ସଲମାନ ଖାନଙ୍କ ଏହି ଗୁଣ ଯୋଗୁଁ ତାଙ୍କର ଗାର୍ଲ ଫ୍ରେଣ୍ଡମାନଙ୍କ ସହିତ ବ୍ରେକ୍-ଅପ୍ ହୋଇଯାଉଛି । ଜାଣନ୍ତୁ ଏଥିରୁ ଜଡ଼ିତ ଥିବା କେତେକ ଗୁରୁତ୍ୱପୂର୍ଣ୍ଣ କଥା ।

Spread the love

ବଲିଉଡ଼ର ଦବଙ୍ଗ ସଲମାନ ଖାନଙ୍କୁ ୫୩ ବର୍ଷ ପୂର୍ତ୍ତି ହୋଇଗଲାଣି । ଏହି ବୟସର ମଧ୍ୟ ସେ ଏକୁଟିଆ ଥିବାର କଥା ବେଳେବେଳେ ତାଙ୍କ ଆଖିରୁ ହିଁ ଜଣା ପଡିଯାଉଛି । ଏମିତି ନୁହେଁ ଯେ, ସଲମାନ ଖାନ ଆରମ୍ଭରୁ ଏପରି ଥିଲେ, ସଲମାନ ନିଜେ ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି ଯେ, ସେ ନିଜ ଜୀବନରେ ଏପରି ବହୁତ ଭୁଲ କରିଛନ୍ତି ଯାହା କାରଣରୁ ସେ ବର୍ତ୍ତମାନ ବିବାହ ମଧ୍ୟ କରି ପାରୁନାହାଁନ୍ତି । ସଲମାନ ଖାନ ବର୍ତ୍ତମାନ ବଲିଉଡର ଜଣେ ବହୁତ ପ୍ରସିଦ୍ଧ ଅଭିନେତା ଅଟନ୍ତି; ଯାହାଙ୍କ ଚଳଚ୍ଚିତ୍ର ଗୁଡ଼ିକ ଆରାମରେ ୨୦୦ କୋଟି ପର୍ଯ୍ୟନ୍ତ ରୋଜଗାର କରିଥାଏ ଓ ସେ ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ଆୟ କରୁଥିବା ଅଭିନେତା ଅଟନ୍ତି । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ତାଙ୍କ ଜୀବନରେ ଗୋଟିଏ ଖାଲି ସ୍ଥାନ ରହିଯାଇଛି ଯାହାକୁ କୌଣସି ଧନ ସମ୍ପତ୍ତି ପୂରଣ କରି ପାରିବ ନାହିଁ । ସଲମାନ ଖାନଙ୍କ ଏହି ଗୁଣ ଯୋଗୁଁ ତାଙ୍କ ଗାର୍ଲ ଫ୍ରେଣ୍ଡମାନଙ୍କ ସହିତ ତାଙ୍କର ବ୍ରେକ୍-ଅପ୍ ହୋଇଯାଏ, ଆପଣଙ୍କୁ ଜଣାଇ ଦେଉଛୁ ସଲମାନଙ୍କ ଗାର୍ଲଫ୍ରେଣ୍ଡ ମାନଙ୍କ ବିଷୟରେ ।

ସଲମାନ ଖାନଙ୍କ ଏହି ଗୁଣ ଯୋଗୁଁ ତାଙ୍କ ଗାର୍ଲଫ୍ରେଣ୍ଡ ମାନଙ୍କ ସହିତ ତାଙ୍କର ବ୍ରେକ୍-ଅପ୍ ହୋଇଯାଏ :

୨୭ ଡ଼ିସେମ୍ବର, ୧୯୬୫ରେ ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିବା ସଲମାନ ଖାନଙ୍କ ପିତା ହେଉଛନ୍ତି ବଲିଉଡ଼ର ଜଣେ ଲୋକପ୍ରିୟ ଡ଼ାଇଲଗ ରାଇଟର ସଲିମ ଖାନ । ତାଙ୍କ ମାଅ ସଲମା ଖାନ ଓ ତାଙ୍କ ସାବତ ମାଅ ଅଭିନେତ୍ରୀ ହେଲେନ ଅଟନ୍ତି । ସଲମାନଙ୍କ ଦୁଇଟି ଛୋଟ ଭାଇ ଅରବାଜ, ସୋହେଲ ଓ ଦୁଇଟି ଛୋଟ ଭଉଣୀ ଅର୍ପିତା ଏବଂ ଅଲବିରା ଅଟନ୍ତି । ସଲମାନ ଖାନ ନିଜ ପରିବାର ଲୋକଙ୍କୁ ବହୁତ ଭଲ ପାଆନ୍ତି ଓ ସବୁଠାରୁ ଅଧିକ ନିଜ ମାତାପିତାଙ୍କୁ ସମ୍ମାନ କରନ୍ତି । ସଲମାନ ଖାନ ଆରମ୍ଭରୁ ହିଁ ବହୁତ ରାଗି ସ୍ଵଭାବର ଅଟନ୍ତି ଓ ଯଦି କିଛି ତାଙ୍କ ମନମୁତାବକ ହୋଇନଥାଏ, ତେବେ ସେ କାହା ସାଥିରେ ମଧ୍ୟ ଝଗଡ଼ା କରି ବସନ୍ତି ।

ସଲମାନ ଖାନଙ୍କ ଜୀବନରେ ବହୁତଗୁଡ଼ିଏ ଝିଅ ଆସିଥିଲେ, ଯାହାଙ୍କ ସହିତ ସଲମାନ ଅଟୁଟ ସମ୍ପର୍କରେ ଥିଲେ କିନ୍ତୁ ପରେ କେବଳ ତାଙ୍କର କ୍ରୋଧ ଏବଂ ରାଗି ସ୍ଵଭାବ ଯୋଗୁଁ ସମସ୍ତେ ତାଙ୍କୁ ଛାଡ଼ି ଚାଲିଗଲେ । ଗୋଟିଏ ଇଣ୍ଟରଭ୍ୟୁରେ ସଲମାନ ଖାନ ଏହି କଥାକୁ ସ୍ୱୀକାର କରିଛନ୍ତି ଯେ, ତାଙ୍କ ରାଗି ସ୍ୱଭାବ ତାଙ୍କୁ ନିୟନ୍ତ୍ରଣରେ ରହିବାକୁ ଦିଏ ନାହିଁ ଓ ଏହି କାରଣରୁ ସେ କେତେଗୁଡିଏ ଭୁଲ କରି ବସିଛନ୍ତି । ସଲମାନ ଖାନଙ୍କ ଜୀବନରେ ସଙ୍ଗୀତା ବିଜଲାନୀ, ସୋମି ଅଲି, ଐଶ୍ୱରୀୟା ରାୟ ଓ କଟ୍ରିନା କୈଫ ପରି ଅଭିନେତ୍ରୀ ମାନେ ମଧ୍ୟ ଆସିଥିଲେ; ଯାହାଙ୍କ ମଧ୍ୟରୁ ଐଶ୍ୱରୀୟା ରାୟଙ୍କ ସହିତ ସହିତ ସଲମାନ ଖାନ ଖରାପ ବ୍ୟବହାର ଦେଖେଇଥିଲେ ବୋଲି କୁହାଯାଏ ।

୨୦୦୩ ମସିହାରେ ଐଶ୍ୱରୀୟା ରାୟ ଗୋଟିଏ ପ୍ରେସ କନ୍ଫରେନ୍ସ ଜରିଆରେ କହିଥିଲେ ଯେ, ସଲମାନ ଖାନଙ୍କୁ ସେ ବହୁତ ଭଲ ପାଉଥିଲେ କିନ୍ତୁ ତାଙ୍କର କ୍ରୋଧ ସ୍ୱଭାବ ଯୋଗୁଁ ତାଙ୍କ ସହିତ ରହିବା କଷ୍ଟକର ବୋଲି କହିଥିଲେ । ଏହାର କିଛି ବର୍ଷ ପରେ ଐଶ୍ୱରୀୟା ଅଭିଷେକଙ୍କ ସହିତ ବିବାହ କଲେ ଏବଂ ଆଗକୁ ବଢି ଯାଇଥିଲେ । କିନ୍ତୁ ସଲମାନଙ୍କ କ୍ରୋଧ ବଢିବାକୁ ଲାଗିଲା । ବର୍ତ୍ତମାନ ଗତ କିଛି ବର୍ଷରୁ ତାଙ୍କୁ ଅନୁଭବ ହେଉଛି ଯେ, ତାଙ୍କ ଭିତରେ ଥିବା କ୍ରୋଧ ହେଉଛି ତାଙ୍କର ଏକ ବହୁତ ବଡ଼ ଖରାପ ଗୁଣ ।

ଏହି ଚଳଚ୍ଚିତ୍ର ଗୁଡ଼ିକରେ ନଜର ଆସିଛନ୍ତି ସଲମାନ ଖାନ :

ସଲମାନ ଖାନ ନିଜ କ୍ୟାରିୟରର “ବିବି ହୋ ତୋ ଏସି” ଚଳଚିତ୍ରରୁ ଆରମ୍ଭ କରିଥିଲେ କିନ୍ତୁ ଏଥିରେ ତାଙ୍କୁ କେହି ନୋଟିସ କରି ନଥିଲେ । ପରେ ସଲମାନ “ମେନେ ପ୍ୟାର କିଆ” ଓ “ହମ ଆପକେ ହେ କୋନ” ପରି ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଥିଲେ । କିନ୍ତୁ ଐଶ୍ୱରୀୟାଙ୍କ ସହିତ ବ୍ରେକ୍-ଅପ୍ ପରେ ସଲମାନଙ୍କ ମନ କାମରେ ଲାଗୁ ନଥିଲା ଓ ପରେ ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ ହେବାକୁ ଲାଗିଲା । କିନ୍ତୁ ୨୦୧୦ ମସିହାରେ ଚଳଚ୍ଚିତ୍ର ଦବଙ୍ଗର ସଫଳତା ପରେ ସେ ଆଉ ପଛକୁ ଚାହିଁ ନାହାଁନ୍ତି ଓ ଗୋଟିଏ ପରେ ଗୋଟିଏ ୨୦୦ କୋଟିର ଫିଲ୍ମ ଗୁଡ଼ିକ ଦେବାକୁ ଲାଗିଲେ ଓ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ରେକର୍ଡ କାଏମ ରହିଛି ।