ଏହି ମାସ ଅର୍ଥାତ ଅଗଷ୍ଟ ମାସରେ ୮ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ ସର୍ବ ପ୍ରଥମେ ଆପଣ ନିଜର ଜରୁରୀ ବ୍ୟାଙ୍କ ସମ୍ବନ୍ଧିତ କାମ ଗୁଡିକ ଅତିଶୀଘ୍ର ସାରି ଦିଅନ୍ତୁ ।

Spread the love

ଅଗଷ୍ଟ ମାସରେ ଅନେକ ପୂଜା ପର୍ବ ରହିଛି । ଯେମିତିକି ରାକ୍ଷୀ ପୂର୍ଣ୍ଣିମା, ଜନ୍ମାଷ୍ଟମୀ, ସ୍ୱାଧୀନତା ଦିବସ । ପର୍ବପର୍ବାଣୀ ଯୋଗୁଁ ବ୍ୟାଙ୍କଗୁଡିକ ଛୁଟି ରହିବ । ଯଦି ଏହି ମାସରେ ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଜରୁରୀ କାର୍ଯ୍ୟ ବାକି ରହିଛି; ତେବେ ବ୍ୟାଙ୍କର ଛୁଟି ପୂର୍ବରୁ ଆପଣ ନିଜର ସମସ୍ତ କାର୍ଯ୍ୟ ସାରି ଦିଅନ୍ତୁ । ଅଗଷ୍ଟ ମାସରେ ବ୍ୟାଙ୍କ ୮ ଦିନ ବନ୍ଦ ରହିବ । ଭିନ୍ନ ଭିନ୍ନ ରାଜ୍ୟରେ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତୁ ଆପଣଙ୍କୁ ବ୍ୟାଙ୍କର ଛୁଟି ଗୁଡିକ ବିଷୟରେର ସୂଚନା ଦେବା ।

ଅଗଷ୍ଟର କେଉଁ କେଉଁ ଦିନଗୁଡିକରେ ବ୍ୟାଙ୍କ ବନ୍ଦ ରହିବ :

ଅଗଷ୍ଟରେ ପର୍ବପର୍ବାଣୀ ଏବଂ ଜାତୀୟ ଛୁଟି ବ୍ୟତୀତ ୧୦ ଏବଂ ୨୪ରେ ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ମଧ୍ୟ ଛୁଟି ପଡୁଛି । ଏହା ବ୍ୟତୀତ ଅଗଷ୍ଟ ୩ ତାରିଖରେ ଶନିବାର ଦିନ ହରୀୟାଲୀ ତିଜ ଯୋଗୁଁ ପଞ୍ଜାବ, ଚଣ୍ଡୀଗଡ଼ ଏବଂ ହରିୟାଣାରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ହରୀୟଲୀ ତିଜ ଏହି ସବୁ ରାଜ୍ୟରେ ବହୁତ ଧୁମଧାମରେ ପାଳନ କରାଯାଏ । ପୁଣି ଅଗଷ୍ଟ ୧୨ ତାରିଖ ସୋମବାର ଦିନ ଇଦ-ଉଲ-ଜୁହା କାରଣରୁ ସମସ୍ତ ବ୍ୟାଙ୍କ ଛୁଟି ରହିବ ।

ଅଗଷ୍ଟ ୧୫ରେ ଛୁଟି ହେବ :

ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ସହ ରାକ୍ଷୀ ପୂର୍ଣ୍ଣିମାର ଛୁଟି ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ପୁଣି ଅଗଷ୍ଟ ୧୭ ତାରିଖ ଶନିବାର ଦିନ ପାର୍ସି ନ୍ୟୁ ୟିଅର, କାରଣରୁ ମୁମ୍ବାଇରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । ଏହା ବ୍ୟତୀତ ଅଗଷ୍ଟ ୨୦ରେ ଶ୍ରୀ ଶ୍ରୀ ମାଧବ ଦେବ ତିଥି ଯୋଗୁଁ ଆସାମର ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।

ଅଗଷ୍ଟ ମାସରେ ବ୍ୟାଙ୍କ ମାନଙ୍କର ଛୁଟି :

ପୁଣି ସେଠାରେ ଅଗଷ୍ଟ ୨୩ ତାରିଖରେ ଜନ୍ମାଷ୍ଟମୀ କାରଣରୁ ଭାରତର ସମସ୍ତ ବ୍ୟାଙ୍କ ଛୁଟି ରହିବ । ଜନ୍ମାଷ୍ଟମୀ ପର୍ବଟି ବହୁତ ଉତ୍ସବ ମୁଖର ଭାବରେ ସାରା ଭାରତ ବର୍ଷରେ ପାଳନ କରାଯାଏ । ତେଣୁ ଏହି ଦିନ ସମଗ୍ର ଭାରତ ବର୍ଷର ସମସ୍ତ ବ୍ୟାଙ୍କ ଛୁଟି ରହିବ । ଏହା ବ୍ୟତୀତ କେରଳର ସମସ୍ତ ବ୍ୟାଙ୍କ ଅଗଷ୍ଟ ୨୮ରେ ଅୟଙ୍କାଳି ଜୟନ୍ତୀ ଯୋଗୁଁ ଛୁଟି ରହିବ ଏବଂ ମାସରେ ଶେଷରେ ଅର୍ଥାତ ଅଗଷ୍ଟ ୩୧ ଶନିବାର ଦିନ ପ୍ରକାଶ ଉତ୍ସବ ଯୋଗୁଁ ପଞ୍ଜାବ ଏବଂ ହରିୟାଣାର ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।