ଯଦି ଆପଣ ଏଟିମ୍ ବ୍ୟବହାର କରୁଛନ୍ତି; ତେବେ ସାବଧାନ ହୋଇ ଯାଆନ୍ତୁ ।

Spread the love

ଶଙ୍କର ଦୟାଲ ବୟସ 73ବର୍ଷ ଅବସର ପ୍ରାପ୍ତ ସରକାରୀ ଅଧିକାରୀ, ଏହି ବ୍ୟକ୍ତିଙ୍କ ବ୍ୟାଙ୍କ ଅଫ୍ ବରୋଦା ଖାତାରେ ଅବସର ଓ ପେନସନର 21 ଲକ୍ଷ ଟଙ୍କା ଥିଲା । ଏହି ବ୍ୟକ୍ତି ଏଟିମ କାର୍ଡ ବହୁଳ ବ୍ୟବହାର କରନ୍ତି ନାହିଁ । ନିକଟ ଅତୀତରେ ଆର୍.ବି.ଆଇର ନିୟମ ଅନୁସାରେ ଏହି ବ୍ୟକ୍ତି 31 ଜାନୁଆରୀରେ ନୂଆ ଏଟିମ୍ କାର୍ଡ ପାଇଥିଲେ, ଯାହା କି ଚିପ୍ ଵାଲା ଅଟେ । ନିୟମ ଅନୁସାରେ ଏଟିମକୁ ଯାଇ ଏହି ବ୍ୟକ୍ତି ଜଣକ ନୂଆ ପିନ୍ ଜେନେରେଟ କରି, କିଛି ଟଙ୍କା ଉଠାଇବାର ଥିଲା । ସେ, ଗେଟେର କୈଳାସ ସ୍ଥିତ ବ୍ୟାଙ୍କ ଅଫ୍ ବରୋଦା ଏଟିମକୁ ଯାଇଥିଲେ ଓ ନିଜ ପିନ୍ ଜେନେରେଟ କରି 1000 ଟଙ୍କା ଉଠାଇ ଥିଲେ । ସେ ମୋବାଇଲକୁ ଆସୁଥିବା ମେସେଜ ମଧ୍ୟ ପଢି ନଥିଲେ । କିନ୍ତୁ ମାତ୍ର 3 ମିନିଟ ସମୟ ମଧ୍ୟରେ 3ଥରରେ ଏହି ବ୍ୟକ୍ତିଙ୍କ ଆକାଉଣ୍ଟରୁ 75 ହଜାର ଟଙ୍କା ବାହାରି ଥିଲା ।

3ଦିନ ପର୍ଯ୍ୟନ୍ତ ଏହିପରି ଚାଲିଥିଲା :

3ଦିନ ଏହିପରି ଚାଲିବା ପରେ ପାଖାପାଖି 2 ଲକ୍ଷ 25ହଜାର ଟଙ୍କା ଗାଏବ ହୋଇଯାଇଥିଲା । ଏହି ବିଷୟ ତାଙ୍କୁ ସେହି ସମୟରେ ଜଣା ପଡିଥିଲା, ଯେତେବେଳେ ସେ ନିଜ ଖାତା ଉପ୍-ଡେଟ୍ କରିଥିଲେ । ଏହି ପ୍ରକାରର ଘଟଣା ଅନ୍ୟ ଜଣେ ବ୍ୟକ୍ତି ଚିତ୍ତରଞ୍ଜନ ପାର୍କର ବ୍ଲକରେ ରହୁଥିବା ଅବସର ପ୍ରାପ୍ତ ଅନିଲ କୁମାରଙ୍କ ସହ ହୋଇଥିଲା । ଅନିଲଙ୍କ ଖାତାରୁ ଏହିପରି 4 ଲକ୍ଷ 72 ହଜାର ଟଙ୍କା, 4 ଦିନ ମଧ୍ୟରେ ଏଟିମରୁ ବାହାର କରି ଦିଆଯାଇଥିଲା । ଅନିଲଙ୍କ ଭୁଲ ଏହା ଥିଲା ଯେ, ଶଙ୍କରଙ୍କ ପରି ନିଜ ଏଟିମ୍ ପିନ୍ ପରିବର୍ତ୍ତନ କରିଥିଲେ । ଏହି ଘଟଣା ମଧ୍ୟ ବ୍ୟାଙ୍କ ଅଫ୍ ବରୋଦର ଅଟେ । ଦୁଇ ଜଣ ବୟଃପ୍ରାପ୍ତ ବ୍ୟକ୍ତି ବର୍ତ୍ତମାନ ବ୍ୟାଙ୍କ ଠାରୁ ଆରମ୍ଭ କରି ପୋଲିସ ଥାନାର ଚକ୍କର କଟିବାରେ ଲାଗିଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ଯେ, ନିଜ ପାଖରେ କାର୍ଡ ଥାଇ ମଧ୍ୟ ଏମାନଙ୍କ ଖାତାରୁ ଟଙ୍କା ଗାଏବ ହୋଇଯାଇଛି ।

ଫେବୃଆରୀରେ ଏହିପରି ଘଟଣା ବହୁତ ଘଟିଛି :

ପୋଲିସ ରେକର୍ଡ ଅନୁସାରେ ରାଜଧାନୀରେ ନୂଆ ହୋଇଥିବା ଏଟିମ୍ କାର୍ଡରୁ ପିନ୍ ପରିବର୍ତ୍ତନ ଫଳରେ 3718 ଠକେଇ ମାମଲା ରଜ୍ଜୁ କରାଯାଇଛି । ଏହି ଘଟଣାରେ ଅଧିକାଂଶ ଲୋକେ ପେନସନ୍ ଭୋଗି ଅଟନ୍ତି । ପ୍ରାୟତଃ ଘଟଣା ବ୍ୟାଙ୍କ ଅଫ୍ ବରୋଦାର ଓ ଏସ୍.ବି.ଆଇ.ର ଅଟେ ।

କାର୍ଡ କ୍ଲୋଲିଙ୍ଗ୍ ଫଳରେ ଏହିପରି ଘଟଣା ଘଟୁଛି :

ସାଇବର୍ ଏକ୍ସପୋର୍ଟ ଅନିଲ କୁମାରଙ୍କ ଅନୁସାରେ ଆର୍.ବି.ଆଇ ଗାଇଡ୍ ଲାଇନ ଅନୁସାରେ 31 ଡିସେମ୍ବର 2018 ପର୍ଯ୍ୟନ୍ତ ସମସ୍ତ ଏଟିମ୍ କାର୍ଡ ବଦଳାଇବା ଜରୁରୀ ଥିଲା । ଆର୍.ବି.ଆଇ କାର୍ଡ ଗୁଡିକୁ ଏଥିପାଇଁ ବଦଳାଇ ଥିଲା ଯେ, କୌଣସି ପ୍ରକାରର ଠକେଇକୁ ରୋକା ଯାଇପାରିବ । କୌଣସି କାର୍ଡରେ ଯଦି ଚିପ୍ ଲାଗିନଥାଏ; ତେବେ ସେହି କାର୍ଡକୁ ନେଟ୍ ବ୍ୟାକିଙ୍ଗ ଜରିଆରେ କ୍ଲୋନିଙ୍ଗ୍ କରି ହ୍ୟାକ୍ କରିଦିଆ ଯାଇଥାଏ କିନ୍ତୁ କାର୍ଡକୁ ଏଟିମ୍ ମେସିନରେ ହିଁ କ୍ଲୋନିଙ୍ଗ୍ କରାଯାଇଥାଏ । ଅନିଲ କୁମାର କହିଛନ୍ତି ଏଥିପାଇଁ ବ୍ୟାଙ୍କ ଦାୟୀ ହୋଇନଥାଏ ।

ଜାଣନ୍ତୁ କିପରି ହୋଇଥାଏ ଠକେଇ :

ଏଟିମ ଚିପ୍ ସାହାଯ୍ୟରେ ଯେତେବେଳେ ଆପଣ ପିନ୍ ଜନେରେଟ୍ କରିଥାନ୍ତି; ସେହି ସମୟରେ ଆପଣଙ୍କୁ ଦୁଇ ଥର ପିନ୍ ଦେବା ପାଇଁ ପଡିଥାଏ । ଯେତେବେଳେ ଆପଣ ନିଜ ଏଟିମ୍ କୁ ମେସିନରେ ଭର୍ତି କରନ୍ତି, ସେହି ସମୟରେ ଆପଣଙ୍କ କାର୍ଡ କ୍ଲୋନିଂଗ ହୋଇ ଟଙ୍କା ଉଠିଥାଏ । ବର୍ତ୍ତମାନ ଏଟିମ୍ ଗୁଡିକରୁ ଗାର୍ଡକୁ ହଟାଇ ଦିଆଯାଇଛି ଓ କ୍ୟାମେରା ଜରିଆରେ ଏଟିମ୍ କୁ ସୁରକ୍ଷିତ ରଖା ଯାଇପାରୁଛି । ବ୍ୟାଙ୍କ ଷ୍ଟାଫ୍ ହିଁ ଏହି ଠକେଇର ସାମିଲ ହୋଇଥାନ୍ତି । ଆର୍.ବି.ଆଇ ଅନୁସାରେ କାର୍ଡ ଅପଗ୍ରେଡ ହୋଇସାରିଛି କିନ୍ତୁ ଯେଉଁ ମେସିନ୍ ଗୁଡିକ ଅପଗ୍ରେଡ୍ ହୋଇନାହିଁ ଓ ସେଥିରେ ସେହି ସୁରକ୍ଷାତମ ଫିଚରସ୍ ଦିଆଯାଇନାହିଁ; ତେବେ ମେସିନ୍ ଆପଣଙ୍କ କାର୍ଡକୁ ସୁରକ୍ଷିତ ରଖିପାରିବ ନାହିଁ ।

ଯେତେବେଳେ ଆପଣ ଠକେଇର ଶିକାର ହେବେ ତେବେ କଣ କରିବେ ?

ଆର୍.ବି.ଆଇ ନିୟମ ଅନୁସାରେ ଯଦି ଆପଣ ଠକେଇର ଶିକାର ହୁଅନ୍ତି; ତେବେ 48 ଘଣ୍ଟା ମଧ୍ୟରେ ଆପଣ ବ୍ୟାଙ୍କକୁ ଜଣାଇଲେ ବ୍ୟାଙ୍କ ଏହାର ପ୍ରତିକାର କରିପାରିବ । ଆର୍.ବି.ଆଇ କହିଛି; ଯଦି ଆପଣଙ୍କ ଟଙ୍କା ବ୍ୟାଙ୍କ ମାଧ୍ୟମରେ କିମ୍ବା ଇଲୋକଟ୍ରେନିକ୍ ଜରିଆରେ ଟଙ୍କା ଦେଣନେଣ ହୁଏ, ତେବେ ଆପଣଙ୍କ ଟଙ୍କା ସୁରକ୍ଷିତ ଅଟେ । ଏଥିପାଇଁ ଆପଣ ଆର୍.ବି.ଆଇର ୱେବସାଇଟ୍ ଓ ହେଲ୍ପଲାଇନ ଓ ପୋଲିସର ମଧ୍ୟ ସାହାଯ୍ୟ ନେଇପାରିବେ ।

ନୂଆ ଏଟିମ ଚିପ୍ କାର୍ଡରେ ହୋଇଥିବା କିଛି ଠକେଇ :

– ଦିଲ୍ଲୀ ପୋଲିସ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ 3718 କାର୍ଡ ଠକେଇ ହୋଇସାରିଛି ।

– ଏଟିମ୍ ମାଧ୍ୟମରେ ହୋଇଥିବା କିଣାବିକା ଠକେଇ 2713 ।

– ପାଖରେ ଏଟିମ୍ କାର୍ଡ ନଥାଇ ମଧ୍ୟ ଟଙ୍କା ଉଠାଇଥିବା ଠକେଇ 8127 ।

ପୋଲିସଙ୍କ ସୂଚନା :

– ଯେତେବେଳେ କୌଣସି ବୟସ୍କ ବ୍ୟକ୍ତି ପିନ୍ ପରିବର୍ତ୍ତନ ପାଇଁ ଯାଆନ୍ତି; ତେବେ ଜଣେ ଜଣାଶୁଣା ବ୍ୟକ୍ତିଙ୍କୁ ସାଥିରେ ନେଇଯାଆନ୍ତୁ ।

– ବାରମ୍ବାର ଏଟିମ ମେସିନରୁ ଟଙ୍କା ଉଠାନ୍ତୁ ନାହିଁ ।

– ଟଙ୍କା ଉଠାଇବା ସମୟରେ ଦେଖନ୍ତୁ କ୍ୟାମେରା ଆପଣଙ୍କ ଆଡେ ଅଛି ନା ନାହିଁ ।

– ଠକେଇର ଶିକାର ହେବା ପରେ ତୁରନ୍ତ ବ୍ୟାଙ୍କକୁ ଓ ପୋଲିସକୁ ସୂଚନା ଦେବା ସହ ମେଲ୍ ଜରିଆରେ ସାଇବର ପୋଲିସକୁ ମଧ୍ୟ ଜଣାନ୍ତୁ ।