ଏପ୍ରିଲ୍ ମାସରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ ! ଏବେ ହିଁ ଆପଣଙ୍କ ସବୁ କାମ ଗୁଡ଼ିକୁ ସାରିଦିଅନ୍ତୁ ।

Spread the love

୧ ଏପ୍ରିଲ୍ ୨୦୧୯ ରୁ ନୂଆ ଅର୍ଥ ବ୍ୟବସ୍ଥା ଆରମ୍ଭ ହୋଇଗଲା । ପ୍ରତ୍ୟେକ ବର୍ଷ ଏପ୍ରିଲ୍ ମାସରେ ଲମ୍ବା ଛୁଟିଥାଏ । କିନ୍ତୁ ଏହି ବର୍ଷ ଲମ୍ବା ଛୁଟି ନ ହୋଇ ଅଲଗା ଅଲଗା ଦିନରେ ଛୁଟି ଦିଆଗଲା ।

ଏପ୍ରିଲ୍ ମାସରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ ! ଏବେ ହିଁ ଆପଣଙ୍କ ସବୁ କାମ ଗୁଡ଼ିକୁ ସାରିଦିଅନ୍ତୁ ।

ଏପ୍ରିଲ୍ ମାସର ପ୍ରଥମ ଦିନରୁ ନୂଆ ଅର୍ଥ ବ୍ୟବସ୍ଥା ଆରମ୍ଭ ହୋଇଗଲା । ପ୍ରତ୍ୟେକ ବର୍ଷ ଏପ୍ରିଲ୍ ମାସରେ ଲମ୍ବା ଛୁଟି ଥାଏ । କିନ୍ତୁ ଏହି ବର୍ଷ ଲମ୍ବା ଛୁଟି ନ ହୋଇ ଅଲଗା ଅଲଗା ଦିନରେ ଛୁଟି ଦିଆଗଲା । ଏହି ସ୍ଥିତିରେ ଆପଣ ଜାଣିବା ନିହାତି ଆବଶ୍ୟକ କି, ବ୍ୟାଙ୍କ କେଉଁ ଦିନ ମାନଙ୍କରେ ଛୁଟି ରହିବ ଓ ସେହି ଅନୁସାରେ ନିଜର ସବୁ କାମ ଶେଷ କରିପାରିବେ । ରାଜ୍ୟଭିତ୍ତି ଅନୁସାରେ ଭିନ୍ନ-ଭିନ୍ନ ଦିନରେ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ୍ ମାସରେ ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ବୈଶାଖ, ରାମନବମୀ, ଗୁଡ୍ ଫ୍ରାଇ ଡେ ଓ ମହାବୀର ଜୟନ୍ତୀ ଉପଲକ୍ଷରେ ବ୍ୟାଙ୍କ ଛୁଟି ରହିବ । ଦ୍ୱିତୀୟ ଓ ଚତୁର୍ଥ ଶନିବାର ଆଗରୁ ହିଁ ବନ୍ଦ ରହୁଅଛି । ଆସନ୍ତୁ ଏପ୍ରିଲ୍ ମାସରେ କେଉଁ ଦିନ ମାନଙ୍କରେ ବ୍ୟାଙ୍କ ଛୁଟି ରହିବ ସେହି ବିଷୟରେ ସମ୍ପୁର୍ଣ ରୂପେ ଜାଣିବା ।

ପ୍ରଥମ ଶନିବାର ବନ୍ଦ ରହିବ ବ୍ୟାଙ୍କ –

ମାସର ପ୍ରଥମ ଶନିବାର ବ୍ୟାଙ୍କ ଛୁଟି ନଥାଏ । କିନ୍ତୁ ଏପ୍ରିଲ୍ ର ପ୍ରଥମ ଶନିବାର ଗୁଡ୍ ଫ୍ରାଇ ଡେ ଥିବାଯୋଗୁଁ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଗୋଆ, ଓଡିଶା ଓ ଗୁଜରାଟରେ ବ୍ୟାଙ୍କ ବନ୍ଦ ରହିବ । ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ଅନ୍ୟ ଦିନ ଭଳି ବ୍ୟାଙ୍କ ବନ୍ଦ ରହିବ । ଦ୍ୱିତୀୟ ଶନିବାର ୧୩ ଓ ଚତୁର୍ଥ ଶନିବାର ୨୭ ଏପ୍ରିଲ୍ କୁ ଅଛି । ଏପ୍ରିଲ୍ ମାସରେ ୨୦ ତାରିଖରେ ଥିବା ଶନିବାରରେ ବ୍ୟାଙ୍କ ଖୋଲା ରହିବ ।

ରାମନବମୀ ଓ ବୈଶାଖୀ ରେ ବ୍ୟାଙ୍କ ବନ୍ଦ ରହିବ –

ଏପ୍ରିଲ୍ ୧୩ ଓ ୧୪ରେ ଦ୍ୱିତୀୟ ଶନିବାର ଓ ରବିବାର ଥିବାଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । କିନ୍ତୁ ଏହି ଦୁଇ ଦିନରେ ହିଁ ରାମନବମୀ, ଆମ୍ବେଦକର ଜୟନ୍ତୀ ଓ ବୈଶାଖୀ ମଧ୍ୟ ଅଛି । ଉତ୍ସବ ଗୁଡ଼ିକ ଛୁଟି ଦିନମାନଙ୍କରେ ଥିବା ଯୋଗୁଁ ଛୁଟି କମିଗଲା ।

୧୫ ଏପ୍ରିଲ୍ ରେ ଏଠାରେ ବନ୍ଦ ରହିବ ବ୍ୟାଙ୍କ –

୧୫ ଏପ୍ରିଲ୍ ରେ ହିମାଞ୍ଚଳ ଡ଼େ ହେବା ଯୋଗୁଁ ହିମାଞ୍ଚଳରେ ବ୍ୟାଙ୍କ ବନ୍ଦ ରହିବ । ଏଥିଯୋଗୁଁ ଏଠାରେ ୧୩, ୧୪ ଓ ୧୫ ତାରିଖରେ ବ୍ୟାଙ୍କ ବନ୍ଦ ରହିବ । ଏହାଛଡା ବଙ୍ଗାଲ ଓ ତ୍ରିପୁରରେ ମଧ୍ୟ ୧୩,୧୪ ଓ ୧୫ ତାରିଖରେ ବ୍ୟାଙ୍କ ବନ୍ଦ ରହିବ । ୧୫ ଏପ୍ରିଲ୍ ରେ ବଙ୍ଗାଲ ନୂଆ ବର୍ଷ ହେବା ଯୋଗୁଁ ପଶ୍ଚିମ ବଙ୍ଗାଲ ଓ ତ୍ରିପୁରାରେ ବ୍ୟାଙ୍କ ବନ୍ଦ ରହିବ ।

୧୭ ଏପ୍ରିଲ୍ ରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ –

୧୭ ଏପ୍ରିଲ୍ ରେ ମହାବୀର ଜୟନ୍ତୀ କାରଣରୁ ଅନେକ ରାଜ୍ୟମାନଙ୍କରେ ବ୍ୟାଙ୍କ ବନ୍ଦ ରହିବ । ପୁଣି ଗୋଟିଏ ଦିନପରେ ୧୯ ତାରିଖରେ ଗୁଡ଼ ଫ୍ରାଇଡେ ଥିବାଯୋଗୁଁ ସେହିଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ।