୍ୟକ୍ରମର ଫୋଟୋ ନୁସରତ ଜାହାଁ ସେୟାର କରିଥିଲେ :

ପିତୃଦିବସ ଅବସରରେ ନୁସରତ ଜାହାଁ ହଳଦି କାର୍ଯ୍ୟକ୍ରମର ଫୋଟ ସେୟାର କରିଥିଲେ । ଯେଉଁଥିରେ ସେ ନିଜ ପିତାଙ୍କୁ ଆଲିଙ୍ଗନ କରୁଛନ୍ତି । ଏହି ଫୋଟରେ ସେ ଅଧିକ ଭାବୁକ ଦେଖା ଯାଉଥିଲେ । ଏହି ଫୋଟରେ ତାଙ୍କ ମୁହଁରେ ହଳଦି ଲାଗିଥିଲା, ଯାହାକୁ ତାଙ୍କ ପ୍ରଶଂସକ ପସନ୍ଦ କରିଥିଲେ । ଖବର ଅନୁଯାୟୀ, ସେ ବିବାହ ନିମନ୍ତେ ୧୫ ଜୁନରେ ବୋଡ଼ରମ ପାଇଁ ଚାଲି ଯାଇଛନ୍ତି, ତାଙ୍କର ବନ୍ଧୁ ମଧ୍ୟ ତାଙ୍କ ସହ ଅଛନ୍ତି ।

ଭାରତର ସବୁଠାରୁ ସୁନ୍ଦର ସାଂସଦ ନୁସରତ ଜାହାଁ ଅଟନ୍ତି :

୨୯ ବର୍ଷୀୟ ନୁସରତ ଜାହାଁ ୧୭ଦଶ ଲୋକସଭାର ସାଂସଦ ହୋଇଛନ୍ତି । ସେ ପଶ୍ଚିମବଙ୍ଗର ବସିରହାଟର ଟିଏମସି ସାଂସଦ ଅଟନ୍ତି, ଯାହାଙ୍କୁ ଭାରତର ସବୁଠାରୁ ସୁନ୍ଦର ସାଂସଦ କୁହାଯାଉଛି । ଯେତେବେଳେ ସେ ନିର୍ବାଚନ ଜିତି ସାଂସଦ ହୋଇଥିଲେ, ସେତେବେଳେ ତାଙ୍କ ପ୍ରଶଂସକ ଖୁସି ହୋଇ ଯାଇଥିଲେ । ଏହା ବ୍ୟତୀତ ସେ ସୋସିଆଲ ମିଡିଆରେ ଅନେକ ପ୍ରକାରର ମିମ୍ସ ମଧ୍ୟ ସେୟାର କରିଥିଲେ । ନୁସରତ ଜାହାଁ ସାଂସଦର ଶପଥ ପାଠ ପୂର୍ବରୁ ବିବାହ କରି ନେଇଥିଲେ ।