ଏହି କାରଣରୁ ବୁଢ଼ା ବାପା ମାଆଙ୍କୁ ଘରୁ ବାହାର କରିଦିଅନ୍ତି ପିଲାମାନେ ! ମାତା ପିତା ସତର୍କ ହୋଇଯାନ୍ତୁ, ଏବେ ଠାରୁ ହିଁ କରନ୍ତୁ ଏହି କାମ…

Spread the love

ଆଜିକାଲି ଦୁନିଆରେ କାହାର କୌଣସି ଭରସା ନଥାଏ । ଭାଇ ଭାଇର ହୋଇନଥାଏ । ସନ୍ତାନ ମଧ୍ୟ ନିଜ ବାପା ମାଆଙ୍କ ହୋଇ ରହିପାରେ ନାହିଁ । ଆପଣ ଏମିତି କିଛି ଘଟଣା ଶୁଣିଥିବେ ନଚେତ ଜାଣିଥିବେ, ଯେଉଁଠାରେ ପିଲାମାନେ ନିଜ ବାପା ମାଆଙ୍କୁ ଘରୁ ବାହାର କରିଦିଅନ୍ତି ।ଏମିତିରେ ତାଙ୍କୁ କୌଣସି ବୃଦ୍ଧ ଆଶ୍ରମର ସାହାରା ନେବାକୁ ପଡ଼ିଥାଏ କିମ୍ବା ସେମାନେ ଏମିତି ସେମିତି କରି ବହୁ କଷ୍ଟରେ ଜୀବନଯାପନ କରିଥାନ୍ତି । ବୃଦ୍ଧକାଳ ଏକ ଏମିତି ସମୟ ଯେତେବେଳେ ବାପା ମାଆଙ୍କୁ ତାଙ୍କର ସନ୍ତାନ ମାନଙ୍କର ଅଧିକ ଆବଶ୍ୟକତା ପଡ଼ିଥାଏ ମାତ୍ର କିଛି ନିର୍ଦ୍ଦୋୟୀ ପିଲା ଏହି ସମୟରେ ନିଜ ବାପା ମାଆଙ୍କୁ ଧୋକ୍କା ଦେଇଥାନ୍ତି ଏବଂ ନିଜ କର୍ତ୍ତବ୍ୟରୁ ମୁଁହ ଫେରାଇ ନେଇଥାନ୍ତି । ସେମାନେ ଏହି କଥା ଭୁଲି ଯାଇଥାନ୍ତି ଯେ, ପିଲାଦିନେ ଏହି ବାପା ମାଆ ତାଙ୍କୁ ଲାଳନ ପାଳନ କରି ଛୋଟରୁ ବଡ଼ କରିଥିଲେ କିନ୍ତୁ ଆଜି ଜୀବନର ଅନ୍ତିମ ପର୍ଯ୍ୟାୟରେ ଦଣ୍ଡାୟମାନ ସେହି ବାପା ମାଆଙ୍କୁ ପାଖରେ ରହିବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି ।

ଏହି କାରଣରୁ ପିଲାମାନେ ବାପା ମାଆଙ୍କ ପାଖରେ ରୁହନ୍ତି ନାହିଁ :-

ଚାଲନ୍ତୁ ପ୍ରଥମେ ଏହି ବିଷୟରେ ଜାଣିବା ଯେ, ଯେଉଁଥିପାଇଁ ପିଲାମାନଙ୍କ ମନରେ ବାପା ମାଆଙ୍କ ଠାରୁ ଦୂରରେ ରହିବା କିମ୍ବା ତାଙ୍କୁ ଘରୁ ବେଦଖଲ କରିବାର ଚିନ୍ତାଧାରା ଆସିଥାଏ ।

ଅଧିକାଂଶ ସମସ୍ୟା ସନ୍ତାନ ମାନଙ୍କର ବିବାହ ପରେ ଆରମ୍ଭ ହୋଇଥାଏ । ନୁଆ ବୋହୂର ଶାଶୁ ଶଶୁରଙ୍କ ସହ ମିଶିବା କମ୍ ହୋଇଥାଏ ।ପ୍ରତିଦିନ ଘରେ କଳହ ସୃଷ୍ଟି ହୋଇଥାଏ । ଆପଣଙ୍କର ଏବଂ ପିଲାଙ୍କର ବିଚାର ପରସ୍ପର ସହ ମିଳିନଥାଏ । କେବେ କେବେ ଯଦି ଆପଣ ଅଧିକ ରୋକଟୋକ କରିଦିଅନ୍ତି; ତା’ହେଲେ ସେମାନେ ଅଧିକ ସ୍ୱାଧୀନତା ଆଶା କରିଥାନ୍ତି । ଏହି ମାମଲାରେ ଭୁଲ କାହାର ବି ହୋଇ ଥାଇପାରେ ମାତ୍ର ପରିବାରରେ ମଧ୍ୟରେ ଏହିଠାରୁ ହିଁ ଫାଟ ସୃଷ୍ଟି ହୋଇଥାଏ ।

ବାପା ମାଆ ଯେତେବେଳେ ବାର୍ଦ୍ଧକ୍ୟ ହୋଇଯାନ୍ତି; ସେତେବେଳେ ତାଙ୍କୁ କିଛି ରୋଗ ଆକ୍ରାନ୍ତ କରିଥାଏ । ଏମିତିରେ ଚିକିତ୍ସା ଏବଂ ଔଷଧର ଆବଶ୍ୟକତା ପଡ଼ିଥାଏ ଏବଂ ତା’ଠାରୁ ଅଧିକ ବାପା ମାଆଙ୍କର ସେବା କରିବାକୁ ପଡ଼ିଥାଏ । ଏହି ପରିସ୍ଥିତିରୁ ବଞ୍ଚିବା ପାଇଁ କିଛି କାମଚୋର ଏବଂ ଖରାପ ପୁଅ ବୋହୂ ବାପା ମାଆଙ୍କୁ ଅଲଗା କରିବାକୁ ଷଡଯନ୍ତ୍ର କରିଥାନ୍ତି ।

ସବୁଠାରୁ ଗୋଟିଏ ବଡ଼ କାରଣ ସମ୍ପତ୍ତି ଏବଂ ଟଙ୍କା ମଧ୍ୟ ହୋଇଥାଏ । ଏମିତି କିଛି ସନ୍ତାନ ରହିଥାଆନ୍ତି; ଯେଉଁମାନଙ୍କ ମନରେ କେବଳ ଆପଣଙ୍କ ସମ୍ପତ୍ତି ପ୍ରତି ଭଲ ପାଇବା ଥାଏ । ଥରେ ମାତ୍ର ଯଦି ଏହା ସେମାନଙ୍କ ହାତକୁ ଆସିଯାଏ; ତା’ହେଲେ ଆପଣଙ୍କର ଆଉ କିଛି ଆବଶ୍ୟକତା ନଥାଏ । କେବେକେବେ ଘର ଭାଗବଣ୍ଟାକୁ ନେଇ ମଧ୍ୟ ଅସୁବିଧା ସୃଷ୍ଟି ହୋଇଥାଏ ।

ବାପା ମାଆ ଏହି ସାବଧାନତା ରଖନ୍ତୁ :-

ଯଦି ଆପଣ ଆପଣଙ୍କ ବୃଦ୍ଧକାଳ ଶାନ୍ତିରେ ଏବଂ ଆରାମରେ କାଟିବାକୁ ଚାହୁଁଛନ୍ତି; ତାହାଲେ ଏବେ ଠାରୁ ଏହି କଥା ପ୍ରତି ଦୃଷ୍ଟି ଦିଅନ୍ତୁ ।

– ନିଜ ଦେହ ପ୍ରତି ସବୁବେଳେ ସଜାଗ ରୁହନ୍ତୁ, ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ଏବଂ ବ୍ୟାୟାମ କରନ୍ତୁ । ଏମିତି ହେଲେ ବୃଦ୍ଧକାଳରେ ଅଧିକ କାମ କରିବାକୁ ସକ୍ଷମ ହୋଇପାରିବେ । ତାହା ସହିତ ସମୟ ସମୟରେ ଡାକ୍ତରୀ ଚେକ୍-ଅପ୍ ମଧ୍ୟ କରି ନିଅନ୍ତୁ ।

– ନିଜର ପୁରୁଣା ଚିନ୍ତାଧାରାକୁ ପରିବର୍ତ୍ତନ କରନ୍ତୁ ଏବଂ ନିଜ ପିଲାଙ୍କ ଉପରେ ଅଧିକ କଟକଣା ରଖନ୍ତୁ ନାହିଁ । ଯଦି ଆପଣ ସେମାନଙ୍କ ସବୁ କଥାରେ ଦଖଲ ନ ଦେବେ, ତା’ହେଲେ ସେମାନଙ୍କର ଆପଣଙ୍କ ପ୍ରତି କିଛି ଅସୁବିଧା ରହିବ ନାହିଁ । ଆପଣ ସବୁବେଳେ ନିଜ ବିଷୟରେ ଭାବନ୍ତୁ । ପିଲାମାନେ ବଡ଼ ହୋଇଗଲା ପରେ ସେମାନଙ୍କ ନିଷ୍ପତ୍ତି ସେମାନେ ହିଁ ନେବାକୁ ଦିଅନ୍ତୁ ।

– କୌଣସି ପରିସ୍ଥିତିରେ ମଧ୍ୟ ନିଜର ସମ୍ପତ୍ତି ପିଲାଙ୍କ ନାମରେ କରନ୍ତୁ ନାହିଁ । ନିଜର କୌଣସି ବ୍ୟାଙ୍କ ଆକାଉଣ୍ଟ ଏବଂ ଏଟିଏମ୍ ଆପଣ ନିଜେ ହିଁ ବ୍ୟବହାର କରନ୍ତୁ । ଯେତେ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ପଇସା ଅଛି, ସେତେ ପର୍ଯ୍ୟନ୍ତ ପୁରା ପରିବାର ଆପଣଙ୍କ ହାତ ମୁଠାରେ ରହିବ । ଯଦି ସେମାନେ ଆପଣଙ୍କୁ ଛାଡ଼ି ଦେଇ ଚାଲିଯାନ୍ତି; ତା’ହେଲେ ସେହି ଟଙ୍କାରେ ଘରେ ଚାକର ରଖିପାରିବେ ଏବଂ ନିଜ ଚିକିତ୍ସା ମଧ୍ୟ କରି ପାରିବେ । ସେଥିପାଇଁ ଏକ ବଡ଼ ସେଭିଂ ନିଜ ବୃଦ୍ଧକାଳର ସହାରା ପାଇଁ ସଞ୍ଚିତ କରି ରଖନ୍ତୁ । ସେହି ଟଙ୍କା ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତୁ ନାହିଁ । ନିଜ ଘର ସବୁବେଳେ ନିଜ ନାମରେ ହିଁ ରଖନ୍ତୁ ।

ସୌଜନ୍ୟ : https://www.newstrend.news