ଚାରି ବର୍ଷ ପରେ ଏବେ ଏପରି ଦେଖା ଯାଉଛନ୍ତି ବଜରଙ୍ଗୀ ଭାଇଜାନର ଛୋଟ ଝିଅ ମୁନୀ ! ହୋଇଯାଇଛନ୍ତି ବହୁତ ବଡ଼ ଏବଂ ସୁନ୍ଦର ।

Spread the love

ବଲିଉଡ଼ରେ ଶିଶୁ କଳାକାର ମାନଙ୍କ ପାଇଁ ସବୁବେଳେ ପ୍ରାଧାନ୍ୟ ରହିଛି ଓ କେତେକ ଏପରି କଳାକାର ଅଛନ୍ତି; ଯେଉଁମାନେ ବଡ଼ ହେଲା ପରେ ମଧ୍ୟ ନିଜ ଅଭିନୟର ଯାଦୁ ସମସ୍ତଙ୍କୁ ଦେଖେଇଛନ୍ତି ଓ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଛୋଟ ବେଳରେ କରିଥିବା ଅଭିନୟରୁ ହିଁ ଜଣା ପଡିଯାଏ କି ଏହି କଳାକାର କେତେ ଦୂର ପର୍ଯ୍ୟନ୍ତ ଯାଇପାରିବ । କିଛି ଏମିତି ହିଁ ଲାଗିଥିଲା ବଜରଙ୍ଗୀ ଭାଇଜାନରେ ମୁନ୍ନିର ଭୂମିକାରେ ଅଭିନୟ କରୁଥିବା କଳାକାର ହର୍ଷାଳି ମଲହୋତ୍ରାଙ୍କ ବିଷୟରେ, ଯିଏ ଫିଲ୍ମରେ ବହୁତ ଭଲ ଅଭିନୟ କରିଥିଲେ । କିନ୍ତୁ ୪ ବର୍ଷ ପରେ ଏପରି ଦେଖାଯାଉଛନ୍ତି ବଜରଙ୍ଗୀ ଭାଇଜାନର ଛୋଟ ମୁନ୍ନି, ହୋଇପାରନ୍ତି ବଲିଉଡ଼ର ବହୁତ ଭଲ ଅଭିନେତ୍ରୀ ।

୪ ବର୍ଷ ପରେ ବର୍ତ୍ତମାନ ଏପରି ଦେଖାଯାଉଛନ୍ତି ବଜରଙ୍ଗୀ ଭାଇଜାନର ଛୋଟ ଝିଅ ମୁନ୍ନି :

୨୦୧୫ ମସିହାରେ ଆସିଥିବା ସଲମାନ ଖାନ ଏବଂ କରିନା କପୂରଙ୍କ ସୁପରହିଟ ଫିଲ୍ମ ବଜରଙ୍ଗୀ ଭାଇଜାନ । ଭାରତ ଓ ପାକିସ୍ତାନ ସମେତ ସାରା ଦୁନିଆରେ ବହୁତ ପସନ୍ଦ କରାଯାଇଥିଲା । ଫିଲ୍ମଟି ମୁଖ୍ୟ ଭାବରେ ଗୋଟିଏ ୮ ବର୍ଷର ଝିଅ ମୁନ୍ନି ଉପରେ ଆଧାରିତ ଥିଲା ଯିଏକି ଭୁଲରେ ପାକିସ୍ତାନରୁ ଭାରତ ଆସି ଯାଇଥିଲା । ପରେ ତାକୁ ବହୁତ ଗୁଡ଼ିଏ ଭୁଲ ଜିନିଷ ଭୋଗିବାକୁ ପଡ଼ିଲା ଓ ତାହାର ଦେଖା ସଲମାନ ଖାନଙ୍କ ମାନେ ବଜରଙ୍ଗୀଙ୍କ ସହିତ ହେଲା । ଫିଲ୍ମଟି ଯେତେ ସୁନ୍ଦର ଭାବରେ ଥିଲା ସେତିକି ହିଁ ଉତ୍ତମ କାମ ହର୍ଷାଲୀ କରିଥିଲେ । ହର୍ଷାଲୀ ବର୍ତ୍ତମାନ ୧୧ ବର୍ଷର ହୋଇଗଲେଣି ଓ ଯେପରି ଭାବେ ସେ ବଡ଼ ହେଉଛନ୍ତି ସେମିତି ହିଁ ତାଙ୍କର ସୁନ୍ଦରତା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ତ୍ତମାନ ହର୍ଷାଲୀ ନିଜର ଆଗାମୀ ଚଳଚ୍ଚିତ୍ରର ପ୍ରସ୍ତୁତିରେ ଲାଗିପଡିଛନ୍ତି ଯାହା ବିଷୟରେ ଆପଣ ଶୀଘ୍ର ହିଁ ଜାଣିପାରିବେ । ହର୍ଷାଲୀ କେତେ ଗୁଡ଼ିଏ ଉତ୍ସବ ମାନଙ୍କରେ ସାମିଲ ହୋଇଛନ୍ତି ଓ କେତେ ବଡ଼ ବଡ଼ କଳାକାରମାନେ ମଧ୍ୟ ହର୍ଷାଲିଙ୍କ ଅଭିନୟର ପ୍ରଶଂସା କରିଛନ୍ତି । ହର୍ଷାଲୀ ଟିଭିର ଶିଶୁ କଳାକାର ଅଟନ୍ତି ଯାହାଙ୍କୁ କି ବର୍ତ୍ତମାନ ବହୁତ ଲୋକପ୍ରିୟତା ମିଳିଛି ।

୪ ବର୍ଷ ମଧ୍ୟରେ ହର୍ଷାଲୀ ୧୧ ବର୍ଷର ହୋଇଗଲେ ଓ ବର୍ତ୍ତମାନ ତାଙ୍କର ଫୋଟୋ ପୁରାପୁରି ଅଲଗା ଦେଖାଯାଉଛି । ଫିଲ୍ମରେ ସୁନ୍ଦର ଓ ସରଳ ମୁନ୍ନିର ଭୂମିକାରେ ଅଭିନୟ କରିଥିବା ହର୍ଷାଲି ପ୍ରକୃତ ଜୀବନରେ ବହୁତ କଥା ହୁଅନ୍ତି ଏବଂ ତାଙ୍କର ଚୁଲବୁଲି ବ୍ୟବହାର ଫିଲ୍ମର ମୁନ୍ନି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ହର୍ଷାଲି ବର୍ତ୍ତମାନ ପାଠ ପଢ଼ାରେ ବ୍ୟସ୍ତ ଅଛନ୍ତି ଏବଂ ସେ ନିଜ ଶିକ୍ଷା ସମାପ୍ତ କରିବା ପରେ ବଲିଉଡ଼ରେ ହିଁ କାମ କରିବେ ଓ କେତେଗୁଡିଏ ଫିଲ୍ମ ମେକର୍ସ ତାଙ୍କ ବଡ଼ ହେବାର ଅପେକ୍ଷା କରୁଛନ୍ତି । କାରଣ ଅଭିନେତ୍ରୀ ଭାବେ ହର୍ଷାଲୀଙ୍କ ଅଭିନୟ ବହୁତ ଭଲ ହେବ ।

ଫିଲ୍ମ ବଜରଙ୍ଗୀ ଭାଇଯାନ ହିଟ୍ ହେବା ପରେ କେତେ ଲୋକ ତାଙ୍କର ଆକାଉଣ୍ଟ ଟ୍ୱିଟର, ଫେସବୁକ ଓ ଅନ୍ୟ ସୋସିଆଲ ମିଡ଼ିଆର ପ୍ଲାଟଫର୍ମ ତିଆରି କରିଦେଲେ କିନ୍ତୁ ହର୍ଷାଲୀଙ୍କ କୌଣସି ଅଫିସିଆଲ ଆକାଉଣ୍ଟ ନାହିଁ । ହର୍ଷାଲୀ ଏବେ ବହୁତ ଛୋଟ ଅଛନ୍ତି ଏବଂ ସେ ମାତ୍ର ୧୧ ବର୍ଷ ବୟସରେ ସୋସିଆଲ ମିଡ଼ିଆକୁ ନିୟନ୍ତ୍ରଣ କରି ପାରିବେ ନାହିଁ । ହର୍ଷାଲୀ କୃତି ସେନନଙ୍କ ସହିତ ଗୋଟିଏ ବିଜ୍ଞାପନ ମଧ୍ୟ କରିଛନ୍ତି ଓ ଏଠାରୁ ହିଁ ତାଙ୍କ ଅଭିନୟ ଜୀବନର ଆରମ୍ଭ ହୋଇଥିଲା ।