ବିଜୁଳି ମିଟର ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆସିଲା ଖରାପ ଖବର ! ଭୁଲରେ ମଧ୍ୟ କରନ୍ତୁ ନାହିଁ ଏପରି ଭୁଲ…

Spread the love

ବିଜୁଳୀ ଚୋରି ଏବଂ ମିଟରକୁ ଅସ୍ତବ୍ୟସ୍ତ କରୁଥିବା ଲୋକମାନଙ୍କ ପାଇଁ ବର୍ତ୍ତମାନ ଖରାପ ଖବର ଆସିଛି । ଯଦି କୌଣସି ବ୍ୟକ୍ତି ନିଜ ଘରେ ଥିବା ମିଟର ସାଥିରେ କୌଣସି ଅସ୍ତବ୍ୟସ୍ତ ବା ଗଡବଡ କରିବେ; ତେବେ ସିଧାସଳଖ ଲକ୍ଷନୌରେ ତିଆରି ହୋଇଥିବା କଂଟ୍ରୋଲ ରୁମ ପର୍ଯ୍ୟନ୍ତ ଏହାର ସୂଚନା ପହଞ୍ଚି ଯିବ । ଉତ୍ତର ପ୍ରଦେଶରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଉତ୍ତର ପ୍ରେଦେଶ ସରକାର ବିଜୁଳୀ ଚୋରି ଅଟକାଇବା ପାଇଁ ଏବଂ ଏହାର ଅସ୍ତବ୍ୟସ୍ତତା ଉପରେ କଣ୍ଟ୍ରୋଲ କରିବା ପାଇଁ ସମସ୍ତଙ୍କ ଘରେ ସ୍ମାର୍ଟ ବିଜୁଳି ଲଗାଇବା ଆରମ୍ଭ କରି ଦେଇଛନ୍ତି । ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏହି କାର୍ଯ୍ୟ ଯଥାଶୀଘ୍ର ଆରମ୍ବ ହେବାକୁ ଯାଉଛି । ଏଥିପାଇଁ ଏହି ସୂଚନା ଜାରି କରାଯାଇଛି ଯେ, ଯଦି କେହି ବିଜୁଳି ଚୋରି କରିବା ପାଇଁ କୌଣସି ପ୍ରକାର ପଦକ୍ଷେପ ଉଠାଇବେ, ତେବେ ତାଙ୍କୁ ଏହାର ଖରାପ ପରିଣାମ ଭୋଗିବାକୁ ପଡ଼ିବ । ସହରରେ ଲାଗିଥିବା ସ୍ମାର୍ଟ ମିଟରରେ କେତେ ପ୍ରକାର ଗୁଣ ରହିଛି; ଏଥିରୁ ବିଜୁଳି ନିଗମର କର୍ମଚାରୀମାନଙ୍କ ସହ ଉପଭୋକ୍ତା ମାନଙ୍କୁ ମଧ୍ୟ ଲାଭ ମିଳିବ ।

ଏହି ସ୍ମାର୍ଟ ମିଟର ଜରିଆରେ ବିଜୁଳିର ବିଲକୁ ଯାଞ୍ଚ କରିବା ସହିତ ତତ୍କାଳ ଅନଲାଇନ ଅଭିଯୋଗ ମଧ୍ୟ କରିବା ପରି ସ୍ମାର୍ଟ ଟେକନୋଲୋଜି ରହିଛି । ଯଦିଓ ଆରମ୍ଭରୁ ଏହି ମିଟର ସହର ଅଞ୍ଚଳରେ ଲଗାଯାଉଛି, ଏହା ସହିତ ଅନ୍ୟ ଜିଲ୍ଲା ଏବଂ ପ୍ରଦେଶର ଅଧିକାଂଶ ସ୍ଥାନରେ ଏଥିପାଇଁ ସର୍ଭେ କରାଯିବ । ଭବିଷ୍ୟତରେ ଅତିଶୀଘ୍ର ହିଁ ଆଉ ଅଧିକ ମିଟର ନେଇ ସମ୍ପୂର୍ଣ୍ଣ କ୍ଷେତ୍ରରେ ଲଗାଯିବ । ସ୍ମାର୍ଟ ମିଟରରେ ଏହି ଗୁଣ ରହିଛି ଯେ ବିଲ ହେବା ପରେ ରିମୋଟରୁ କନେକ୍ସନ କଟା ଯାଇପାରିବ ଏବଂ ସାଥିରେ କୌଣସି ପ୍ରକାର ଖରାପ ଗତିବିଧି କିମ୍ବା ଅସ୍ତବ୍ୟସ୍ତ କଲେ ସିଧାସଳଖ କଣ୍ଟ୍ରୋଲରୁମରେ ତା’ର ଖବର ପହଞ୍ଚି ପାରିବ ।

ଏହି ପ୍ରକ୍ରିୟା ସ୍ୱରୂପରେ ସ୍ମାର୍ଟ ମିଟରର ଉପଭୋକ୍ତାଙ୍କ ମୋବାଇଲରେ ଗୋଟିଏ ଏପ୍ଲିକେସନ ଅପଲୋଡ଼ କରି ଆଇଡ଼ି ନମ୍ବର ଏବଂ ମିଟର ନମ୍ବର ଦର୍ଜ କରିବା ପରେ ସ୍ମାର୍ଟ ମିଟର ଏପ୍ଲିକେସନ ସହିତ ଯୋଗାଯୋଗ ହୋଇଯିବ । ଏହା ସହିତ ହିଁ ମିଟରରେ ଗୋଟିଏ ଟେଲିକମ କମ୍ପାନୀର ସିମ ଲଗା ହୋଇଥିବ ଯାହା ସିଧା ସର୍ବର ସହିତ ଜଡ଼ିତ ଥିବ । ଆରମ୍ଭ ଦିନ ଗୁଡ଼ିକରେ ସ୍ମାର୍ଟ ମିଟର ପ୍ରଦେଶର ସେହି ସ୍ଥାନରେ ସମସ୍ତଙ୍କ ଠାରେ ଲଗାଯିବ ଯେଉଁଠାରେ ବିଜୁଳିର ଚୋରିର ସବୁଠାରୁ ଅଧିକ ଅଭିଯୋଗ ରହିବ ।

ବାସ୍ତବରେ ସରକାରଙ୍କ ଏହିପରି ପଦକ୍ଷେପ ଗ୍ରହଣ ଯୋଗ୍ୟ କି ? ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ଏବଂ ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ !