ସପ୍ତାହରେ ଏବେ ପାଞ୍ଚଦିନ ଖୋଲିବ ବ୍ୟାଙ୍କ, ଖୁବଶୀଘ୍ର ମିଳିପାରେ କେନ୍ଦ୍ରସରକାରଙ୍କ ନିର୍ଦେଶ :-

Spread the love

ଦୀର୍ଘ ଦିନ ହେବ କର୍ମଚାରୀ ମାନଙ୍କ ଦ୍ଵାରା ସପ୍ତାହରେ କେବଳ ପାଞ୍ଚ ଦିନ କାମ କରିବାର ଦାବି ହୋଇଆସୁଛି । ଯାହା ଉପରେ ଏବେ ମୋହର ଲାଗିପାରେ । ଉତ୍ତେଜ୍ଜିତ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ସଡ଼କକୁ ଆଣିବା ପାଇଁ ସରକାର ତାଙ୍କ ଦାବି ମାନିପାରିବେ । ଯେଉଁଥିପାଇଁ ଖୁବଶୀଘ୍ର ବୈଠକ ହେବ । ଏହି ବୈଠକରେ ନା କେବଳ ପାଞ୍ଚ ଦିନର କାର୍ଯ୍ୟ ପ୍ରଣାଳୀ ବିଷୟରେ ଆଲୋଚନା ହେବ ଆହୁରି ମଧ୍ୟ ତାଙ୍କର ଅନ୍ୟ ଦାବି ଉପରେ ମଧ୍ୟ ବିଚାର ବିମର୍ଷ କରାଯିବ । କେବଳ ଏତିକି ନୁହେଁ, ଏଥର ବ୍ୟାଙ୍କ କର୍ମଚାରୀ ମାନେ ଖୋଲାଖୋଲି ଭାବରେ ନିଜର ସମସ୍ତ ଦାବି ରଖିଛନ୍ତି, ଯେଉଁଥିରେ ସରକାରଙ୍କୁ ବିଚାର କରିବାକୁ ପଡ଼ିବ ।

ଗତ କିଛିଦିନ ହେବ ବ୍ୟାଙ୍କ କର୍ମଚାରୀ ମାନଙ୍କ ଦ୍ଵାରା ସପ୍ତାହରେ କେବଳ ପାଞ୍ଚଦିନ କାମ କରିବାର ଦାବି କରାଯାଉଛି, ଯେଉଁଥିପାଇଁ ସେମାନେ ଶନିବାର ଏବଂ ରବିବାର ଛୁଟି ଚାହାଁନ୍ତି । ଏମିତିରେ ସରକାର ଏହି ଦାବି ଉପରେ ବିଚାର କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି । ସୂଚନା ଅନୁଯାୟୀ ଏବେ ବ୍ୟାଙ୍କ କର୍ମଚାରୀ ମାନଙ୍କର ଦାବି ବିଷୟରେ ଆଲୋଚନା କରିବାକୁ ସରକାର ଏବେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି । ଏମିତିରେ କେବଳ ଔପଚାରିକତା ପାଇଁ ଏକ ବୈଠକ ହେବ ଯେଉଁଥିରେ ଏକାଧିକ ଦାବି ଉପରେ ବିସ୍ତାରିତ ଭାବରେ ଚର୍ଚ୍ଚା କରାଯିବ ।

କଣ ଅଛି ବ୍ୟାଙ୍କ କର୍ମଚାରୀଙ୍କ ଦାବି :-

ବ୍ୟାଙ୍କ କର୍ମଚାରୀଙ୍କ ତରଫରୁ ସରକାରଙ୍କୁ କିଛି ପ୍ରମୁଖ ଦାବି ରହିଛି, ଯେଉଁଥିରେ ଛୁଟି ପାଖରୁ ଆରମ୍ଭ କରି ଦରମା ବଢ଼ାଇବା ପର୍ଯ୍ୟନ୍ତ କଥା ରହିଛି । ବାସ୍ତବରେ ବିଗତ ଦିନରେ ସେମାନଙ୍କର ଦରମା ବଢ଼ିପାରିନାହିଁ, ଯେଉଁ କାରଣରୁ ଏବେ ଏହି ବିଷୟ ଉପରେ ବିଚାର କରାଯାଇପାରେ । ଏହା ବ୍ୟତୀତ କାର୍ଯ୍ୟକୁ ନେଇ ମଧ୍ୟ କର୍ମଚାରୀ ମାନେ ଶକ୍ତ ଜିଦ୍ ଆପଣେଇଛନ୍ତି, ତେଣୁ ଏଥର ସରକାରଙ୍କୁ ଏହି ଦାବି ବିଷୟରେ ମଧ୍ୟ ନିଷ୍ପତ୍ତି ନେବାକୁ ପଡ଼ିବ । ଏହାର ଅର୍ଥ ଏହାକି ଯେ ଏବେ ବ୍ୟାଙ୍କରେ କେବଳ ପାଞ୍ଚଦିନ ଖୋଲା ହେବ, ଯେଉଁଥିରେ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ପ୍ରସ୍ତାବ ପ୍ରେରଣ କରାଯିବ ।

୨ ନଭେମ୍ବରରେ ହେବ ବୈଠକ :-

ମେଡିଆ ରିପୋର୍ଟରଙ୍କ ଅନୁସାରେ ଏହି ସମ୍ପୂର୍ଣ୍ଣ ଦାବି ଉପରେ ନଭେମ୍ବରରେ ବୈଠକ କରାଯିବ । ଏହି ବୈଠକରେ କେନ୍ଦ୍ରୀୟ ମନ୍ତ୍ରୀ ମଧ୍ୟ ସାମିଲ ହୋଇପାରନ୍ତି । ଯାହାଙ୍କ ସମର୍ଥନ ପରେ ହିଁ ଏହି ପ୍ରସ୍ତାବ ପାସ୍ ହେବ ଏବଂ ପରେ ଏହା ଉପରେ କାର୍ଯ୍ୟ ଆରମ୍ଭ ହେବ । ଏହାର ଅର୍ଥ ଏହିକି ଯେ ପରବର୍ତ୍ତୀ ଦିନରେ ଆପଣ ଶନିବାର ଦିନ ବ୍ୟାଙ୍କରେ କୌଣସି କାର୍ଯ୍ୟ କରିପାରିବେ ନାହିଁ । ଯେଉଁଥିପାଇଁ ଆପଣଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । କର୍ମଚାରୀମାନେ ଚଉଦ ହଜାର ଟଙ୍କା ଦରମା ବଢ଼ାଇବାକୁ ଦାବି କରିଛନ୍ତି, ଯେଉଁ କାରଣରୁ କାହାଣୀର ଚିତ୍ର ବଦଳି ଯାଇପାରେ ।

ଏବେ କେତେଦିନ ହେଉଛି କାର୍ଯ୍ୟ :-

ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ ଯେ ଏବେ କେବଳ ୨ ଟି ଶନିବାର ଛୁଟି ରହୁଛି । ଆଉ ବାକି ଶନିବାର ବ୍ୟାଙ୍କ ଖୋଲା ରହିଥାଏ ।ଏହି କାରଣରୁ କର୍ମଚାରୀମାନେ ସବୁ ଶନିବାର ଏବଂ ରବିବାର ବ୍ୟାଙ୍କ ବନ୍ଦ କରିବାକୁ ଦାବି କରିଛନ୍ତି । ତେଣୁ ଆପଣ କେବଳ ବ୍ୟାଙ୍କ ଖୋଲା ଥିବା ଦିନରେ ହିଁ ବ୍ୟାଙ୍କ କାମ କରିପାରିବେ । କୁହାଯାଉଛି ଯେ ନଭେମ୍ବର ରେ ହିଁ ଏହି ପ୍ରସ୍ତାବ ପାସ୍ ହୋଇପାରିବ ।