କେବଳ ଶୁଭ ଅଶୁଭ ନୁହେଁ ବରଂ ଏହି କାରଣରୁ ମଧ୍ୟ ଆଖି ଡେଇଁଥାଏ । ଜାଣନ୍ତୁ କଣ ଅଟେ ଏହି ସମସ୍ୟା ଏବଂ ଏହାର ଉପଚାର କଣ ?

Spread the love

ଆଖି ଡେଇଁବା ଗୋଟିଏ ସାଧାରଣ କଥା ଏବଂ ପ୍ରାୟତଃ ସମସ୍ତଙ୍କର ଆଖି ମଧ୍ୟ ଡେଇଁଥାଏ । ଏମିତିରେ ଅଧିକାଂଶ ଲୋକ ଆଖି ଡେଇଁବାକୁ ଶୁଭ କିମ୍ବା ଅଶୁଭ ବୋଲି କହିଥାନ୍ତି ମାତ୍ର ଏହି ଘଟଣାର ଶୁଭ ଅଶୁଭ ସହ କିଛି ସମ୍ପର୍କ ନଥାଏ । ଆଖି ଡେଇଁବା ପଛରେ ତାନ୍ତ୍ରିକ ସମ୍ବନ୍ଧ ବେକାର ହୋଇଥାଏ । ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ ଆଖି କାହିଁକି ଡେଇଁଥାଏ ଏବଂ ଆଖିରେ ଅଧିକ ସମସ୍ୟା ଥିଲେ କଣ ଉପଚାର କରିବା ଦରକାର । ତେବେ ଆସନ୍ତୁ ଜାଣିବା :

ଆଖି ଡେଇଁବାର କାରଣ :

କିଛି ଲୋକଙ୍କ କହିବା ଅନୁଯାୟୀ ଆଖି ଡେଇଁଲେ, ବ୍ୟକ୍ତିର କୌଣସି ପ୍ରକାରର କଷ୍ଟ କିମ୍ବା କ୍ଷତି ହୋଇଯାଇପାରେ । କିଛି ଲୋକଙ୍କୁ ଏହି ସମସ୍ୟା ଅଳ୍ପ ସମୟ ପାଇଁ ହୋଇଥାଏ ତ କିଛି ଲୋକଙ୍କୁ ଏହା ଅଧିକ ସମୟ ପାଇଁ ହୋଇଥାଏ, ଯାହାଦ୍ୱାରା ସେମାନେ କ୍ରୋଧିତ ହୋଇଯାନ୍ତି ।

ମାନସିକ ବିଷାଦ ବା ଚିନ୍ତା :

ଆଖି ଡେଇଁବା ପଛରେ ଗୋଟିଏ କାରଣ ମାନସିକ ବିଷାଦ ବା ଚିନ୍ତା ମଧ୍ୟ ହୋଇଥାଏ । ଅଧିକାଂଶ ସମୟରେ ଲୋକମାନେ ନିଜ ପଢାପଢି, ବ୍ୟବସାୟ ବାଣିଜ୍ୟ, ପିଲାଙ୍କ ଭବିଷ୍ୟତ, ପରିବାର କିମ୍ବା ପ୍ରେମ ପାଇଁ ଚିନ୍ତିତ ରହିଥାନ୍ତି । ଯାହାଦ୍ୱାରା ଆଖିରେ ସମସ୍ୟା ଦେଖାଯାଇଥାଏ ।

ଥକ୍କାପଣ :

ଦିନସାରା ପରିଶ୍ରମ ହେଉ ଅବା ଭ୍ରମ ଜନିତ କଷ୍ଟରୁ ମଧ୍ୟ ମନୁଷ୍ୟ ଥକ୍କାପଣ ଅନୁଭବ କରିଥାଏ । ଏହି ଥକ୍କାପଣ ଉଭୟ ଶାରୀରିକ ଓ ମାନସିକ ହୋଇପାରେ । ଏହି ଥକ୍କାପଣ କାରଣରୁ ମଧ୍ୟ ଆଖି ଡେଇଁଥାଏ ।

କୈଫିନର ଅଧିକ ସେବନ :

ଆପଣ ବୋଧହୁଏ ଏହି ଘଟଣା ପ୍ରତି କେବେ ଧ୍ୟାନ ଦେଇନଥିବେ । ମାତ୍ର ଯେଉଁ ଦିନ ଆପଣ ଅଧିକ କୈଫିନ ବ୍ୟବହାର କରିଥିବେ, ସେହି ଦିନ ଆଖିରେ ଅଧିକ ସମସ୍ୟା ହୋଇଥାଏ, ଅର୍ଥାତ ଆଖି ଡେଇଁଥାଏ । କେବେକେବେ ଅଲକୋହଲର ଅଧିକ ସେବନ କାରଣରୁ ମଧ୍ୟ ଆଖି ଡେଇଁବା ସମସ୍ୟା ହୋଇଥାଏ ।

ଆଖି ଶୁଷ୍କ ହୋଇଯିବା :

ସାଧାରଣତଃ ୫୦ ବର୍ଷ ବୟସ ପରେ ଲୋକଙ୍କ ଆଖିରେ ଶୁଷ୍କତା ବଢ଼ିଯାଇଥାଏ, ଯାହାଦ୍ୱାରା ଆଖି ଡେଇଁଥାଏ । ଏହା ବ୍ୟତୀତ ଯେଉଁ ଲୋକମାନେ ଅଥରାଇଟିସ୍ ଏବଂ ଡିପ୍ରେସନ (Arthritis and depression) ପାଇଁ ଔଷଧ ସେବନ କରୁଥିବେ, ସେମାନଙ୍କ ଠାରେ ମଧ୍ୟ ଆଖିର ସମସ୍ୟା ଦେଖା ଯାଇଥାଏ ।

ଆଖି ଡେଇଁବାର ଉପଚାର :

କାକୁଡ଼ି :

ଯଦି ଆଖି ଡେଇଁବାର ସମସ୍ୟା ଅଧିକ ଥାଏ, ତା’ହେଲେ କାକୁଡ଼ି ବ୍ୟବହାର କରିବା ଦ୍ଵାରା ଉପକୃତ ମିଳିଥାଏ । କାକୁଡ଼ିରେ ଇନଫ୍ଲାମେଟରୀ ଗୁଣ ଥାଏ । ଯାହାଦ୍ଵାରା ଆଖିର ମାଂସପେଶୀକୁ ଶାନ୍ତ ମିଳିଥାଏ । ଆଖିରେ ଥଣ୍ଡା କାକୁଡ଼ିକୁ ପତଳା ପତଳା କାଟି ଆଖିରେ ରଖନ୍ତୁ, ତାହା ହେଲେ ଆଖି ଡେଇଁବା ବନ୍ଦ ହୋଇଯିବ ।

କଦଳୀ :

ଆଖି ଡେଇଁବାର ଅନ୍ୟ ଏକ କାରଣ ଶରୀରରେ ପୋଟାସିୟମର ଅଭାବ ଥିବା ଯୋଗୁଁ ହୋଇଥାଏ । କଦଳୀରେ ଠିକ ମାତ୍ରାରେ ପୋଟାସିୟମ ମିଳିଥାଏ, ଯାହାଦ୍ୱାରା ଆଖି ଡେଇଁବା ବନ୍ଦ ହୋଇ ଯାଇଥାଏ । ଯଦି ଆଖି ଡେଇଁବା ଅଧିକ ହେଉଥାଏ, ତା’ହେଲେ ପ୍ରତିଦିନ ଦୁଇଟି କଦଳୀ ସେବନ କରନ୍ତୁ ।

ଗୋଲାପ ଜଳ :

ଗୋଲାପ ଜଳକୁ ଆଖି ପରିଷ୍କାର କରିବା ପାଇଁ ଅତି ଉତ୍ତମ ବୋଲି କୁହାଯାଏ । ଆଖିରେ ଜ୍ଵଳନ କିମ୍ବା ଅନ୍ୟ କୌଣସି କଷ୍ଟ ହେଉଥିଲେ, ଆଖିରେ ଗୋଲାପ ଜଳ ଲଗେଇଲେ ଆରାମ ମିଳିଥାଏ । ଗୋଲାପ ଜଳକୁ କିଛି ସମୟ ଫ୍ରିଜରେ ରଖନ୍ତୁ ଏବଂ ତା’ପରେ ତୁଳାକୁ ବୁଡ଼ାଇ ଆଖି ଉପରେ କିଛି ସମୟ ପାଇଁ ଦବେଇ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ଆଖିକୁ ଆରାମ ମିଳିବ ।

ଯଦି ଆଖି ଡେଇଁବାର ସମସ୍ୟା ଦୂର ହେଉ ନାହିଁ, ତା’ହେଲେ ଜୋରରେ ଆଖି ପଲକକୁ ପକାନ୍ତୁ । ଏହାଦ୍ୱାରା ଆଖିରେ ଜମା ହୋଇଥିବା ଅପରିଷ୍କାର ବହାରି ଆସିଥାଏ ଏବଂ ମାଂସପେଶୀକୁ ଆରାମ ମିଳିଥାଏ । ଆଖି ଡେଇଁଲେ ଆଖିର ପଲକକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଜୋରରେ ପକାନ୍ତୁ । ଏହା ସହିତ କୈଫିନ, ତମାଖୁ ଏବଂ ଅଲକୋହଲ ସେବନକୁ କମ୍ କରନ୍ତୁ । ପ୍ରତିଦିନ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ ।