ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଫୋଟ ଦ୍ୱାରା ଆସିଲା ସାମ୍ନାକୁ ସତ୍ୟତା !!

Spread the love

ପାକିସ୍ତାନରେ ପଶି ଆତଙ୍କ ରହିବା ସ୍ଥଳରେ ଭାରତୀୟ ବାୟୁସେନା ଙ୍କ ଦ୍ଵାରା ହେଇଥିବା ଆକ୍ରମଣକୁ ନେଇ ଅନେକ ବିପକ୍ଷ ଦଳ ସରକାରଙ୍କ ଠାରୁ ପ୍ରମାଣ ମାଗୁଛନ୍ତି । ଏହି ପୁରା ବିବାଦ କିଛି ଅନ୍ତରାଷ୍ଟ୍ରୀୟ ମିଡ଼ିଆର ସେହି ରେପୋର୍ଟରଙ୍କ ପାଇଁ ଆରମ୍ଭ ହେଲା । ଯେଉଁଥିରେ ଫୋଟୋମାନଙ୍କ ଆଧାରରେ କହିଥିଲେ କି, ଏୟାର ଷ୍ଟ୍ରାଇକ୍ ପରେ ମଧ୍ୟ କୋଠାଘର ଛିଡା ହୋଇଅଛି । ଏହି ମଧ୍ୟରେ ଆମ ନ୍ୟୁଜ୍ ସହଯୋଗୀ ପ୍ରଥମ ଥର ପାଇଁ ଏୟାର ଷ୍ଟ୍ରାଇକ୍ ପ୍ରମାଣ ରୂପେ ୧୨ଟି ଫୋଟୋ ସାମ୍ନାକୁ ଆଣିଲେ । ଗୁପ୍ତ ଏୟାର ଫୋର୍ସଙ୍କ ଫୋଟୋ ଆଧାରରେ କହିଲେ କି, ବାୟୁସେନଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ କ୍ଷତିର ଚିହ୍ନ ସ୍ୱଷ୍ଟ ରୁପେ ଦେଖାଯାଉଛି ।

ଗତ ୧୨ ଘଣ୍ଟାରେ ତିଆରି ହେଇଥିବା ରିପୋର୍ଟ ଅନୁସାରେ ଭାରତ, ବାଲାକୋଟ୍ ରେ ବହୁତ କ୍ଷତି କରିଛନ୍ତି । ଫୋଟୋର ସମୀକ୍ଷା କରି ମଧ୍ୟ ଦେଖାଯାଇ ପାରିବ କି, ଭାରତୀୟ ମିସାଇଲ, ଜୈସ୍-ଏ-ମହମ୍ମଦର ତାଲିମ ଦେଉଥିବା କେମ୍ପର କୋଠାଘରକୁ ସମ୍ପୁର୍ଣରୂପେ ଧ୍ବଂସ କରି ଦେଇଥିଲେ । ରିପୋର୍ଟ ଅନୁସାରେ ଏହା ଆବଶ୍ୟକ ନୁହେଁ କି, ମିସାଇଲର ଆକ୍ରମଣ ହେବା ପରେ କୋଠାଘର ସମ୍ପୁର୍ଣରୂପେ ଧ୍ବଂସ ହୋଇଯିବ ।

ଫୋଟୋ ଦ୍ୱାରା ବୁଝନ୍ତୁ –

ବୁଧୁବାରରେ ମଧ୍ୟ ଜାତୀୟ କନଫେରାନ୍ସର ନେତା ଫାରୁକ୍ ଅବ୍ଦୁଲ୍ହା ପ୍ରଶ୍ନ କରିଲେ କି, ଆମେ ସେମାନଙ୍କର (ପାକିସ୍ତାନ) ଗୋଟିଏ ବିମାନକୁ ଧ୍ବଂସ କରିଥିଲୁ ? ଏହି କଥାର ପ୍ରମାଣ କେଉଁଠାରେ ଅଛି, ଯାହାକୁ ଅମିତ ସାହ କହନ୍ତି କି ୩୦୦ ଲୋକ ମୃତ୍ୟୁ ହୋଇଥିଲେ ।

୪ ବ୍ଳେକ୍ ସ୍ପୋଟ୍ –

ଯେଉଁ ମିସାଇଲ ଭାରତୀୟ ବାୟୁସେନା ବ୍ୟବହାର କରିଥିଲେ, ତାହା ସିଧା କୋଠାଘରରେ ଲାଗିଥିଲା ଓ ୪ଟି ବ୍ଳେକ୍ ସ୍ପୋଟ୍ ଦିଶୁଅଛି । ରିପୋର୍ଟରେ ବଙ୍କର ବଷ୍ଟର୍ ମିସାଇଲର ଅନ୍ତଃପ୍ରବେଶ ଭିଡ଼ିଓ ମଧ୍ୟ ଦେଖାଇଲେ, ଯେଉଁଥିରେ କି ସ୍ୱଷ୍ଟ ରୂପେ ଦେଖାଯାଉଛି କି ମିସାଇଲ ଲାଗିବା ପରେ ମଧ୍ୟ କୋଠାଘର ସମ୍ପୁର୍ଣ ରୂପେ ଧ୍ବଂସ ହୋଇନଥାଏ ।

ଫୋଟୋ ମାନଙ୍କର ତୁଳନା କରାଗଲା –

ସେଟ୍-ଲାଇଟ୍ ଫୋଟୋର ଆଧାରରେ କିଛି ମିଡ଼ିଆ ରିପୋର୍ଟରେ ଦାବି କରାଗଲା କି, ବାଲାକୋଟ୍ କେମ୍ପର କୋଠାଘର ପ୍ରଥମରେ ଯେଉଁଭଳି ଥିଲା ସେଭଳି ହିଁ ଅଛି ଓ ସେଗୁଡିର କୌଣସି କ୍ଷତି ହେଇନାହିଁ । ଏପଟେ ଭାରତୀୟ ବାୟୁସେନା ସ୍ପଷ୍ଟରୁପେ କହିଲେ କି, ସେମାନେ ନିଜ ଟାର୍ଗେଟକୁ ପୁରା ଶକ୍ତି ଲଗାଇ ହିଟ୍ କରିଥିଲେ ।