ବିବାହ ସମୟରେ ବରର ଏହି ଭୁଲ ପାଇଁ କନ୍ୟା ରାଗି ଯାଇଥିଲେ । ବରମାଳା ପୂର୍ବରୁ ବରଯାତ୍ରୀକୁ ଫେରାଇ ଦେଲେ ।

Spread the love

ବରର ବହୁତ ବୁଝାଇବା ପରେ ମଧ୍ୟ କନ୍ୟା ମାନି ନଥିଲେ, ବର ଯାତ୍ରୀ ନେଇ ଫେରି ଯାଇଥିଲେ ।

ଉତ୍ତରପ୍ରଦେଶର ହାଟବା ଜିଲ୍ଲାରେ ଜଣେ କନ୍ୟା ବରମାଳା ପୁର୍ବରୁ, ବରଯାତ୍ରୀକୁ ଫେରାଇ ଦେଇଥିଲେ । ବର ବହୁତ ବୁଝାଇ ଥିଲେ କିନ୍ତୁ କନ୍ୟା ମାନି ନଥିଲେ ଏବଂ ବରାଯାତ୍ରୀକୁ ଫେରାଇ ଦେଇଥଲେ । ବରଯାତ୍ରୀ ଫେରିବା ପଛର ଘଟଣା ବର ପକ୍ଷ ଏବଂ କନ୍ୟା ପକ୍ଷ ଅଲଗା ଅଲଗା ବାଖ୍ୟା ବଖାଣିଛନ୍ତି । ବରଯାତ୍ରୀ ଫେରିଯିବା ଘଟଣା ଆପଣମାନେ ଶୁଣିଥିବେ କିନ୍ତୁ ଏହି ଘଟଣାରେ ବରଯାତ୍ରୀ ଫେରିବାର ଯେଉଁ ଘଟଣା ବିଷୟରେ କୁହାଯାଇଛି ତାହା ବହୁତ ଅଜବ ଅଟେ ।

ୟୁପିର ହାଟବା ଜିଲ୍ଲାର ବିବାହ ମଣ୍ଡପରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ମେନପୁରୀ ନିବାସୀ ଏହି କନ୍ୟା ପକ୍ଷ ନିଜ ଝିଅର ବିବାହ ପାଇଁ ଇଟବା ଜିଲ୍ଲାର ଏକ ବିବାହ ମଣ୍ଡପ ବୁକ୍ କରିଥିଲେ । ଯେଉଁଠି ବିବାହ ଦିନ ବହୁତ ହଙ୍ଗାମା ହୋଇଥିଲା । ବିବାହ ମଣ୍ଡପକୁ ବରଯାତ୍ରୀ ଆସିଥିଲେ, ବରାଯାତ୍ରୀର ସ୍ୱାଗତ ହୋଇଥିଲା । କିନ୍ତୁ କିଛି ମୁହୂର୍ତ୍ତ ପରେ ହିଁ ବରଯାତ୍ରୀ ଫେରି ଯାଇଥିଲା । ବର୍ତ୍ତମାନ ଆପଣ ଭାବୁଥିବେ କଣ ପାଇଁ ବରମାଳା ପକାଇବା ପରେ କନ୍ୟା ବରାଯାତ୍ରୀଙ୍କୁ ଫେରାଇ ଦେଇଥିଲେ ।

ବରମାଳା ପରେ ରାଗି ଯାଇଥିଲେ କନ୍ୟା :

ଇଟବାର ବିବାହ ମଣ୍ଡପରେ ଧୁମଧାମରେ ବିବାହ ଚାଲିଥିଲା । ବିବାହ ମଣ୍ଡପକୁ ବରଯାତ୍ରୀ ଆସିଥିଲା । ବରଙ୍କ ସ୍ୱାଗତ ହୋଇଥିଲା, ଟୀକା ଲଗେଇବା ପରମ୍ପରା ସାରିଥିଲା ପରେ ବରମାଳା ହେବା ସମୟରେ ବର କନ୍ୟା ଉଭୟଙ୍କୁ ଫୁଲମାଳ ପିନ୍ଧାଇଥିଲେ । କିନ୍ତୁ ଏହି ସମୟରେ କନ୍ୟା ପକ୍ଷ ସହ କିଛି କଥା କଟାକଟି ହୋଇଥିଲା ।ଏହା ପରେ କନ୍ୟା ଷ୍ଟେଜ ଉପରୁ ଓଲ୍ଲାଇ ନିଜ ରୁମକୁ ଚାଲି ଯାଇଥିଲେ । ପରେ ସେଠାରୁ ଆସି, ସେ ବରଯାତ୍ରୀ ଫେରାଇ ଦେବା ପାଇଁ କହିଥଲେ । ଏହି କଥାରେ ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଫୋଟଗ୍ରାଫର ଏବଂ ଭିଡ଼ିଓ ସୁଟିଂ ହୋଇନଥିବା କାରଣରୁ କନ୍ୟା ରାଗି ଯାଇଥିଲେ :

ବରପକ୍ଷ କହିଛନ୍ତି ଫୋଟଗ୍ରାଫର ଏବଂ ଭିଡ଼ିଓ ସୁଟିଂ ନହେବା କାରଣରୁ କନ୍ୟା ବିବାହ କରିବା ପାଇଁ ମନା କରି ଦେଇଥିଲେ । କନ୍ୟା ପକ୍ଷ କହିଛି ବରର ବୟସ ଅଧିକ ହୋଇଥିବା କାରଣରୁ ବିବାହ ବନ୍ଦ କରି ଦିଆଯାଇଛି । ଏହି କଥାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଖୁବ୍ ହଙ୍ଗାମା ହୋଇଥିଲା । ଘଟଣାକୁ ଶାନ୍ତ କରିବା ପାଇଁ ପୋଲିସ ଆସିଥିଲା । କିନ୍ତୁ ଦୁଇ ପକ୍ଷ ଆପୋଷ ବୁଝାମଣାରେ ଘଟଣାକୁ ଶାନ୍ତ କରି ନେଇଥିଲେ । ବର ପକ୍ଷ କହିଛନ୍ତି; ଆମେ କନ୍ୟା ପକ୍ଷକୁ ସଠିକ୍ ବୟସ କହିଥିଲୁ ଏବଂ ସେମାନେ ଆଧାରକାର୍ଡ ଦେଖିବା ପରେ ହିଁ ବିବାହ ପାଇଁ ରାଜି ହୋଇଥିଲେ । କିନ୍ତୁ ବିବାହ ସମୟରେ ଫୋଟଗ୍ରାଫର ଏବଂ ଭିଡ଼ିଓ ସୁଟିଂ ନ ହୋଇଥିବା କାରଣରୁ ବିବାହ ରଦ୍ଦ କରିଥିଲେ ।

ବହୁତ ବୁଝାଇବା ପରେ ମଧ୍ୟ କନ୍ୟା ବୁଝି ନଥିଲେ :

ବର କରିଛନ୍ତି; କନ୍ୟାଙ୍କୁ ସେ ବିବାହ ପାଇଁ ବହୁତ ବୁଝାଇଥିଲେ । କିନ୍ତୁ କନ୍ୟା ନିଜ ଜିଦରେ ଅଟଳ ରହିଥିଲେ, ବିବାହ ନ କରିବା ପାଇଁ । ପରେ ବିନା କନ୍ୟାରେ ବର ଏବଂ ବରଯାତ୍ରୀ ଘରକୁ ଫେରି ଯାଇଥିଲେ । ବିବାହ ଭାଙ୍ଗିବାର ଯେଉଁ ଘଟଣା ଉଭୟ ପକ୍ଷ ତରଫରୁ କୁହାଯାଇଛି ସେଇ କଥା ହଜମ ହୋଇପାରୁ ନାହିଁ ।