ବନ୍ଧୁତ୍ୱର ମାର୍ଗକୁ ଉଲ୍ଲେଖ କରୁଥିବା 7ଟି ଉପଦେଶ: ଆଚାର୍ଯ୍ୟ ଚାଣକ୍ୟ । ଥରଟିଏ ପଢନ୍ତୁ

Spread the love

■ କାହା ସହିତ ବନ୍ଧୁତା ବାନ୍ଧିବା ଆଗରୁ ବୁଦ୍ଧିମାନ ଲୋକ ଭଲ ଭାବରେ ଭାବି ଚିନ୍ତି ପରୀକ୍ଷା କରି ନିଷ୍ପତି ନେବା ଆବଶ୍ୟକ । କାରଣ ନିଜର ସ୍ୱାର୍ଥ ପାଇଁ କରାଯାଉଥିବା ବନ୍ଧୁତା ଭବିଷ୍ୟତରେ ଶତ୍ରୁତାରେ ପର୍ଯ୍ୟବେସିତ ହୋଇଥାଏ । ଗଧ, ଘୋଡା, କୁକୁର ଆଉ ବିରାଡି, ଛେଳି ଆଉ ବାଘ ମଧ୍ୟରେ କେବେ ବନ୍ଧୁତା ସ୍ଥାପିତ ହୋଇ ନ ପାରେ ।

■ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବ୍ୟକ୍ତିଙ୍କ ସହିତ ବନ୍ଧୁତା ବାନ୍ଧିବା ଅର୍ଥ ନିଜକୁ ବିପଦ ମଧ୍ୟକୁ ଠେଲିଦେବା ।

■ ଦୁଃଖ ସମୟରେ ପ୍ରକୃତ ବନ୍ଧୁର ପରିଚୟ ମିଳେ । ସମସ୍ତେ ତ ସୁଖର ସାଥୀ । କିନ୍ତୁ ଯେତେବେଳେ ଖରାପ ସମୟ ଆସେ ସେତେବେଳେ ଯିଏ ପାଖରେ ପହଁଚେ, ଉପଯୁକ୍ତ ପରାମର୍ଶ ଦିଏ, ପାଖରେ ରହି ସେବାକରେ, ଆଶ୍ୱାସନା ଦିଏ ସେହି ଅସଲ ବନ୍ଧୁ । ତାକୁ ତ୍ୟାଗ କରିବା ଉଚିତ୍ ନୁହେଁ । ଅନ୍ୟ ସବୁ ମତଲବୀ ବନ୍ଧୁଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ ।

■ ଧନଶାଳୀ ବ୍ୟକ୍ତିଙ୍କର ଅନେକ ବନ୍ଧୁ । ସର୍ବଦା ତାଙ୍କୁ ଘେରି ରହିଥାନ୍ତି ତାଙ୍କର ବହୁ ଅନୁଗତ, ଶୁଭେଚ୍ଛୁ ବନ୍ଧୁ । ସମସ୍ତେ କିନ୍ତୁ ନିଜ ନିଜ ଫାଇଦା ହାସଲ ପାଇଁ ଅଥବା କିଛି ଧନ ଆଶାରେ ନିଜକୁ ପରମ ବନ୍ଧୁ ବୋଲି ଘୋଷଣା କରି ଦେଖାଇ ହେଉଥାନ୍ତି । ପ୍ରକୃତରେ ଧନୀ ବନ୍ଧୁଙ୍କର ଧନ ଅପବ୍ୟୟ କରାଇ ମଉଜମସ୍ତିରେ ମସ୍ଗୁଲ୍ ହେବା ସେମାନଙ୍କର ପ୍ରଧାନ କାମ ।

■ ପ୍ରକୃତ ମିତ୍ର ତା ମିତ୍ରର ଏକ ଟୋପା ଝାଳ ପାଇଁ ନିଜ ଦେହର ରକ୍ତ ବୁହାଇ ଦେଇପାରେ । ଦୁଷ୍ଟ ମିତ୍ର ଅପେକ୍ଷା କୁମ୍ଭୀର ଭଲ । କାରଣ ସେ ଦରକାର ବେଳେ ନକଲି ଲୁହ ବୁହାଇ ସମବେଦନା ଦେଖାଇପାରେ ।

■ ନିଜ ପରିବାର ମଧ୍ୟରେ ବି ବନ୍ଧୁତା କରାଯାଇପାରେ । ବୟସ୍କ ପୁତ୍ରକୁ ବନ୍ଧୁ ଭାବରେ ଗ୍ରହଣ କରିବା ଉଚିତ୍ । ନିଜର ସନ୍ତାନ ଠାରୁ ଭଲ ବନ୍ଧୁ ଆଉ କେହି ହୋଇନପାରେ ।

■ ଧୋକ୍କାବାଜ, ମିଥ୍ୟାବାଦୀ ବନ୍ଧୁଙ୍କୁ କେବେ ବିଶ୍ୱାସ କରିବା ଠିକ୍ ନୁହେଁ । ସାମାନ୍ୟ ମନାନ୍ତର ହେଲେ ଏମାନେ ସମସ୍ତ ପ୍ରକାର ଗୋପନୀୟତାକୁ ପଦାରେ ପକାଇ ଦିଅନ୍ତି । ଏଭଳି ବନ୍ଧୁଙ୍କ ପାଖରେ ଗୁପ୍ତ କଥା କହିବା ଅର୍ଥ ନିଜପ୍ରତି ବିପଦକୁ ଆହ୍ୱାନ କରି ଆଣିବା ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ନୀତିବାଣୀ ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ । ଭଲ ଲାଗିଲେ share କରନ୍ତୁ । !ଜୟ ଜଗନ୍ନାଥ!!