ଏହି ବିଷୟଗୁଡିକ ଯୋଗୁଁ ମୋଦି ସରକାରଙ୍କୁ ବିଜୟ ମିଳିଛି ଏବଂ ବିରୋଧୀଙ୍କୁ ମିଳିଛି ପରାଜୟ । ଏହି ଦଶଟି କାରଣ ଯୋଗୁଁ ବିଜୟ ମିଳିଛି ।

Spread the love

ଏହି ଦଶଟି କାରଣ ଯୋଗୁଁ ପୁଣି ଥରେ ମୋଦି ସରକାରଙ୍କୁ ବିଜୟ ମିଳିଛି ।

ଲୋକସଭା ନିର୍ବାଚନ ୨୦୧୯ରେ ପୁଣି ଥରେ ପୂର୍ଣ୍ଣ ବହୁମତ ପାଇ ଏନଡିଏ ସରକାର ଐତିହାସିକ ବିଜୟ ହାସଲ କରିଛି । ଯେତେବେଳେ ଭୋଟ ଗଣତି ଆରମ୍ଭ ହୋଇଥିଲା ସେହି ସମୟରୁ ହିଁ ବିଜେପିର ବିଜୟ ସୁନିଶ୍ଚିତ ହୋଇ ଯାଇଥିଲା । ୨୩ ମଇରେ ଆସିଥିବା ନିର୍ବାଚନ ଫଳ ଦେଶବାସୀଙ୍କ ପାଇଁ ଖୁସି ଖବର ନେଇ ଆସିଛି ।

ନିର୍ବାଚନ ବିଶେଷଜ୍ଞଙ୍କ ମତ ଅନୁସାରେ କଂଗ୍ରେସର ପରାଜୟ ହୋଇଛି, ଏହା ସହ ବିଜେପିର ବିଜୟର କାରଣ ଗୁଡିକ ଦର୍ଶାଇଛନ୍ତି । ଦେଶର ଜନତା ପୁଣି ଥରେ ମୋଦି ସରକାର ଉପରେ ବିଶ୍ଵାସ ଦେଖାଇଛନ୍ତି । ବିଜେପିର ନେତାମାନେ ଜନତା ସାମ୍ନାରେ ସେହି ବିଷୟଗୁଡିକ ଉପରେ ଗୁରୁତ୍ଵ ଦେଇଥିଲେ ଯାହା ଫଳରେ ଦେଶର ଜନତା ବିଜେପି ସରକାର ଉପରେ ବିଶ୍ଵାସ ଦେଖାଇଛନ୍ତି । ଏହା ନିର୍ବାଚନ ଇତିହାସର ପ୍ରଥମ ଘଟଣା ଯେତେବେଳେ ବିଜେପିକୁ ଏତେ ପରିମାଣର ଆସନ ମିଳିଛି । ଆସନ୍ତୁ ଜାଣିବେ ବିଜେପିକୁ କେଉଁ ସବୁ ବିଷୟଗୁଡିକ ଆଧାରରେ ବିଜୟ ମିଳିଥିଲା ।

୧) ରାଷ୍ଟ୍ରବାଦ :

ପ୍ରଥମରୁ କୁହାଯାଇଥିଲା ଏହି ଥରର ନିର୍ବାଚନ ଜିତିବାର ମୁଖ୍ୟ ବିଷୟବସ୍ତୁ ହେଉଛି ରାଷ୍ଟ୍ରବାଦ ଏବଂ ବିଜେପି ରାଷ୍ଟ୍ରବାଦ ବିଷୟରେ ଚାଲିବ ପାର୍ଟି ଅଟେ । କିନ୍ତୁ ବିରୋଧୀ ଦଳ ଗୁଡିକ ଏହି ବିଷୟ ଉପରେ ବିଶେଷ ଧ୍ୟାନ ଦେଇ ନ ଥିଲେ । ବିଜେପି ରାଷ୍ଟ୍ରବାଦକୁ ନିର୍ବାଚନରେ ନିଜର ଏଜେଣ୍ଡା କରିଥିଲେ । ମୋଦି ନିଜର ଭାଷଣ ମାଧ୍ୟମରେ ରାଷ୍ଟ୍ରବାଦକୁ ଗୁରୁତ୍ଵ ଦେଇଥିଲେ । ଏହାସହ ବିଜେପିର ଅନ୍ୟ ନେତାମାନେ ମଧ୍ୟ ରାଷ୍ଟ୍ରବାଦକୁ ହିଁ ନିର୍ବାଚନର ଭାଷଣରେ ଗୁରୁତ୍ଵାରୋପ ଦେଇଥିଲେ ।

୨) ରାଷ୍ଟ୍ରୀୟ ସୁରକ୍ଷା :

ରାଷ୍ଟ୍ରୀୟ ସୁରକ୍ଷାକୁ ବିଜେପି ବହୁତ ଗୁରୁତ୍ଵ ଦେଇ ନିର୍ବାଚନ ସମୟରେ ଜନତାଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବାରେ ସଫଳ ହୋଇଥିଲା । ଆତଙ୍କବାଦ ଏବଂ ନକ୍ସଲବାଦକୁ ସମ୍ପୂର୍ଣ ରୂପେ ଶେଷ କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ବିଜେପି ଅନୁସାରେ ଦଳ “ରେଡ୍ କରିଡର”କୁ “ଗ୍ରୀନ୍ କରିଡର” ରୂପେ ପରିଣତ କରିଛି ।

୩) ଆତଙ୍କବାଦ :

ଆତଙ୍କବାଦ ଏହିପରି ଏକ ବିଷୟ ଯାହା ଦ୍ଵାରା ଅନେକ ଜୀବନ ହାନି ହୋଇଛି । ଯେତେବେଳେ ଆତଙ୍କବାଦର ନାମ ଆମ ମନକୁ ଆସେ ସେହି ସମୟରେ ଆମ ପଡୋଶୀ ଦେଶ ପାକିସ୍ତାନର ନାମ ମନେ ପଡେ । ଆତଙ୍କବାଦ ବିରୁଦ୍ଧରେ ମୋଦି ସରକାର ପାକିସ୍ତାନକୁ, ଭାରତରୁ ପ୍ରତି କ୍ଷେତ୍ରରେ ବିଚ୍ଛିନ୍ନ କରି ଦେଇଛନ୍ତି । ଏହା ସତ୍ତ୍ୱେ ପାକିସ୍ତାନ ନିଜ କାର୍ଯ୍ୟ କଳାପରେ କୌଣସି ପରିବର୍ତ୍ତନ କରି ନାହିଁ କିନ୍ତୁ ମୋଦି ପ୍ରତି ଭାଷଣରେ କହିଛନ୍ତ, ଆତଙ୍କବାଦ ନା କେବଳ ଭାରତ ପାଇଁ ସାରା ବିଶ୍ଵ ପାଇଁ ମଧ୍ୟ ଏକ ବଡ ଧରଣର ସମସ୍ୟା ଅଟେ ।

୪) ହିନ୍ଦୁତ୍ଵ :

ଅନ୍ୟ ଦଳମାନଙ୍କ ଅପେକ୍ଷା ବିଜେପି ନିର୍ବାଚନ ସମୟରେ ହିନ୍ଦୁତ୍ଵକୁ ଗୁରୁତ୍ଵାରୋପ ଦେଇଥିଲା, ଯାହାଫଳରେ ଦଳର ବିଜୟରେ ଲାଭଦାୟକ ହୋଇଥିଲା । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ନେଇ ନିଜ ନିର୍ବାଚନ ଭାଷଣ ସମୟରେ ଅନେକ ପ୍ରତିଜ୍ଞା କରି ଜନତାଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିଥିଲା । ବାରଣାସୀରେ କାଶୀ ବିଶ୍ଵନାଥ ଏବଂ କେଦାରନାଥ – ବଦ୍ରୀନାଥରେ ବିଧିବଦ୍ଧ ପୂଜାପାଠ ଫଳରେ ନିର୍ବାଚନ ବିଜୟର ସଙ୍କେତ ଜଣାଇଥିଲା ।

୫) ସଫେଇ ଅଭିଯାନ :

ଏହି ନିର୍ବାଚନରେ ଯେଉଁ ମୁଖ୍ୟ ବିଷୟ ଚର୍ଚ୍ଚା ହୋଇଥିଲା ତାହା ଥିଲା ସଫେଇ ଅଭିଯାନ । ମୋଦି ନିଜ ପ୍ରତି ଭାଷଣରେ ସ୍ଵଚ୍ଛତା ଉପରେ ଗୁରୁତ୍ଵାରୋପ କରିଥିଲେ । ମୋଦୀଙ୍କ ଏହି ଭାଷଣରେ ଅନୁପ୍ରାଣିତ ହୋଇ ଦେଶର ଜନତା ଦେଶର ସ୍ଵଚ୍ଛତା ନିମନ୍ତେ ଲାଗି ପଡିଥିଲେ । ସଫେଇ ଅଭିଯାନ ଫଳରେ ଦେଶରେ ଘରେ ଘରେ ଶୌଚଳୟ ନିର୍ମିତ ହୋଇଥିଲା ।

୬) ଆୟୁଷ୍ମାନ ଭାରତ ଯୋଜନା :

ଆୟୁଷ୍ମାନ ଭାରତ ଯୋଜନା ବିଶ୍ଵର ସବୁଠୁ ବଡ ସ୍ୱାସ୍ଥ୍ୟ ଯୋଜନା ଅଟେ । ଗରିବ ଲୋକଙ୍କ ପାଇଁ ମାଗଣା ଚିକିସ୍ଥା ପାଇଁ ଅର୍ଥ ଯୋଗାଇ ଦିଆଯାଏ । ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଆୟୁଷ୍ମାନ ଭାରତ ଯୋଜନା ସହ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଥିଲେ । ସରକାର କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନା ଦେଶର ପ୍ରଥମ ଯୋଜନା ଅଟେ; ଯେଉଁଥିରେ ୫୦ କୋଟିରୁ ଅଧିକ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ମିଳି ପାରିବ । ଏହି ଯୋଜନାକୁ ଦେଶର ଜନତା ସହ ବିଦେଶର ମଧ୍ୟ ପ୍ରଶଂସା ମିଳିଥିଲା ।

୭) ଉଜ୍ଜଳା ଯୋଜନା :

ଘରର ମହିଳାଙ୍କୁ ଧୂଆଁରୁ ମୁକ୍ତି ଦେବା ନିମନ୍ତେ ମାଗଣା ଏଲପିଜି ଯୋଗାଇ ଦେବା ପାଇଁ ପ୍ରବନ୍ଧ କରି ଉଜ୍ଜଳା ଯୋଜନା ଆରମ୍ଭ କରିଥିଲେ । ପୂର୍ବରୁ ମହିଳାମାନେ ଖାଦ୍ୟ ପ୍ରସ୍ତୁତି ନିମନ୍ତେ କାଠ, ଗୋବର ଘଷିର ବ୍ୟବହାର କରିବା ଦ୍ଵାରା ଘରେ ଧୂଆଁ ଭର୍ତି ହେବା ସହ ଖାଦ୍ୟ ପ୍ରସ୍ତୁତିରେ ବିଳମ୍ବ ହେଉଥିଲା । ଉଜ୍ଜଳା ଯୋଜନା ଅନୁସାରେ ପ୍ରତି ଗରିବ ଘରେ ଏଲପିଜି ପହଞ୍ଚି ପାରିଥିଲା ।

୮) ଭ୍ରଷ୍ଠାଚାର :

ମୋଦି ସରକାର ସର୍ବଦା ଭ୍ରଷ୍ଠାଚାରକୁ ଶେଷ କରିବା ପାଇଁ ବଦ୍ଧପରିକର ଅଟନ୍ତି । ମୋଦି ସର୍ବଦା ନିଜ ଭାଷଣରେ କହିଛନ୍ତି; କୌଣସି ନେତା କିମ୍ବା ମନ୍ତ୍ରୀ ଭ୍ରଷ୍ଠାଚାର କଲେ କ୍ଷମା ଦିଆଯିବ ନାହିଁ । କଂଗ୍ରେସ ଶାସନ କାଳରେ ହୋଇଥିବା ଭ୍ରଷ୍ଠାଚାର ଯେପରି ବୋଫୋର୍ସ, ୨ଜି ସହ କମନୱେଲଥ ଖେଳର ଭ୍ରଷ୍ଠାଚାର ବିଷୟ ମୋଦି ନିଜ ଭାଷଣ ସମୟରେ ଅନେକ ଥରେ କହିଛନ୍ତି । ନିଜର ଶେଷ ନିର୍ବାଚନ ଭାଷଣ ସମୟରେ ମୋଦି କଂଗ୍ରେସର ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ୧ ନମ୍ବର ଭ୍ରଷ୍ଠାଚାରୀ କହିଛନ୍ତି ।

ମୋଦୀଙ୍କ ଏହି କଥାର ଉତ୍ତର ଦେବାକୁ ଯାଇ କଂଗ୍ରେସ ରାଫେଲ ବିଷୟକୁ ଉଠାଇ ମୋଦୀଙ୍କୁ “ଚୌକିଦାର ଚୋର୍ ହେ” ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ମୋଦି “ମୈ ଭି ଚୌକିଦାର ହୁଁ” ଅଭିଯାନ ଆରମ୍ଭ କରିଥିଲେ ।

୯) ମହାଗଠବନ୍ଧନ :

ବିରୋଧୀ ଦଳ ମୋଦୀଙ୍କ ବିରୁଦ୍ଧରେ ମହାଗଠବନ୍ଧନ କରିଥିଲେ । ଏହି ବିଷୟକୁ ଅସ୍ତ୍ର ରୂପେ ପ୍ରୟୋଗ କରି ବିଜେପିର ନେତାମାନେ ନିଜ ଭାଷଣ ମାଧ୍ୟମରେ ବିରୋଧୀଙ୍କୁ ଆରୋପ ଲଗାଇଥିଲେ । ନିର୍ବାଚନ ପାଇଁ ପ୍ରତୀଟି ବିରୋଧୀ ନେତା ଏକତ୍ର ହୋଇ ମୋଦିଙ୍କୁ ହରାଇବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହି ବିଷୟ ବିରୋଧୀଙ୍କ ବିରୁଦ୍ଧରେ ଯାଇଥିଲା ଏବଂ ବିଜେପି ନିର୍ବାଚନରେ ଜୟଯୁକ୍ତ ହୋଇଥିଲା ।

୧୦) ସୁଶାସନ :

୧୭ ମଇରେ ନରେନ୍ଦ୍ର ମୋଦି ଖରଗୋନରେ କହିଥିଲେ, ଦେଶର ଜନତା ରାଷ୍ଟ୍ରଭକ୍ତିର ପ୍ରେରଣା ଅନ୍ତଦୋୟର ଦର୍ଶନ ଏବଂ ସୁଶାସନର ମନ୍ତ୍ରକୁ ନେଇ ବିଜେପି ଉପରେ ବିଶ୍ଵାସ ଦେଖାଇଛି । ଆତଙ୍କବାଦ ଏବଂ ନକ୍ସଲବାଦକୁ ଶେଷ କରିବା ନିମନ୍ତେ ପ୍ରତିବଦ୍ଧିତାକୁ ଜନତା ସମର୍ଥନ କରିଛି । ଦେଶର ଚିନ୍ତାଧାରା ରହିଛି ଆତଙ୍କବାଦିଙ୍କ ଘରେ ପଶି ସେମାନଙ୍କୁ ନାଶ କରିବା ।

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ୨୫ ଡିସେମ୍ବରକୁ ସୁଶାସନ ଦିବସର ମାନ୍ୟତା ଦେଇ ପ୍ରତି ବର୍ଷ ଏହାକୁ ପାଳନ କରିବା ପାଇଁ କହିଛନ୍ତି ।