ବିଡି ତିଆରି କରି ଗୁଜୁରାଣ ମେଣ୍ଟନ୍ତି ପୂର୍ବତନ ସାଂସଦ, “ସାଇକେଲ ନେତା ଭାବରେ ପରିଚିତ”

Spread the love

ଆଜି ମଧ୍ୟ ପୂର୍ବତନ ସାଂସଦ ରାମ ସିଂହ, ପ୍ରତିଦିନ ସାଇକେଲ ଚଳାଇ ଅନ୍ୟମାନଙ୍କ ସହ ସାକ୍ଷାତ କରନ୍ତି ଓ ବାର୍ତ୍ତାଳାପ ମଧ୍ୟ କରନ୍ତି । ତାଙ୍କ ପାଖରେ କୌଣସି ଯନ୍ତ୍ର ଚଳିତ ଯାନବାହାନ ନାହିଁ ।

ନୂଆଦିଲ୍ଲୀ : ବର୍ତ୍ତମାନ ପରିସ୍ଥିତିରେ ଦୁନିଆର ଯେକୌଣସି ବ୍ୟକ୍ତି ସାଂସଦ କିମ୍ବା ବିଧାୟକଙ୍କ କଥା ଶୁଣିବେ, ତେବେ ମନ ଭିତରେ ଏକ ଭିନ୍ନ ରୂପର ପ୍ରତି ଛବି ଉଙ୍କି ମରିଥାଏ । କିନ୍ତୁ ମଧ୍ୟ ପ୍ରଦେଶର ବୁନ୍ଦେଳଖଣ୍ଡରେ ଏମିତି ଏକ ସାଂସଦ ରହିଛନ୍ତି, ଯାହାଙ୍କ ଛବି ଅନ୍ୟ ସାଂସଦ, ବିଧାୟକମାନଙ୍କ ଠାରୁ ଠିକ ବିପରୀତ । ଏହି ବୁନ୍ଦେଲାଖଣ୍ଡ ନିବାସୀ ସାଂସଦ ମହାଶୟ ଜଣକ ବର୍ତ୍ତମାନ ସାଇକେଲ ଚଳାଇ ନିଜ ଦୈନନ୍ଦିନ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରନ୍ତି, ଏବଂ ସମୟ ମିଳିଲେ ବିଡି ତିଆରି କରନ୍ତି । ସେଠାକାର ଅଧିବାସୀମାନେ ତାଙ୍କୁ ସାଇକେଲ ନେତାଜୀ ବୋଲି ସମ୍ବାଧନ କରୁଛନ୍ତି । ମଧ୍ୟ ପ୍ରଦେଶର ବୁନ୍ଦେଲାଖଣ୍ଡ ଅନ୍ତର୍ଗତ ସାଗର ସହରର ପୂର୍ବ ପାର୍ଶ୍ଵରେ ଅବସ୍ଥିତ ମୁହେଲ୍ଲେରେ ଏକ ଛୋଟିଆ ଘରେ ରୁହନ୍ତି ଏହି ପୂର୍ବ ସାଂସଦ ରାମ ସିଂହ ଆହିରବାର । ସେ ଦର୍ଶନ ଶସ୍ତ୍ରରେ ସ୍ନାତକ ଓ ଇଂରାଜୀରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । 1967 ମସିହାରେ ଭାରତୀୟ ଜନସଙ୍ଘ ପାର୍ଟି ତରଫରୁ ଲୋକସଭା ନିର୍ବାଚନର ପ୍ରତିଦ୍ଵନ୍ଦୀ ଥିଲେ ଏବଂ ନିର୍ବାଚନ ବିଜୟୀ ମଧ୍ୟ ହୋଇଥିଲେ ।

82 ବର୍ଷୀୟ ପୂର୍ବତନ ସାଂସଦ ରାମ ସିଁହ ଆଜି ମଧ୍ୟ ପ୍ରତିଦିନ ସାଇକେଲ ଚଳାଇ ଅନେକ ଦୂର ପର୍ଯ୍ୟନ୍ତ ନିଜ ବିଶ୍ଵସ୍ତମାନଙ୍କ ସହ ସାକ୍ଷାତ କରନ୍ତି । ତାଙ୍କ ପାଖରେ କୌଣସି ଯାହବାହନ ନାହିଁ । ରାମ ସିଂହ କୁହନ୍ତି, “ମୋଟ ଚଳିତ ଯାନବାହାନର ଆବଶ୍ୟକତା କେବେ ଅନୁଭବ କରି ନାହାନ୍ତି । କିନ୍ତୁ ମୋଟର ଚଳିତ ଯାନବାହାନ ଆଣିବା ପାଇଁ ଚେଷ୍ଟା କରିଥିଲେ ।” କିଛି ଦିନ ତଳେ ତାଙ୍କୁ ପରଲେସିସ୍ ହୋଇଥିଲା, ଯାହାଫଳରେ ସେ କହିବ ବେଳେ ସମ୍ୟକ ଅସୁବିଧା ଅନୁଭବ କରୁଛନ୍ତି । ତଥାପି ସେ ସାଇକେଲ ଛାଡି ନାହାନ୍ତି । ଫୁରସତ୍ ମିଳିବ କ୍ଷଣେ ସେ ବିଡି ବନାଉଛନ୍ତି, ଯାହାଫଳରେ କିଛି ରୋଜଗାର ହୋଇଯାଉଛି ।

କେବଳ ଅତିକି ନୁହଁ, ରାମ ସିଂହଙ୍କୁ ନିଜ ପେନସନ୍ ପାଇବା ମଧ୍ୟ ବହୁତ କଷ୍ଟ କରିବାକୁ ପଢୁଛି । ସେ କହୁଛନ୍ତି, “ମୋର ସାଂସଦର ପେନସନ୍ 2005 ମସିହାରେ ଭଗବାନଙ୍କ ଆଶୀର୍ବାଦରେ ଲାଗୁ ହୋଇଥିଲା । ଏହି ପେନସନ୍ ପାଇଁ ଅନେକ ସଂଘର୍ଷ କରିବାକୁ ପଢିଥିଲା ।” 82 ବର୍ଷରେ ପଦର୍ପଣ କରିବା ପରେ ମଧ୍ୟ ସେ ସଂପୂର୍ଣ୍ଣ ସକ୍ରିୟ ଅଛନ୍ତି ପ୍ରତିଟି କାର୍ଯ୍ୟରେ, ହଁ ରାଜନୀତିରେ ସକ୍ରିୟ ନୁହନ୍ତି । କେନ୍ଦ୍ରରେ ଭାଜପା ସରକାର ମଧ୍ୟ ତାଙ୍କୁ ମହତ୍ଵ ଦେଇନାହିଁ । ରାଜନୀତିରେ ଏହି ଭ୍ରଷ୍ଟାଚରକୁ ଦେଖି ରାମ ସିଂହ ବହୁତ ଚିନ୍ତିତ । ଅନୁକସୂଚିତ ଜନଜାତି ବର୍ଗରୁ ଆସିଥିବା ରାମ ସିଂହ ସାଂସନ୍ଦ ହେବ ବିଷୟ କହିଛନ୍ତି, “ବିଶ୍ବ ବିଦ୍ୟାଳୟରେ ପଢୁଥିଲି ଓ ଘରେ ବିଡି ବନାଇ ଜୀବିକାର୍ଜନ କରୁଥିଲି । ଏହି ସନ୍ଧିକ୍ଷଣରେ ଜନସଙ୍ଘ ତରଫରୁ ସାଗର ନିର୍ବାଚନ ମଣ୍ଡଳୀର ଲୋକସଭା ପ୍ରତିଦ୍ଵନ୍ଦୀ ଭାବରେ ନିର୍ବାଚନ ଲଢିଥିଲେ ଏବଂ ନିର୍ବାଚନ ଜିତି ଥିଲେ ମଧ୍ୟ । ରାମ ସିଂହଙ୍କ ପତ୍ନୀ କହିଛନ୍ତି, ମୋତେ ଓ ମୋର ସ୍ବାମୀଙ୍କୁ ପେନସନ୍ ପାଇବା ପାଇଁ ବହୁତ ସଂଘର୍ଷ କରିବାକୁ ପଢିଥିଲା ।

ରାମ ସିଂହଙ୍କ ପଡୋଶୀ ଗୋବିନ୍ଦ କହିବ ଅନୁସାରେ, “ରାମ ସିଂହ ଅନ୍ୟ ନେତାଙ୍କ ଠାରୁ ଭିନ୍ନ ଅଟନ୍ତି । ସେ ଏମିତି ନେତା ନୁହନ୍ତି ଯେ, ଗୋଟିଏ ଥର ସାଂସଦ ହେବେ ଏବଂ ଅନେକ ସୁବିଧା ହାସଲ କରିନେବେ । ରାମ ସିଂହ ସ୍ଵାଜ୍ଜନ ଓ ସରଳ ସମ୍ପର୍ଣ୍ଣର ବ୍ୟକ୍ତି ଅଟନ୍ତି ।