୩୧ ମାର୍ଚ୍ଚ ପୂର୍ବରୁ କରିଦିଅନ୍ତୁ ଏହି ୫ଟି କାମ, ନଚେତ ଏହା ଆପଣଙ୍କ ପାଇଁ ବହୁତ ଭାରି ପଡିବ ।

Spread the love

ବିଜନେସ୍ କ୍ୟାଲେଣ୍ଡର ହିସାବରେ କ୍ଲୋଜିଙ୍ଗ୍ ସମୟ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରହିଥାଏ ଓ ଭାରତରେ ଯେତେବି ଅଫିସିଆଲ୍ କାମ ଥାଏ ବା ସି.ଏ.ର ଫାଇନାଲ କାମ ୩୧ ମାର୍ଚ୍ଚ ମଧ୍ୟରେ ସରିଯିବା ଉଚିତ । କାରଣ ଏହାପରେ ୧ ଏପ୍ରିଲ ନୂଆ ବର୍ଷ ଆରମ୍ଭ ହୋଇଥାଏ । ହିନ୍ଦୁ କ୍ୟାଲେଣ୍ଡର ହିସାବରେ ନୂଆ ବର୍ଷ ୧ ଏପ୍ରିଲରୁ ଆରମ୍ଭ ହୋଇଥାଏ ଓ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଦେଶର ଲୋକଙ୍କୁ କିଛି ଏପରି କାମ ଅଛି, ଯାହା ସରାଇବା ବହୁତ ଆବଶ୍ୟକ । ନଚେତ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଏହିଦିନ ଗୁଡିକରେ ପ୍ରତ୍ୟେକ ଅଫିସ୍ ମଧ୍ୟ ନିଜର ସମସ୍ତ କାର୍ଯ୍ୟ ସରାଇବାକୁ ଚାହୁଁଛନ୍ତି । ଯାହାଦ୍ଵାରା କାହାକୁ କୌଣସି ପ୍ରକାର ସମସ୍ୟା ହେବନାହିଁ । ଯଦି ଆପଣ ମଧ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ଚାହୁଁ ନାହାନ୍ତି, ତେବେ ୩୧ ମାର୍ଚ୍ଚ ପୂର୍ବରୁ ଏହି କାମଗୁଡିକ ଶେଷ କରିଦିଅନ୍ତୁ; ଏହାପରେ ଆରାମ ରୁହନ୍ତୁ ।

୩୧ ମାର୍ଚ୍ଚ ପୂର୍ବରୁ ନିଶ୍ଚୟ ସରେଇ ଦିଅନ୍ତୁ ଏହି ୫ଟି କାମ :

୩୧ ମାର୍ଚ୍ଚ ଆସିବାକୁ କେବଳ ଆଉ ୪ଟି ଦିନ ବାକି ଅଛି । କହିବାକୁ ଗଲେ ଏହି ବ୍ୟସ୍ତମୟ ଦୁନିଆରେ ଲୋକଙ୍କ ଅନେକ ଗୁଡିଏ ବହୁତ କାମ ଅଛି ଯାହାକି ୩୧ ମାର୍ଚ୍ଚ ପୂର୍ବରୁ କରିବା ଆବଶ୍ୟକ । ଏପରି ନ କରିବା ଦ୍ୱାରା ଆପଣଂକ ପକେଟ୍ ଉପରେ ହିଁ ଭାରି ପ୍ରଭାବ ପଡିବ । କିନ୍ତୁ ଆପଣ କଣ ସତରେ ଜାଣିଛନ୍ତି କି ଏହି କାମ ଗୁଡିକ କଣ ଯାହା ୩୧ ମାର୍ଚ୍ଚ ପୂର୍ବରୁ ସରାଇବାକୁ ପଡିବ । ତେବେ ଚାଲନ୍ତୁ ଆମେ ଆପଣଂକୁ ଜଣାଇବୁ ।

ଇଂକୋମ ଟେକ୍ସ (ଆୟକର) ରିଟର୍ଣ୍ଣ :

ଯଦି ଆପଣ ଗତବର୍ଷ ନିର୍ଦ୍ଧାରିତ ସମୟ ମଧ୍ୟରେ ଇଂକୋମ ଟେକ୍ସ ଭରି ନାହାନ୍ତି; ତେବେ ଏହା ଆପଣଂକ ପାଇଁ ଭଲ ମୌକା । ୨୦୧୭-୧୮ ବର୍ଷରେ ଫାଇନାନ୍ସିଆଲ ସମ୍ବନ୍ଧିତ ଇଂକୋମ୍ ଟେକ୍ସ ରିଟର୍ଣ୍ଣ ଆପଣ ୩୧ ମାର୍ଚ୍ଚ ମଧ୍ୟରେ ବହୁତ ସହଜରେ ଜମା କରି ପାରିବେ । ଇଂକୋମ୍ ୫ ଲକ୍ଷ ଟଙ୍କାରୁ କମ୍ ହୋଇଥିଲେ ଲେଟ୍ ଫିସ୍ ୧୦୦୦ ଟଙ୍କା ଅଟେ କିନ୍ତୁ ଇଂକୋମ୍ ଯଦି ଅଧିକ ହେଲା ତେବେ, ଲେଟ୍ ଫିସ୍ ୧୦୦୦୦ ଟଙ୍କା ଲାଗିବ ।

ଇଂଭେସ୍ମେଣ୍ଟ ପ୍ରୁଫ (ବ୍ୟୟର ପ୍ରମାଣ ପାତ୍ର) ଜମା କରିବା :

ଯଦି ଆପଣ ଚାକିରୀ କରୁଛନ୍ତି; ତେବେ ୩୧ ମାର୍ଚ୍ଚ ପୂର୍ବରୁ ଇଂଭେସମେଣ୍ଟ ପ୍ରୁଫ ଜମା କରି ଦିଅନ୍ତୁ । ପ୍ରୁଫ ଜମା ହେଲା ପରେ ଆପଣଙ୍କ ଇଂକୋମ୍ ରୁ ଡିଟିଏସ୍ କାଟି ଦିଆଯିବ । ଏଚ୍.ଆର୍.ଏ, ଏଲ୍.ଟି.ଏ ଓ ମେଡ଼ିକାଲ ରିଇଂଭେସ୍ମେଣ୍ଟ ପାଇଁ ଆପଣଂକୁ ପ୍ରୁଫ ଜମା କରିବା ଜରୁରୀ ଅଟେ ।

ମିନିମମ୍ କଣ୍ଟ୍ରିବ୍ୟୁସନ୍ କରନ୍ତୁ :

ପିପିଏଫ୍, ଏନ.ପି.ଏସ୍ ଯେପରି ଆକାଉଣ୍ଟରେ ପ୍ରତିବର୍ଷ ମିନିମମ୍ କଣ୍ଟ୍ରିବ୍ୟୁସନ୍ କରିବା ଜରୁରୀ ଅଟେ । ଯଦି ଆପଣ ଏହି ଫାଇନାନ୍ସିଆଲ୍ ଇୟର୍ ରେ ଯଦି କିଛି କଣ୍ଟ୍ରିବ୍ୟୁସନ୍ ନ କରିଛନ୍ତି, ତେବେ ଆପଣଂକୁ ୩୧ ମାର୍ଚ୍ଚ ପ୍ରଥମରୁ ହିଁ କରିବା ଆବଶ୍ୟକ । ନଚେତ୍ ଆପଣଂକୁ ହିଁ ଅସୁବିଧା ହେବ ।

ପାନ୍ କାର୍ଡକୁ ଆଧାର ସହ ଲିଙ୍କ କରନ୍ତୁ :

ସୁପ୍ରିମକୋର୍ଟର ନିର୍ଦେଶ ଅନୁସାରେ ପାନ୍ କାର୍ଡକୁ ଆଧାର ସହ ଲିଙ୍କ କରିବା ଆଇନ ଅନୁଯାୟୀ ଅନିବାର୍ଯ୍ୟ କହିଛନ୍ତି । ସବୁ ପାନ୍ କାର୍ଡଧାରକଙ୍କୁ ୩୧ ମାର୍ଚ୍ଚ ପୂର୍ବରୁ ପାନ୍ କାର୍ଡ ସହ ଆଧାର ଲିଙ୍କ କରିବା ବହୁତ ଜରୁରୀ ଅଟେ । ଏମିତି ନ କରିବା ଲୋକଙ୍କ ପାଇଁ ପାନ କାର୍ଡ ବ୍ଲକ କରି ଦିଆଯିବ ।

ଏଡଭାନ୍ସ ଟେକ୍ସ ଜମା କରନ୍ତୁ :

ଆପଣ ନିଜ ଆୟର ତାଲିକା ପ୍ରସ୍ତୁତ କରନ୍ତୁ ଓ ଯେତିକି ଲାଇବେଲିଟି ଆସୁଛି, ତାହା ହିସାବରେ ଆଡ଼ଭାନ୍ସ ଟେକ୍ସ ଜମା କରି ଦିଅନ୍ତୁ । ଯଦି ଆପଣ ଏପରି କରୁଛନ୍ତି; ତେବେ ଆପଣଂକୁ କୌଣସି ପ୍ରକାରର ସୁଧ ଦେବାକୁ ପଡିବ ନାହିଁ ।