ଏପ୍ରିଲରେ 10ଦିନ ବ୍ୟାଙ୍କ ବନ୍ଦ ରହିବ । ନିଜର ସମସ୍ତ କାମ ଶେଷ କରି ନିଅନ୍ତୁ ।

Spread the love

ପ୍ରତିବର୍ଷ ଏପ୍ରିଲରେ ବ୍ୟାଙ୍କମାନଙ୍କର ଲମ୍ବା ଛୁଟି ହୋଇଥାଏ । କିନ୍ତୁ ଛୁଟିଗୁଡିକ ଏକ ସାଥିରେ ନ ହୋଇ ଅଲଗା ଅଲଗା ଦିନରେ ହୋଇଥାଏ ।

1 ଏପ୍ରିଲ 2019 ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଛି । ଏହି ସମୟରେ ବ୍ୟାଙ୍କ ଗୁଡିକରେ ଅନେକ କାମ ରହିଥାଏ । ଆର୍ଥିକ ବର୍ଷ ଆରମ୍ଭ ହୋଇଥିବା କାରଣରୁ ପ୍ରତିବର୍ଷ ଏପ୍ରିଲ ମାସରେ ଲମ୍ବା ଛୁଟି ହୋଇଥାଏ । କିନ୍ତୁ ଏହି ବର୍ଷ ଏହିପରି ଛୁଟି ଲମ୍ବା ନାହିଁ । ଛୁଟିଗୁଡିକ ଏକ ସାଥିରେ ମଧ୍ୟରେ ହୋଇନାହିଁ କିନ୍ତୁ ଗୋଟିଏ କିମ୍ବା ଦୁଇ ଦିନରେ ଛୁଟି ଗୁଡିକ ପଡିଛି । ଏହି ସମୟରେ ଯଦି ଆପଣଙ୍କ ବ୍ୟାଙ୍କରେ ନେଣଦେଣ ଅଧିକା ରହିଛି, ତେବେ ଆପଣଙ୍କୁ ଜାଣିବା ନିହାତି ଜରୁରୀ ଏପ୍ରିଲ ମାସରେ କେଉଁଦିନ ଛୁଟି ରହୁଛି ।

ବ୍ୟାଙ୍କର ଲମ୍ବା ଛୁଟି ଫଳରେ ସାଧାରଣ ଜନତା ଅନେକ ଅସୁବିଧା ଭୋଗିଥାନ୍ତି । ଏଥିପାଇଁ ଆପଣଙ୍କୁ ଛୁଟିଗୁଡିକ କେବେ ପଡୁଛି ଜାଣିବା ନିହାତି ଜରୁରୀ ଅଟେ । କହିବା ପାଇଁ ଚାହୁଁଛୁ; ନବରାତ୍ରୀ ଆରମ୍ଭ ହେବା ପାଇଁ ଯାଉଛି, ନବରାତ୍ର ପାଇଁ ଗୋଟିଏ କିମ୍ବା ଦୁଇ ଦିନ ବ୍ୟାଙ୍କ ବନ୍ଦ ହୋଇପାରେ ।

କେଉଁ ଶନିବାର ବ୍ୟାଙ୍କ ବନ୍ଦ ରହିବ ?

ଆପଣମାନେ ଜାଣିଛନ୍ତି; ପ୍ରତି ମାସ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରୁହେ । କିନ୍ତୁ ଏହିଥର ଏପ୍ରିଲ ମାସର ପ୍ରଥମ ଶନିବାର ବ୍ୟାଙ୍କ ବନ୍ଦ ରହିବ । ଅପ୍ରିଲର ପ୍ରଥମ ଶନିବାର 6 ତାରିଖ ଦିନ ଅଟେ । 6 ତାରିଖ ଦିନ ହିନ୍ଦୁ ନବବର୍ଷ ପାଇଁ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଗୋଆ, ଗୁଜୁରାଟରେ ବ୍ୟାଙ୍କ ବନ୍ଦ ରହିବ । ଏହାପରେ 13 ଓ 27 ଏପ୍ରିଲ ଦ୍ୱିତୀୟ ଓ ଚତୁର୍ଥ ଶନିବାର ସକାଶେ ବ୍ୟାଙ୍କ ବନ୍ଦ ରହିବ । ଏହାର ଅର୍ଥ କେବେଳ 20 ଏପ୍ରିଲ ଶନିବାର ହିଁ ବ୍ୟାଙ୍କ ଖୋଲା ରହିବ ।

13,14,15 ଏପ୍ରିଲ ବ୍ୟାଙ୍କ ବନ୍ଦ ରହିବ :

13 ଏପ୍ରିଲ ଦ୍ୱିତୀୟ ଶନିବାର ଅଟେ, 14 ଏପ୍ରିଲ ରବିବାର । 15 ଏପ୍ରିଲ ସୋମବାର ହିମାଞ୍ଚଳ ଦିବସ ଅଟେ ଓ ଏହି ଦିନ ହିଁ ପଶ୍ଚିମବଙ୍ଗର ନୂଆଁ ବର୍ଷ ଅଟେ । 15 ଏପ୍ରିଲ ତ୍ରିପୁରାରେ ବ୍ୟାଙ୍କ ବନ୍ଦ ରହିବ । ଏହାର ଅର୍ଥ ତିନିଦିନ ଲଗାତାର ବ୍ୟାଙ୍କ ବନ୍ଦ ରହିବ । ଯାହାଫଳରେ ଆପଣଙ୍କୁ କଷ୍ଟ ଅନୁଭବ କରିବା ପାଇଁ ପଡିବ ।

17 ଓ 19 ଏପ୍ରିଲ ବ୍ୟାଙ୍କ ବନ୍ଦ ରହିବ :

17 ଏପ୍ରିଲ ଅର୍ଥାତ ବୁଧୁବାର ଦିନ ମହାବୀର ଜୟନ୍ତୀ ଅଟେ, ଯାହା ଫଳରେ ଅଧିକାଂଶ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । କହିବାପାଇଁ ଚାହୁଁଛୁ ହୋଇଥାଇ ପାରେ ଛୁଟି ଗୁଡିକ ଏକ ସାଥିରେ ପଡ଼ିନାହିଁ କିନ୍ତୁ ଛୁଟି ଗୁଡିକ ପ୍ରତି ଦୁଇ କିମ୍ବା ତିନି ଦିନରେ ପଡିଛି । ଏହି ବର୍ଷ ଏପ୍ରିଲରେ ବ୍ୟାଙ୍କ କେବଳ 20 ଦିନ ପାଇଁ ଖୋଲିବ ।