ବାଟା କମ୍ପାନୀକୁ ଗ୍ରାହକମାନଙ୍କ ସହ ବଚସା କରିବା ମହଙ୍ଗା ପଡିଲା, ୩ ଟଙ୍କା ପ୍ରତିବଦଳରେ ୯୦୦୦ ଟଙ୍କା ଜୋରିମାନା ଦେବା ପାଇଁ ପଡିଛି ।

Spread the love

କ୍ୟାରିବ୍ୟାଗ୍ ପାଇଁ ୩ ଟଙ୍କା ମାଗିବା ଯୋଗୁଁ ଜଣେ ଗ୍ରାହକ ବାଟା କମ୍ପାନୀ ଉପରେ କେଶ କରିଛନ୍ତି; ଫଳରେ କୋର୍ଟ ନିର୍ଦ୍ଦେଶ ଦେଲେ କ୍ୟାରିବ୍ୟାଗ୍ ମାଗଣା ଦିଆଯିବ ।

ବହୁତ ଗୁଡିଏ ଶୋ ରୁମରେ କିଣା କିଣି କରିବା ପରେ ଗ୍ରାହକଙ୍କୁ କ୍ୟାରିବ୍ୟଗ୍ ଦିଆଯାଇ ଥାଏ ଏବଂ କ୍ୟାରିବ୍ୟାଗ୍ ବଦଳରେ ଗ୍ରାହକଙ୍କ ଠାରୁ କିଛି ଟଙ୍କା ନିଆ ଯାଇଥାଏ । ଅତୀତରେ ବାଟା ଇଣ୍ଡିଆ କମ୍ପାନୀ ଯିଏ, ଜୋତା ଚପଲର ଏକ ପ୍ରସିଦ୍ଧ କମ୍ପାନୀ ଅଟେ । ନିଜ ଗ୍ରାହକଙ୍କ ଠାରୁ କ୍ୟାରିବ୍ୟାଗ୍ ବଦଳରେ ଟଙ୍କା ନେଇଥିଲା । କିନ୍ତୁ ଗ୍ରାହକଙ୍କ ଠାରୁ ଏହି ଟଙ୍କା ନେବା କମ୍ପାନୀ ପାଇଁ ମହଙ୍ଗା ପଡିଛି । ବାଟା ନିଜର ଏକ ଗ୍ରାହକଙ୍କ ବିଲ୍ ଉପରେ ୩ ଟଙ୍କା ଅଧିକ ନେବା ପରେ ଏବଂ ଏହି ୩ ଟଙ୍କା ଦେଇଥିବା ଗ୍ରାହକକୁ କ୍ୟାରିବ୍ୟାଗ୍ ଯୋଗାଇବା ପାଇଁ ଦିଆଯାଇଥିଲା । ନିଜ ଵିଲରେ ୩ ଟଙ୍କା ଅଧିକ ଆସିବା ପରେ ଗ୍ରାହକ ଜଣକ ବିରୋଧ କରିଥିଲେ । କିନ୍ତୁ ବାଟା କମ୍ପାନୀର କର୍ମକର୍ତ୍ତା ୩ ଟଙ୍କା ବିଲ୍ କମ କରି ନଥିଲେ । ଏହାର ବିରୋଧ କରି ଗ୍ରାହକ ଜଣଙ୍କ ଉପଭୋକ୍ତା ଫର୍ମ ଭରି କେଶ କରି ଦେଇଥିଲେ । ପରେ କଞ୍ଜୁମର କୋର୍ଟ ବାଟା କମ୍ପାନୀକୁ ଦୋଷୀ ସ୍ୱୀକାର କରି ଅର୍ଥ ଦଣ୍ଡରେ ଦଣ୍ଡିତ କରି ସମସ୍ତ ଗ୍ରାହକଙ୍କୁ ମାଗଣା କ୍ୟାରିବ୍ୟାଗ୍ ଦେବା ପାଇଁ ଆଦେଶ ଦେଇଥିଲେ ।

କମ୍ପାନୀ ଉପରେ ୯୦୦୦ ଟଙ୍କାର ଜୋରିମାନା ଲାଗିଛି :

ଦିନେଶ ପାର୍ଷଦ ନାମକ ଏକ ବ୍ୟକ୍ତି ଫେବୃଆରୀ ୫ ତାରିଖ ଦିନ ଚଣ୍ଡୀଗଡ଼ର ସେକ୍ଟର ୨୨ରେ ଥିବା ଏକ ବାଟା ଦୋକାନରୁ ୩୯୯ ଟଙ୍କାର ଜୋତା କିଣିଥିଲେ । ଏହି ଜୋତା କିଣିବା ପରେ ସେ ନିଜର ବିଲ୍ ପୈଠ କରିବା ପାଇଁ ଯିବା ସମୟରେ କର୍ତ୍ତୃପକ୍ଷ ତାଙ୍କୁ ୩୯୯ ଟଙ୍କା ବଦଳରେ ୪୦୨ ଟଙ୍କା ମାଗିଥିଲେ । ୩ ଟଙ୍କା ଅଧିକା ମାଗି ଥିବାରୁ ଦିନେଶ ବିରୋଧ କରିଥିଲେ । କିନ୍ତୁ ବାଟା ଶୋ ରୁମର କର୍ମକର୍ତ୍ତାମାନେ କୌଣସି କଥା ଶୁଣିନଥିଲେ ଓ ଦିନେଶଙ୍କୁ କ୍ୟାରିବେଗ ପାଇଁ ୩ ଟଙ୍କା ଦେବା ପାଇଁ କହିଥିଲେ ।

ଦିନେଶ କଞ୍ଜୁମର କୋର୍ଟରେ କେଶ କରିଥିଲେ :

ବାଟା ତରଫରୁ ୩ ଟଙ୍କା ଅଧିକ ଦେବା ପାଇଁ କହିବା ପରେ ଦିନେଶ ପାର୍ଷଦ ରତୁଡି ଏହି ଘଟଣାକୁ କଞ୍ଜୁମର କୋର୍ଟରେ କେଶ କରିଥିଲେ । ପରେ କଞ୍ଜୁମର କୋର୍ଟ ବାଟା କମ୍ପାନୀ କିପରି କ୍ୟାରିବ୍ୟାଗ୍ ନାମରେ ଗ୍ରାହକଙ୍କ ଠାରୁ ଅଧିକ ଟଙ୍କା ଚାର୍ଜ କରୁଛି ଜଣାଇଛନ୍ତି । ପରେ କୋର୍ଟ ବାଟା କମ୍ପାନୀର ପକ୍ଷରେ ମଧ୍ୟ ରାୟ ଶୁଣିଥିଲେ । କମ୍ପାନୀ କହିଛି; ସେମାନେ ପରିବେଶ ସୁରକ୍ଷା ପାଇଁ କାମ କରୁଛନ୍ତି ସେଥିପାଇଁ ସେମାନେ ପେପର ବ୍ୟାଗ୍ ପାଇଁ ୩ ଟଙ୍କା ନେଉଛନ୍ତି । ଦୁହିଁ ପକ୍ଷଙ୍କ କଥା ଶୁଣିବା ପରେ କୋର୍ଟ ବାଟା କମ୍ପାନୀକୁ ଦୋଷୀ ଜଣାଇ ୯୦୦୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି । ଏହି ୯୦୦୦ ଟଙ୍କାରୁ ୩୦୦୦ ଟଙ୍କା କୋର୍ଟରେ କେଶ କରିବା ପାଇଁ ଏବଂ ୧୦୦୦ ଟଙ୍କା ଦିନେଶ ପାର୍ଷଦଙ୍କୁ ଦେବା ପାଇଁ କହିଛନ୍ତି । ୫୦୦୦ ଟଙ୍କା ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗର କଞ୍ଜୁମର ଲିଗଲ୍ ଏଣ୍ଡ ଆକାଉଣ୍ଟରେ ଦେବା ପାଇଁ ଆଦେଶ ଦେଇଛନ୍ତି ।

ନିଜ ଆଦେଶରେ କୋର୍ଟ ଏହା କହିଛନ୍ତି :

ଏହି ଘଟଣାର ଶୁଣାଣିରେ କଞ୍ଜୁମର କୋର୍ଟ କହିଛନ୍ତି; ବାଟା ଏବଂ ଅନ୍ୟ କମ୍ପାନୀଗୁଡିକ ନିଜ ନାମର କ୍ୟାରିବ୍ୟାଗ୍ ଜରିଆରେ ନିଜ କମ୍ପାନୀର ପ୍ରଚାର କରନ୍ତି ଓ ଏହି କ୍ୟାରିବ୍ୟାଗ୍ ବଦଳରେ ଗ୍ରାହକଙ୍କ ଠାରୁ ଟଙ୍କା ନିଅନ୍ତି, ଯାହା ଭୁଲ ଅଟେ । ଏହା ଅନଫେର ଟ୍ରେଡିଂ ଅଟେ । କମ୍ପାନୀ ରଖିଥିବା ପକ୍ଷ ବିରୁଦ୍ଧରେ କୋର୍ଟ କହିଛି; ଯଦି କମ୍ପାନୀ ପରିବେଶ ସୁରକ୍ଷା ବିଷୟରେ ଚିନ୍ତା କରୁଛି; ତେବେ ଗ୍ରାହକଙ୍କୁ ମାଗଣାରେ କ୍ୟାରିବ୍ୟାଗ୍ ଦେବା ଉଚିତ୍ ।