ବଡ଼ ଖବର ହଦୱାଡ଼ାରେ ୫ ଯବାନ ସହିଦ ଓ ଦୁଇ ଆତଙ୍କବାଦୀ ମୃତ୍ୟ ।

Spread the love

ଜମ୍ମୁ କାଶ୍ମୀରର ହଦୱାଡ଼ା ଠାରେ ୬୩ ଘଣ୍ଟା ରୁ ହେଉଥିବା ଭାରତ ଓ ଆତଙ୍କବାଦୀ ଙ୍କ ମଧ୍ୟରେ ଫାଇରିଙ୍ଗ ରେ ୨ ଆତଙ୍କବାଦୀ ଙ୍କୁ ମାରିଲେ ଆମ ଯବାନ । ଏହା ଭାରତୀୟ ଯବାନ ମାନଙ୍କ ପାଇଁ ଏକ ସଫଳତା ଅଟେ । ସେହି ଆତଙ୍କବାଦୀ ମାନେ ଗୋଟିଏ ଘର ଭିତରେ ଲୁଚି ରହିଥିଲେ । ବର୍ତ୍ତମାନ ଏବେ ମଧ୍ୟ ଗୋଟିଏ ଆତଙ୍କବାଦୀ ର ଖୋଜିବାରେ ଅଛନ୍ତି ଆମ ଭାରତୀୟ ଯବାନ ମାନେ । encounter ଗୁରୁବାର ଦିନ ପାଖାପାଖି ରାତି ୯ ଟା ବେଳକୁ ଆରମ୍ଭ ହୋଇଥିଲା । ୬୩ ଘଣ୍ଟା ପରେ ମଧ୍ୟ ଫାଇରିଙ୍ଗ ଚାଲୁଛି । ଏହି ଆକ୍ରମଣରେ ଭାରତର ୫ ଯବାନ ସହିଦ ହେଇଥିଲେ ସେଥିରୁ ସେନାର ୧ ଯବାନ, CRFF ର ଯବାନ ଓ ଜମ୍ମୁ କାଶ୍ମୀରର ୨ ପୋଲିସ ।

ଭାରତରେ searching କାର୍ଯ୍ୟ ପ୍ରକ୍ରିୟା ଏବେ ମଧ୍ୟ ଚାଲୁଅଛି । ଏବେ ମଧ୍ୟ ସେଠାରେ ଫାଇରିଙ୍ଗ ହେଉଛି । ଗୋଟିଏ ପଟେ ଏହା ବହୁତ ବଡ଼ ସଫଳତା ହେଲେ ଦୁଇ ଆତଙ୍କବାଦୀ ଙ୍କୁ ମାରି ଓ ଅନ୍ୟ ପଟେ ଭାରତ ୫ ବିର ଯବାନଙ୍କୁ ହରେଇଛନ୍ତି । ସେହି ଦୁଇ ଆତଙ୍କବାଦୀଙ୍କ ମୃତ ଦେହକୁ ବରାମତ କରାଗଲା ।

ଏହି ଆତଙ୍କବାଦୀଙ୍କ ସମ୍ପୁର୍ଣରୂପେ ଧ୍ବଂସ କରିବା ନିହାତି ଆବଶ୍ୟକ । ଏହିଭଳି ଆକ୍ରମଣ ସେତେଦିନ ପର୍ଯ୍ୟନ ହେଉଥିବ ଯେତେଦିନ ପର୍ଯ୍ୟନ୍ତ ଏହି ଆତଙ୍କବାଦୀ ମାନେ ରହିବେ । ସେଥିପାଇଁ ତ ଭାରତର ପ୍ରଧାନୀ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଲେ, ଆମେ ସେହି ଆତଙ୍କବାଦୀ ମାନଙ୍କୁ ବାଛି-ବାଛି ଦମସ୍ତଙ୍କୁ ସମାପ୍ତ କରିବାର ଅଛି ।

ଏହି କାର୍ଯ୍ୟରେ ପାକିସ୍ତାନ କେବେମଧ୍ୟ ଭାରତକୁ ସହାୟତା କରିବନାହିଁ ତେଣୁ ଏହି କାର୍ଯ୍ୟ ପ୍ରକ୍ରିୟା ଭାରତର ବିର ଯବାନଙ୍କ ଦ୍ୱାରା ହିଁ ସମ୍ପୂର୍ଣ ହେବ । ଆତଙ୍କବାଦୀ ଯେଉଁଭଳି, ଠିକ ସେହିଭଳି ପାକିସ୍ତାନ ମଧ୍ୟ । ଏହି ଦୁହେଁଙ୍କ ମଧ୍ୟରେ ଅଧିକ କିଛି ପାର୍ଥକ୍ୟ ନାହିଁ । କାରଣ ଏ ଦୁହେଁ କେବେମଧ୍ୟ ସୁଧୁରିବେ ନାହିଁ, ଏମାନଙ୍କୁ ସୁଧାରିବାକୁ ପଡ଼ିବ । ତେଣୁ ଭାରତୀୟ ଯବାନ ସେମାନଙ୍କୁ ସଠିକ ଉତ୍ତର ନିଶ୍ଚୟ ଦେବ ।