ଜୀବନସାଥୀ ବାଛିବା ପୂର୍ବରୁ ନିଶ୍ଚୟ ଦେଖନ୍ତୁ ସେମାନଙ୍କ ଆଙ୍ଗୁଳିଗୁଡିକ । କାରଣ ଆଙ୍ଗୁଳିମାନଙ୍କରେ ଲୁଚି ରହିଛି ଆପଣଙ୍କ ଜୀବନର ରାଜ୍ ।

Spread the love

ଯେତେବେଳେ କାହାର ବିବାହ ହୋଇଥାଏ, ସେହି ବ୍ୟକ୍ତି ଜଣକ ହେବାକୁ ଯାଉଥିବା ଜୀବନ ସାଥିର ଶରୀରର ରଙ୍ଗ, ଉଚ୍ଚତା, ରୂପ ଦେଖିବାରେ ବ୍ୟସ୍ତ ରହିଥାନ୍ତି । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ, ଏତିକିରେ ସେମାନଙ୍କୁ ଖୁସି ମିଳି ନ ଥାଏ । ଜୀବନ ସାଥିର ଖୋଜା ଚାଲୁଛି ଯଦି ତାହାର ଆଙ୍ଗୁଳି ଉପରେ ମଧ୍ୟ ନିଶ୍ଚୟ ଧ୍ୟାନ ଦିଅନ୍ତୁ । କାରଣ ଏହି ଆଙ୍ଗୁଳି ଆପଣଙ୍କ ସାଥି ସହ ଆପଣଙ୍କ ଭବିଷ୍ୟତ ବିଷୟରେ ମଧ୍ୟ କହିଥାଏ । ଆସନ୍ତୁ ଆଙ୍ଗୁଳି ମାନଙ୍କରେ କେଉଁ ରାଜ୍ ଲୁଚି ରହିଛି ସେ ବିଷୟରେ ଜାଣିବା । ଜ୍ୟୋତିଷଙ୍କ ଅନୁସାରେ ମନୁଷ୍ୟର ହାତରେ ସଫଳତାର ରାଜ୍ ଲୁଚି ରହିଥାଏ । ଆପଣ ଯେଉଁ ଝିଅକୁ ନିଜର ସାଥି କରିବାକୁ ଯାଉଛନ୍ତି, ତାହାର ହାତର ଆଙ୍ଗୁଳି ଦେଖି ଆପଣଙ୍କ ପାଇଁ ଭଲ ନା ନାହିଁ ତାହା ଜାଣିପାରିବେ । ସେହି ଆଙ୍ଗୁଳି ସାହାଯ୍ୟରେ ଆପଣ, ଆପଣଙ୍କ ପାଇଁ ଏକ ଭଲ ସାଥି ଚୟନ କରିପାରିବେ ।

ଆଙ୍ଗୁଳିରେ ଲୁଚି ରହିଛି ଖୁସିମୟ ଜୀବନର ରାଜ୍ –

● ଯଦି ମହିଳାମାନଙ୍କ ଆଙ୍ଗୁଳି ଗୋଲ ଓ ଲମ୍ବା ହୋଇଥାଏ, ତେବେ ଏଭଳି ମହିଳା ନିଜ ପରିବାର ଓ ସ୍ୱାମୀଙ୍କ ପାଇଁ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି ।

● ଚିକଣ, ସିଧା ଓ ବିନା ଗଣ୍ଠି ଆଙ୍ଗୁଳି ମାନଙ୍କର ଅର୍ଥ ଏହା କି ଏମାନେ ବିବାହିତ ଜୀବନ ପାଇଁ ଅତି ଉତ୍ତମ ଅଟନ୍ତି ।

● ଯଦି କୌଣସି ମହିଳାର ଆଙ୍ଗୁଳିର ଉପର ଭାଗରେ ପତଳା ହୋଇଥାଏ, ତେବେ ଏଭଳି ମହିଳାମାନେ ବୈବାହିକ ଜୀବନରେ ସୁଖ ଶାନ୍ତି ଦୃଷ୍ଟିରେ ଉତ୍ତମ ହୋଇଥାଏ ।

● ଯେଉଁ ମହିଳାମାନଙ୍କ ଆଙ୍ଗୁଳି ଛୋଟ ହୋଇଥାଏ, ସେହି ମହିଳା ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିଥାଏ । ଦୁଇ ହାତର ଆଙ୍ଗୁଳିଗୁଡିକ ଯୋଡ଼ିବା ପରେ ଯଦି ଫାଙ୍କା ଦେଖାଯାଏ, ତେବେ ଏହାର ଅର୍ଥ ମଧ୍ୟ ହେଉଛି ସେହି ମହିଳା ଜଣକ ଅଧିକ ଖର୍ଚ୍ଚନ୍ତ କରିଥାଏ ଏବଂ ସେହିପରି ମହିଳାମାନେ ଜୀବନ ବହୁତ ଦୁଃଖଦମୟ ହୋଇଥାଏ ।

● ଯେଉଁ ମହିଳାମାନଙ୍କ ଆଙ୍ଗୁଳିରେ ତିନି ଆଙ୍ଗୁଳି ପର୍ବ ରହିଥାଏ, ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । କିନ୍ତୁ ଏହା ବଦଳରେ କୌଣସି ମହିଳାର ଆଙ୍ଗୁଳିର ଚାରୋଟି ପର୍ବ ଓ ଆଙ୍ଗୁଳି ଛୋଟ ଛୋଟ ହୋଇଥାଏ, ତେବେ ଏଭଳି ମହିଳା ନିଜପାଇଁ ଓ ସ୍ୱାମୀ ପାଇଁ ଭାଗ୍ୟଶାଳୀ ହୋଇନଥାନ୍ତି ।

● ସ୍କନ୍ଦ ପୁରାଣରେ ଏହା ଚର୍ଚ୍ଚା କରାଯାଇଛି ଯେ, ଯେଉଁ ମହିଳାର ହାତ ପଛପଟେ ବାଲ ବାହାରିଥାଏ, ତେବେ ସମ୍ଭାଳି ଯିବା ଉଚିତ । ଏଭଳି ମହିଳାମାନଙ୍କୁ ନିଜ ବୈବାହିକ ଜୀବନରେ ଅନେକ କଷ୍ଟର ସମ୍ମୁଖୀନ କରିଥାନ୍ତି । ଏଭଳି ମହିଳାମାନଙ୍କୁ ବିବାହ କରିବା ହେଉଛି ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ଚିନ୍ତିତରେ ଅତିବାହିତ କରିବା ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ !