ସୁନସାନ ରାସ୍ତାରେ ଲୋକଙ୍କ ଠାରୁ ଲିଫ୍ଟ ମାଗୁଥିଲା ସୁନ୍ଦର ଝିଅଟି, କାରରେ ବସିବା ପରେ ଏହି କାର୍ଯ୍ୟ କରୁଥିଲା ।

Spread the love

ନୋଏଡା ସହରର ସଡ଼କରେ ଟ୍ରାଫିକ ସମୟରେ ଅନେକ ଗାଡି ଦୌଡ଼ିଥାଏ । ସେହି ସମୟରେ ଜଣେ ସୁନ୍ଦରୀ ଝିଅ ରାସ୍ତାର ନିଛାଟିଆ ସ୍ଥାନରେ ଏକୁଟିଆ ଠିଆ ହୋଇ ପ୍ରେମରେ ହାତ ଦେଖାଇ ଲିଫ୍ଟ ମାଗୁଥିଲା । ଝିଅଟିକୁ ଦେଖି ଗାଡି ଚାଳକ ବ୍ରେକ ମାରୁଥିଲା ଏବଂ ଗାଡ଼ିଟି ଝିଅଟି ପାଖରେ ରହି ଯାଉଥିଲା । ପରେ ଝିଅଟି ପ୍ରେମରେ ଚାଳକଙ୍କୁ ଲିଫ୍ଟ ମାଗୁଥିଲା ଏବଂ ଚାଳକ ଖୁସି ଖୁସିରେ ଝିଅଟିକୁ ଲିଫ୍ଟ ଦେଇଥିଲା । ଝିଅଟି କାରରେ ବସିଥିଲା ଏବଂ ଚାଳକ ଗାଡି ଚଳାଇ ଆଗକୁ ଗଲା । ଝିଅଟି କିଛି ସମୟ ପରେ ଚାଳକ ସହ କଥାବାର୍ତ୍ତା କରୁଥିଲା ଏବଂ କିଛି ମୁହୂର୍ତ୍ତ ପରେ ଗୋଟିଏ ମୋଡ଼ରେ ଗାଡି ରଖିବା ପାଇଁ କହିଥିଲା ଏବଂ ଚାଳକ ଗାଡି ରଖି ଦେଇଥିଲା । ଝିଅଟି ଗାଡିରୁ ବାହାରକୁ ବାହାରି ଯାଇଥିଲା ଏବଂ ପୋଲିସକୁ ନିଜ ସହ ନେଇ ଆସିଥିଲା । ଝିଅଟି ପୋଲିସ ସାମ୍ନାରେ ଆରୋପ ଲଗାଇଥିଲା ଯେ, ଚାଳକ ଝିଅଟି ସହ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରୁଥିଲା । ଏହା ଶୁଣିବା ପରେ ଚାଳକ ଆଶ୍ଚ ର୍ଯ୍ୟ ହୋଇଯାଇଥିଲା ଏବଂ ପରେ ବ୍ଲାକମେଲର ଖେଳ ଆରମ୍ଭ ହୋଇ ଯାଉଥିଲା ।

ଏହା କୌଣସି ଫିଲ୍ମର କାହାଣୀ ନୁହେଁ, ଏହା ଏକ ସତ୍ୟ ଘଟଣା ଅଟେ । ଆଶ୍ଚର୍ଯ୍ୟର କଥା ହେଉଛି; ଏହି ଘଟଣାରେ ନୋଏଡାର କିଛି ପୋଲିସ କର୍ମୀ ସାମିଲ ଥିଲେ । ଏମାନଙ୍କୁ ଆପଣ ପୋଲିସ ପୋଷାକରେ ଗୁଣ୍ଡା କହି ପାରିବେ । ଏମାନଙ୍କ ଏକ ନିଜସ୍ୱ ଗ୍ୟାଙ୍ଗ ଥିଲା, ଯେଉଁମାନେ ଝିଅଟିର ସହାୟତାରେ ଲୋକଙ୍କୁ ଭୁଆଁ ବୁଲାଇ ଠକୁ ଥିଲେ ଏବଂ ପରେ ଧମକ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁ ଥିଲେ । ଯେତେବେଳେ ଏହି ଘଟଣାର ଟେର ଲାଗିଥିଲା, ସେହି ସମୟରେ ନୋଏଡାର ଅନ୍ୟ ପୋଲିସ କର୍ମୀ ନିଜ ସାଥି ପୋଲିସ କର୍ମୀଙ୍କ ଏହି କାର୍ଯ୍ୟରେ ଲଜ୍ୟା ଅନୁଭଵ କରିଥିଲେ । ଥରେ ଭାବି ଦେଖନ୍ତୁ, ସାଧାରଣ ଜନତା ସମସ୍ୟାରେ ଥିଲେ ପୋଲିସ ପାଖକୁ ଯାଇଥାଏ କିନ୍ତୁ ସେହି ସମୟରେ କଣ ହେବ, ଯେତେବେଳେ ନିଜେ ପୋଲିସ ହିଁ ଜନତାଙ୍କୁ ଠକି ବାରେ ଲାଗିପଡନ୍ତି ।

ସୂଚନା ପାଇଁ ଜଣାଇବା ପାଇଁ ଚାହୁଁଛୁ, ସେକ୍ଟର ୪୪ ପୋଲିସ ଚୌକିର ଇନଚାର୍ଜ, ୩ ଜଣ ସିପାଇ ଏବଂ ୨ ଜଣ ମହିଳାଙ୍କ ସମେତ ୧୫ ଜଣ ଲୋକଙ୍କ ଏକ ଗ୍ୟାଙ୍ଗ ରାସ୍ତାରେ ଯାଉଥିବା ଲୋକଙ୍କୁ ନିଜର ଶିକାର ବନାଉଥିଲେ । ଏହି ଗ୍ୟାଙ୍ଗର ଝିଅଟି ଅଜଣା ବ୍ୟକ୍ତିକୁ ପ୍ରଥମେ ଲିଫ୍ଟ ମାଗୁଥିଲା ଏବଂ ପରେ ସେହି ବ୍ୟକ୍ତି ଉପରେ ଧର୍ଷଣର ମିଛ ଆରୋପ ଲଗାଉଥିଲା ଏବଂ ପୋଲିସ ସହ ମିଶି ମୋଟା ଅଙ୍କର ଟଙ୍କା ହଡପ କରୁଥିଲେ । ବୁଝାମଣା ପାଇଁ ଏହି ଗ୍ୟାଙ୍ଗ ଟଙ୍କା ନେଉଥିଲା । ଧରା ପଡିଥିବା ଏହି ଗ୍ୟାଙ୍ଗ ପାଖରେ ୫୦ ହଜାର ଟଙ୍କା ଏବଂ ଗୋଟିଏ ହଣ୍ଡା ସିଟି କାର ମିଳିଥିଲା । ପୋଲିସ ପୋଷାକରେ ଥିବା ଏହି ଗ୍ୟାଙ୍ଗର ଏହି ଖେଳ ବହୁତ ଲମ୍ବା ସମୟରୁ ଚାଲୁଥିଲା । ଏହି ଗ୍ୟାଙ୍ଗ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ରୁ ଅଧିକ ଲୋକଙ୍କୁ ଲୁଟ କରି ସାରିଛି । ଏହି ଘଟଣା ସେହି ସମୟରେ ଜଣା ପଡିଥିଲା, ଯେତେବେଳେ ଜଣେ ବ୍ୟକ୍ତି ଠାରୁ ଏହି ଗ୍ୟାଙ୍ଗ ୧ ଲକ୍ଷ ଟଙ୍କା ନେବା ପାଇଁ ଚେଷ୍ଟା କରିଥିଲା । ଏହି ବିଷୟରେ ବ୍ୟକ୍ତିଟି ଏସପିଙ୍କୁ ଏହାର ସୂଚନା ଦେଇଥିଲେ । ପରେ ଏହି ଘଟଣାର ଯାଞ୍ଚ ଆରମ୍ଭ ହେବା ପରେ ଏହି ପୋଲିସ ପୋଷାକ ପିନ୍ଧା ଗ୍ୟାଙ୍ଗର ଖବର ମିଳିଥିଲା । ଏଥିରେ ଧରା ପଡିଥିବା ଲୋକଙ୍କ ନାମ ହେଉଛି ସେକ୍ଟର ୪୪ ପୋଲିସ ଚୌକିର ପ୍ରଭାରୀ ଉପ ନିରକ୍ଷକ ସୁନୀଲ ଶର୍ମା, କନେଷ୍ଟେବଳ ମନୋଜ କୁମାର, ଅଜୟବୀର ସିଂ, ଦେବେନ୍ଦ୍ର କୁମାର, ପିସିଆର ଡ୍ରାଇଭର ବିପିନ ସିଂ, ଦୁର୍ବଶ କୁମାର, ରାଜେଶ ବ୍ୟତୀତ ସଲିମ, ସତୀଶ ଓରଫ ଅଙ୍କିତ, ହରିଓମ ଶର୍ମା, ସୁରେଶ କୁମାର, ଦେବରାଜ, ବିନିତା ସତୀଶର ପତ୍ନୀ ଏବଂ ପୂଜା ।

ଯଦି ଆପଣଙ୍କୁ କୌଣସି ସୁନ୍ଦର ଝିଅ ଲିଫ୍ଟ ମାଗେ, ତେବେ ଟିକେ ସମ୍ଭାଳିକି ରୁହନ୍ତୁ । ହୋଇ ଥାଇପାରେ ଆପଣ ମଧ୍ୟ ଏହିଭଳି ସମସ୍ୟାରେ ପଡିପାରନ୍ତି ।