ମାଧୁରୀଙ୍କ ସହ ସମ୍ପର୍କ ଯୋଗୁଁ ନୁହଁ, କେବଳ ଏହି ଲୋକୋମାନଙ୍କ ଯୋଗୁଁ ସଞ୍ଜୟ ଦତ୍ତ ଏବଂ ରିଚା ଶର୍ମାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା ।

Spread the love

ସଞ୍ଜୟ ଦତ୍ତ ଏବଂ ରିଚା ଶର୍ମାଙ୍କ ବିବାହ ବିଚ୍ଛେଦର କାରଣ ମାଧୁରୀ ନୁହଁ କେବଳ ରିଚାଙ୍କ ଭଉଣୀ ଏନା ଅଟନ୍ତି ।

ବାଲିଉଡ଼ର ଜଣା ଶୁଣା ଅଭିନେତା ସଞ୍ଜୟ ଦତ୍ତ ନିଜର ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ରୁହନ୍ତି । ଯେପରି ସଞ୍ଜୟ ନିଜ ବ୍ୟାବସାୟିକ ଜୀବନରେ ଉତ୍ଥାନ ଏବଂ ପତନ ଦେଖିଛନ୍ତି, ଠିକ ସେହିପରି ତାଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ ବହୁତ ଉତ୍ଥାନ ଏବଂ ପତନ ମଧ୍ୟ ରହିଥିଲା । ନିଜର ବୈବାହିକ ଜୀବନରେ ମଧ୍ୟ ସଂଜୟଙ୍କୁ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା ।

ପ୍ରକୁତରେ ସଂଜୟ ଦତ୍ତ ମୋଟ ୩ଟି ବିବାହ କରିଥିଲେ । ସର୍ଵପ୍ରଥମେ ସଂଜୟ ଦତ୍ତଙ୍କ ୧୯୮୭ ମସିହାରେ ଅଭିନେତ୍ରୀ ରିଚା ଶର୍ମାଙ୍କ ସହ ବିବାହ ହୋଇଥିଲା । ରିଚାଙ୍କ ସହ ବିବାହ ବିଚ୍ଛେଦ ପରେ ସଂଜୟ ଦ୍ୱିତୀୟ ବିବାହ ରିଚା ପିଲ୍ଲାଇଙ୍କ ସହ ହୋଇଥିଲା ଏବଂ ତାଙ୍କର ତୃତୀୟ ବିବାହ ମାନ୍ୟତା ଦତ୍ତଙ୍କ ସହ ହୋଇଥିଲା । ଦୁହେଁ ସୁଖରେ ନିଜର ଜୀବନ ଅତିବାହିତ କରୁଛନ୍ତି । କିନ୍ତୁ ଆଜି ଆପଣଙ୍କୁ ରିଚା ଶର୍ମାଙ୍କ ସହ ସଂଜୟଙ୍କ ବିବାହ ବିଚ୍ଛେଦ କାହିଁକି ହୋଇଥିଲା ଏବଂ ଏହାର ପଛର କାରଣ କଣ ଆମେ କହିବୁ ।

ସଂଜୟଙ୍କ ସହ ବିବାହ କରିବା ପରେ ରିଚା ନିଜର ଅଭିନୟ ଜୀବନ ଛାଡ଼ି ଦେଇଥିଲେ । ଦୁହିଁଙ୍କ ମଧ୍ୟରେ ସବୁ ଠିକ ଚାଲିଥିଲା କିନ୍ତୁ ରିଚାଙ୍କୁ ବ୍ରେଇନ ଟ୍ୟୁମର ହୋଇଛି ବୋଲି ଜଣାପଡିବାରୁ ରିଚା ସୁସ୍ଥ ହେବା ପାଇଁ ନିଜର ପିତାଙ୍କ ପାଖକୁ ୟୁଏଏସ୍ ଚାଲି ଯାଇଥିଲେ । UASରେ ୩ ବର୍ଷ ଚିକିତ୍ସା ପରେ ସମ୍ୟକ ସୁସ୍ଥ ହେବା ହୋଇ ସେ ଯେତେବେଳେ ଭାରତ ଫେରି ଆସିଲେ, ସେ ଜାଣିବାକୁ ପାଇଲେ ଯେ ସଂଜୟଙ୍କ ସହ ମାଧୁରୀଙ୍କ ନାମ ମଧ୍ୟ ଯୋଡି ହେଉଛି । ଆହୁରି ମଧ୍ୟ ସବୁ ସ୍ଥାନରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚା ହେଉଛି ।

ଯେବେ ରିଚାଙ୍କୁ ଏ ଵିଷୟ ଜଣାପଡିଲା ସେ ବହୁତ ଭାଙ୍ଗି ପଡିଥିଲେ । ରିଚା ଏକ ସାକ୍ଷାତକାରରେ କହିଥିଲେ ଯେ, “ସେ ଚାହାଁନ୍ତି ଯେ, ସଞ୍ଜୟ ତାଙ୍କ ଜୀବନରେ ପୁଣି ଫେରି ଆସନ୍ତୁ ।” ଆମେ ଦୁହେଁ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପର ଠାରୁ ଅଲଗା ରହିଥିଲୁ । ଯେତେବେଳେ ରିଚା ସଞ୍ଜୟଙ୍କୁ ପଚାରିଥିଲି ଯେ, କଣ ସେ ମୋ ଠାରୁ ବିବାହ ବିଚ୍ଛେଦ ଚାହାଁନ୍ତି କି ? ତେବେ ସେ ମନା କରିଥିଲେ ଏବଂ ମୁଁ ମଧ୍ୟ ବିବାହ ବିଛେଦ ଚାହୁଁ ନାହିଁ । କେବଳ ମୁଁ ତାଙ୍କୁ ମୋ ଜୀବନରେ ପୁଣି ପାଇବାକୁ ଚାହେଁ । ମୁଁ ସଞ୍ଜୟଙ୍କୁ ବହୁତ ପ୍ରେମ କରେ । ମୁଁ ସବୁବେଳେ ତାଙ୍କ ସହିତ ରହିବା ପାଇଁ ଚାହେଁ ।”

ରିଚା ଏବଂ ସଂଜୟ ନିଜ ବ୍ୟବହାରିକ ଜୀବନକୁ ବଞ୍ଚାଇବା ପାଇଁ ବାବୁତ ଚେଷ୍ଟା କରୁଥିଲେ, କିନ୍ତୁ ସେତେବେଳେ ଜାଣିବାକୁ ମିଳିଲା ଯେ, ରିଚା ପୁଣିଥରେ ଟ୍ୟୁମର ହୋଇଛି । ଏହା ଯୋଗୁଁ ରିଚାଙ୍କୁ ପୁଣିଥରେ ୟୁଏଏସ ଯିବାକୁ ପଡ଼ିଲା । ଏହାପରେ ଏମାନଙ୍କ ଜୀବନରେ ଦୂରତା ଏତେ ବଢି ଯାଇଥିଲା ଯେ, ଏମାନଙ୍କୁ ଛାଡପତ୍ର ନେବାକୁ ପଡୁଥିଲା । ସଂଜୟ ଏବଂ ରିଚାଙ୍କ ଛାଡପତ୍ରର କାରଣ ପାଇଁ ରିଚାଙ୍କ ଭଉଣୀ ଏନା, ମାଧୁରୀଙ୍କୁ ଦୋଷ ଦେଇଥିଲେ ।

ସେ କହିଥିଲେ, “ମାଧୁରୀଙ୍କ ପାଖରେ କିଛି ମଧ୍ୟ ମାନବିକତା ନାହିଁ । ମାଧୁରୀଙ୍କୁ ଅନ୍ୟ କେହି ମଧ୍ୟ ମିଳି ଯାଇଥାନ୍ତା । ମାଧୁରୀ ଏଭଳି ଏକ ବ୍ୟକ୍ତିଙ୍କୁ ବାଛିଲେ ଯିଏ ପ୍ରଥମରୁ ବିବାହ କରି ସାରିଛନ୍ତି ।” କିନ୍ତୁ ସଂଜୟ ନିଜର ଏବଂ ରିଚାଙ୍କ ଛାଡ଼ପତ୍ର ପାଇଁ ରିଚାଙ୍କ ପରିବାର ଏବଂ ନିଜ ଶାଳୀଙ୍କୁ ଦୋଷୀ ମାନୁଥିଲେ । ସଞ୍ଜୟ ଏକ ସାକ୍ଷାତକାରରେ ଏହି କଥାକୁ ସ୍ୱୀକାର କରିଥିଲେ ଯେ, ରିଚାଙ୍କ ପରିବାର ଏବଂ ତାଙ୍କ ଶାଳୀଙ୍କ କାରଣ ଯୋଗୁଁ ହିଁ ତାଙ୍କର ଏବଂ ରିଚାଙ୍କ ସମ୍ପର୍କ ଶେଷ ହୋଇ ଯାଇଥିଲା ।

ମୁଭି ମ୍ୟାଗାଜିନର ବର୍ତ୍ତାଳାପ ସମୟରେ ସଞ୍ଜୟ କହିଥିଲେ ଯେ, “ରିଚାଙ୍କ ରୋଗ ଯୋଗୁଁ ସେମାନଙ୍କ ବିବାହ ବିଚ୍ଛେଦ ହୋଇନଥିଲା । ଏହା ଏକ ଭୁଲ ଦୋଷାରୋପ ଅଟେ ।” ମୁଁ ଏପରି ମଣିଷ ନୁହେଁ ଯେ, ନିଜର ପତ୍ନୀର କେଶ ଝଡ଼ିବା ଯୋଗୁଁ ମୁଁ ତାଙ୍କୁ ପ୍ରେମ କରିବା ବନ୍ଦ କରିଦେବି । ରିଚାଙ୍କ ସହ ମୋର ସମ୍ପର୍କ ଶେଷ ହୋଇଯାଇଛି, ଆମେ ଆଉ କେବେ ମଧ୍ୟ ମିଶି ପାରିବୁ ନାହିଁ । ମୋତେ ରିଚାଙ୍କ ଉପରେ କୌଣସି ସନ୍ଦେହ ନାହିଁ କିନ୍ତୁ ଆମକୁ ବିଚ୍ଛେଦ କରିବାରେ ରିଚାଙ୍କ ପିତାମାତାଙ୍କ ସମ୍ପୂର୍ଣ୍ଣ ହାତ ଅଛି ।

ସଞ୍ଜୟ ଦତ୍ତ କହିଛନ୍ତି, “ସେମାନେ ସବୁବେଳେ ଆମ ବୈବାହିକ ଜୀବନରେ କିଛି ନା କିଛି ଆରୋପ ଲଗାଉଥିଲେ ।” ସେ ସବୁବେଳେ ମୋ ଉପରେ କିଛି ନା କିଛି କଥା ପାଇଁ ଦୋଷାରୋପ କରୁଥିଲେ । ରିଚାଙ୍କ ଭଉଣୀ ଏନା ଆମର ସମ୍ପର୍କ ଭାଙ୍ଗିବାରେ ସବୁଠୁ ବଡ କାରଣ ଅଟନ୍ତି । ସେ ଆମ ଦୁହିଁଙ୍କ ମଧ୍ୟରେ ଭୁଲ ବୁଝାମଣା ଉତ୍ପନ କରୁଥିଲେ । ଭୁଲ ତ ମୋର ଏବଂ ରିଚାଙ୍କ ମଧ୍ୟରେ ଥିଲା । ଯଦି କାହାକୁ ନରମିବାକୁ ପଡ଼ିଥାନ୍ତା, ତାହା ହେଲେ ସେ ନରମି ଯାଆନ୍ତେ । କିନ୍ତୁ ସେ ଆମ ଜୀବନରେ ମଧ୍ୟସ୍ଥତା କରିବା ପାଇଁ ସେ କିଏ ଅଟନ୍ତି ।

ନିଜର ଏବଂ ରିଚାଙ୍କ ସମ୍ପର୍କ ବିଷୟରେ ସଞ୍ଜୟ କହିଥିଲେ, “ଯେବେ ତାଙ୍କୁ କ୍ୟାନ୍ସର ହୋଇନଥିଲା, ସେ ଭାରତକୁ ଘୃଣା କରନ୍ତି ବୋଲି କହୁଥିଲେ । ମୁଁ ଭାରତରେ ରହିବି ନାହିଁ, ନ୍ୟୁୟର୍କରେ ମୋ ପିତା ଏହା ଅଟନ୍ତି, ତାହା ଅଟନ୍ତି ବୋଲି କହୁଥିଲେ ।” ସେ ସବୁବେଳେ ମୋତେ କହୁଥିଲେ, “ତୁମ କାର୍ଯ୍ୟ ମୋତେ ଜମାରୁ ପସନ୍ଦ ନୁହଁ । ତୁମେ ରାତି ୧୦ଟା ପର୍ଯ୍ୟନ୍ତ କଣ କାମ କରୁଛ । ୮ଟା ପୁର୍ବରୁ ଘରକୁ ଫେରୁନ କାହିଁକି ?”

ସେ ମଧ୍ୟ ପୂର୍ବରୁ ଅଭିନେତ୍ରୀ ରୂପେ କାର୍ଯ୍ୟ କରି ସାରିଛନ୍ତି । ତାଙ୍କୁ ଜଣାଥିଲା ଯେ, ଫିଲ୍ମ ଜଗତରେ କାମ କେଉଁ ଭଲି ହୁଏ । ଲୋକଙ୍କୁ ଜଣା ଥିଲା ଯେ, ତାଙ୍କ ରୋଗ ଯୋଗୁଁ ଆମର ସମ୍ପର୍କରେ ବିଛେଦ ଆସି ଯାଇଥିଲା । କିନ୍ତୁ ମୋତେ ଲାଗୁଥିଲା ଯେ, ତାଙ୍କ ରୋଗ ଆମକୁ ଆହୁରି ନିକଟତର କରିଥିଲା । କିନ୍ତୁ ତାଙ୍କ ପରିବାର ଲୋକମାନେ ସବୁ ଖରାପ କରିଦେଲେ ।

ସଂଜୟଙ୍କ କଥାବାର୍ତ୍ତାରୁ ଜଣା ପଡୁଛି ଯେ, ସେ ନିଜ ଛାଡ଼ପତ୍ର ପାଇଁ ରିଚାଙ୍କ ପରିବାରକୁ ଦୋଷୀ ମାନନ୍ତି । ଯେବେ ରିଚା ଏବଂ ସଂଜୟଙ୍କ ସମ୍ପର୍କ ପୁଣିଥରେ ଯୋଡି ହେବା ପାଇଁ କଥା ଉଠିଥିଲା, ସେତେବେଳେ ସେମାନେ ମନା କରି ଦେଇଥିଲେ । ସଞ୍ଜୟ କହିଥିଲେ, “ଆମେ କେତେ ବର୍ଷ ପର୍ଯ୍ୟନ୍ତ ଉତ୍ତମ ବନ୍ଧୁ ଭଳି ରହୁଥିଲୁ । ମୁଁ ସବୁବେଳେ ତାଙ୍କର ସମ୍ମାନ କରୁଛି ଆଉ ମୋତେ ତାଙ୍କର ଚିନ୍ତା ଥିଲା । ଆମର ସମ୍ପର୍କ ଭାଙ୍ଗିବାରେ କେବଳ ସେ ଦୋଷୀ ନୁହନ୍ତି ମୁଁ ମଧ୍ୟ ଦୋଷୀ ଅଟେ । କିନ୍ତୁ ଏହି ସମ୍ପର୍କ ପୁଣିଥରେ ମିଶି ପାରିବ ନାହିଁ ।”