ମରିବା ପୂର୍ବରୁ ପିତାମହ ଭୀଷ୍ମ ନାରୀମାନଙ୍କ ସମ୍ବନ୍ଧରେ ଯୁଧିଷ୍ଠିରଙ୍କୁ କ’ଣ କହିଥିଲେ ? ଆସନ୍ତୁ ଜାଣିବା : –

Spread the love

ଲୋକମାନଙ୍କ କହିବରେ ବିଭିନ୍ନ ଗ୍ରନ୍ଥରେ ମହିଳାଙ୍କ ବିଷୟରେ ଭିନ୍ନ ଭିନ୍ନ ତଥ୍ୟ ବର୍ଣ୍ଣନା କରାଯାଇଛି ! ବିଭିନ୍ନ ଗ୍ରନ୍ଥରେ ନାରୀମାନଙ୍କର ବ୍ୟବହାର ଏବଂ କର୍ତ୍ତବ୍ୟ ବିଷୟରେ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରାଯାଇଛି ! ପ୍ରାଚୀନ କାଳରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାମାନଙ୍କ କର୍ତ୍ତବ୍ୟ ଓ ବ୍ୟବହାର ବିଷୟରେ ଅନେକ ତଥ୍ୟ ରହିଛି ! ଏମିତି କିଛି କଥା ମହାଭାରତ ସମୟରେ ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ କହିଥିଲେ, ତାହା ଆଜି ଆପଣଙ୍କୁ ଜଣାଉଛୁ ! ପିତାମହ ଭୀଷ୍ମ ସରଶଯ୍ୟା ସମୟରେ ଏହି କଥା ଯୁଧିଷ୍ଠିରଙ୍କୁ କହିଥିଲେ ! ତେବେ ଆସନ୍ତୁ ଜାଣିବା :-

1) ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ କହିଥିଲେ – ଯେଉଁ ଘରେ ସ୍ତ୍ରୀମାନଙ୍କ ଅନାଦର ହୋଇଥାଏ, ସେହି ଘରେ ସର୍ବଦା କଳହ ଲାଗିରହିଥାଏ ଏବଂ ସେହି ପରିବାର ବା ଘରେ ଯେକୌଣସି କାର୍ଯ୍ୟ କଲେ ମଧ୍ୟ ସଫଳତା ମିଳିନଥାଏ ! ଯେଉଁ କୁଳରେ ବୋହୂ ଓ ଝିଅମାନଙ୍କୁ ଦୁଃଖ ମିଳେ, ସେହି କୁଳ ଧିରେ ଧିରେ ପତନ ହୋଇଥାଏ ! ବୋହୂ ଓ ଝିଅଙ୍କୁ ଶ୍ରଦ୍ଧା, ସନ୍ତୁଷ୍ଟ କରି ରଖିଲେ, ସେମାନେ ଲସମି ସ୍ୱରୂପ ହୁଅନ୍ତି ଓ ଘରେ ସର୍ବଦା ଖୁସିର ବାତାବରଣ ଖେଳିଥାଏ !

2) ଦ୍ଵିତୀୟ ନିୟମରେ ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ କହିଲେ – ସ୍ତ୍ରୀ ଯଦି ଅପ୍ରସନ୍ନ ହୁଏ, ତେବେ ସେ ସେହି ଘରକୁ ଅଭିଶାପ ଦେଇଥାଏ, ଯାହା ଫଳରେ ସେହି ଘର ନଷ୍ଟଭ୍ରଷ୍ଟ ହୋଇଯାଇଥାଏ ! ସେହି ଘରେ ଶୋଭା, ସମୃଦ୍ଧି, ଶାନ୍ତି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥାଏ !

Google

3) ତୃତୀୟ ନିୟମରେ ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ କହିଲେ- ସନ୍ତାନର ଉପଯୁକ୍ତ ଲାଳନ ପାଳନ ଓ ଅନ୍ୟମାନଙ୍କୁ ପ୍ରର୍ଦଶନ କରୁଥିବା ବ୍ୟବହାର, ସମ୍ପୂର୍ଣ୍ଣ ସ୍ତ୍ରୀ ଉପରେ ନିର୍ଭର କରିଥାଏ ! ଯଦି ପୁରୁଷ ସ୍ତ୍ରୀକୁ ସମ୍ମାନ କରେ ତାହେଲେ ସବୁ କାମ ସିଦ୍ଧ ହୋଇଥାଏ ! ଅର୍ଥାତ ପୁରୁଷ ଓ ସ୍ତ୍ରୀ ଏକତ୍ର ମିଳିମିଶି ରହିବ ସଂଗେ ସଂଗେ ପୁରୁଷ, ସ୍ତ୍ରୀକୁ ସମ୍ମାନ ଦେଲେ ପରିବାର ସର୍ବଦା ହସଖୁସିରେ ରହିବ !

4) ତୃତୀୟ ନିୟମରେ ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ କହିଲେ – ସ୍ତ୍ରୀମାନଙ୍କୁ ସର୍ବଦା ଭଲ ପାଇବା ଓ ସମ୍ମାନ ଦିଅ ! କାରଣ ଯଦି ସ୍ତ୍ରୀ ପ୍ରସନ୍ନ ନହେଲେ ପୁରୁଷକୁ ପ୍ରସନ୍ନ ରଖିପାରିବ ନାହିଁ ! ତେଣୁ କରି ଏହା ଆବଶ୍ୟକ ଯେ ସ୍ତ୍ରୀର ମନଷ୍କାମନାକୁ ପୂରଣ କରିବା ଏକାନ୍ତ ଅପରିହାର୍ଯ୍ୟ !

5) ତୃତୀୟ ନିୟମରେ ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ କହିଲେ – ଯେଉଁଠି ସ୍ତ୍ରୀର ଆଦର ରହିଥାଏ, ସେହିଠାରେ ଦେବତା ବାସ କରନ୍ତି ! ସ୍ତ୍ରୀ ସବୁ ଘରର ଲକ୍ଷ୍ମୀ ଅଟେ ! ତେଣୁ ପ୍ରତ୍ୟେକ ପୁରୁଷ ସ୍ତ୍ରୀଙ୍କୁ ଉପଯୁକ୍ତ ସତ୍କାର ଓ ସମ୍ମାନ ଦେବା ଆବଶ୍ୟକ !

ଅନୁଛେଦଟି ଭଲ ଲାଗିଲେ comment କରି ଜଣାନ୍ତୁ ଏବଂ share କରନ୍ତୁ !

ପୁଣି ସାକ୍ଷାତ ହେବ ଆଉ ଏକ ନୂଆ ଆନୁଛେଦ ନାଇଁ !

!!ନମସ୍କାର !!