ବିଟ୍ କୌଣସି ଅମୃତ ଠାରୁ କମ୍ ନୁହେଁ, ଏହି ୫ଟି ସମସ୍ୟା ଠାରୁ ସମୂଳେ ମୁକ୍ତି ଦେଇଥାଏ ।

Spread the love

ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାକୁ ହେଲେ ଭିଟାମିନ, ସୋଡିୟମ୍, ପୋଟେସିଅମ୍, ଆଇରନ୍, କ୍ୟାଲସିଅମ୍, ଆଦି ଶରୀର ପାଇଁ ନିହାତି ଆବଶ୍ୟକ ହୋଇଥାଏ । ଏହି ତତ୍ତ୍ୱ ଗୁଡ଼ିକର ପରିମାଣ କମିଲେ ବା ବଢିଲେ ଶରୀରର ଆଭ୍ୟନ୍ତରରେ ବିଭିନ୍ନ ସମସ୍ୟାମାନ ସୃଷ୍ଟି ହୋଇଥାଏ । ଶରୀରରେ ଏହି ତତ୍ତ୍ୱ ଗୁଡିକର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆପଣ ବହୁତ କିଛି ସେବନ କରିଥାନ୍ତି । କିନ୍ତୁ ବିଟ୍ ରେ ଏହି ସବୁ ତତ୍ତ୍ୱ ଗୁଡିକ ପର୍ଯ୍ୟାପ୍ତ ମାତ୍ରାରେ ଭରପୂର ହୋଇ ରହିଛି । ବିଟ୍ ସେବନ କରିଲେ ଆପଣ ନିଜକୁ ସୁସ୍ଥ ରଖିପାରିବେ । ତେବେ ଚଲାନ୍ତୁ ଜାଣିବା, ଆଜିର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ୍ ରହିଛି ।

୧) କୋଷ୍ଟବଦ୍ଧତାରେ ଆରାମ ମିଳିଥାଏ –

ଯଦି ଆପଣଙ୍କୁ କୋଷ୍ଟ ବଦ୍ଧତା ହୋଇଛି; ତେବେ ବିଟ୍ ଓ ଗାଜରର ରସ ପିଇଲେ କୋଷ୍ଟ ବଦ୍ଧତାରୁ ଆରାମ ମିଳିଥାଏ । ବିଟ୍ ଓ ଗାଜରର ରସ ଦିନକୁ ଦୁଇଥର ପିଇବା ଉଚିତ । ଏହି ରସ ପିଇଲେ ଅଳ୍ପ ଦିନରେ ହିଁ ଆପଣଙ୍କୁ ଫରକ ଜଣା ପଡ଼ିଯାଏ । କେବଳ ଏତିକି ହିଁ ନୁହେଁ; ଏହି ରସ ନିରନ୍ତର ଏକ ମାସ ପିଇଲେ ଏହି ସମସ୍ୟା ସମ୍ପୁର୍ଣ ରୂପେ ଠିକ୍ ହୋଇ ଯାଇଥାଏ ।

୨) ଏନିମିଆରୁ ମୁକ୍ତି ମିଳିଥାଏ –

ଅଧିକାଂଶ ସମୟରେ ଲୋକମାନଙ୍କ ମଧ୍ୟରେ ଏନିମିଆ ହୋଇଥିବାର ଦେଖାଯାଏ । ଯେଉଁ କାରଣରୁ ସେମାନେ ଅନେକ ପ୍ରକାରର ଔଷଧ ସେବନ କରିଥାନ୍ତି, କିନ୍ତୁ ଆପଣ ଏହି ଔଷଧ ଠାରୁ ବଞ୍ଚିବାକୁ ଚାହୁଁଛନ୍ତି; ତେବେ ବିଟ୍ ର ସେବନ କରିବା ଆରମ୍ଭ କରିଦିଅନ୍ତୁ । ଏହି ସମସ୍ୟା ଠାରୁ ବଞ୍ଚିବା ପାଇଁ ଆପଣଙ୍କୁ ପ୍ରତ୍ୟେକ ଦିନ ବିଟ୍ ର ରସ ପିଇବା ଆବଶ୍ୟକ । ଏହାଦ୍ୱାରା ଏହି ସମସ୍ୟା ଶୀଘ୍ରରୁ ଅତି ଶୀଘ୍ର ଠିକ୍ ହୋଇଯିବ ।

୩) ହାଡ଼କୁ ଶକ୍ତ କରିଥାଏ –

ଯଦି ଆପଣ ଦୁର୍ବଳ ଅନୁଭବ କରିଥାନ୍ତି ବା ହାଡ଼ ମାନଙ୍କରେ ବ୍ୟଥା ଅନୁଭବ କରୁଥାନ୍ତି, ତେବେ ବିଟ୍ ଆପଣଙ୍କ ପାଇଁ ବହୁତ ଲାଭଦାୟକ ଅଟେ । ଏଥିପାଇଁ ଆପଣ ବିଟ୍ କୁ ସଲାଡ଼ ରୂପେ ସେବନ କରିପାରିବେ ବା ଏହାର ରସ ପିଇପାରିବେ । ଏତିକି ହିଁ ନୁହେଁ ଏହି ରସ ନିରନ୍ତର ପିଇଲେ ଆପଣଙ୍କ ଶରୀରରେ କ୍ୟାଲସିଅମ୍ ର ଅଭାବ ହୋଇ ନ ଥାଏ । କାରଣ ବିଟ୍ ରେ ଅଧିକ ମାତ୍ରାରେ କ୍ୟାଲସିଅମ୍ ଥାଏ, ଯାହାଦ୍ୱାରା ଆପଣଙ୍କ ହାଡ଼ ଗୁଡ଼ିକ ଶକ୍ତ ହୋଇଥାଏ ।

୪) ଚାପରୁ ଆରାମ ମିଳିଥାଏ –

ଆଜିକାଲି ସମସ୍ତେ ଚାପରେ ରହିଥାନ୍ତି, ଯେଉଁ କାରଣରୁ ସେମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ଏହି ପ୍ରଭାବ ଠାରୁ ବଞ୍ଚିବା ପାଇଁ ଚାହୁଁଛନ୍ତି; ତେବେ ପ୍ରତ୍ୟେକ ଦିନ ବିଟ୍ ସେବନ କରନ୍ତୁ । ଏହା ସେବନ କରିଲେ, ଆପଣଙ୍କୁ ଚାପର ଅନୁଭବ ହୋଇନଥାଏ । କାରଣ ଏଥିରେ ଥିବା ପୋଷକ ତତ୍ତ୍ୱ ଆପଣଙ୍କ ମସ୍ତିଷ୍କକୁ ଫିଟ୍ ରଖିଥାଏ । ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କରେ ଅମ୍ଳଜାନର ପ୍ରବାହ ବଢିଯାଇଥାଏ ।

୫) ଗର୍ଭାବସ୍ଥାରେ ଲାଭଦାୟକ –

ଯଦି ଆପଣ କିମ୍ବା ଆପଣଙ୍କ ପରିବାରରେ କେହି ଅବା ଆପଣଙ୍କ ସମ୍ପର୍କୀୟ କେହି ଗର୍ଭବତୀ ଅଟନ୍ତି, ତେବେ ବିଟ୍ ସେମାନଙ୍କ ପାଇଁ ରାମବାନ ଔଷଦ ଅଟେ । ଗର୍ଭବତୀ ମହିଳାମାନଙ୍କୁ ବିଟ୍ ଜୁସ ସେବନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ । କାରଣ ବିଟ୍ ଜୁସ ସେବନ କରିବା ଫଳରେ ହିମୋଗ୍ଲୋବିନ୍ ଠିକ୍ ରହିଥାଏ । ଆଇରନ୍ ର ମାତ୍ରା କମି ଗଲେ ମହିଳାମାନଙ୍କ ଶରୀରରେ ରକ୍ତର ଅଭାବ ହୋଇଥାଏ । ଯାହା ଯୋଗୁଁ ଜନ୍ମ ହେଉଥିବା ସନ୍ତାନ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।