ଏହି ପଦ୍ଧତିକୁ ଆପଣାଇ କୁଣ୍ଡଳୀରେ ସୂର୍ଯ୍ୟଙ୍କ ଖରାପ ପ୍ରଭାବକୁ ସହଜରେ ଦୂର କରାଯାଇ ପାରିବ ।

Spread the love

କୁଣ୍ଡଳୀରେ ସୂର୍ଯ୍ୟଙ୍କ ଖରାପ ପ୍ରଭାବ ପଡିଲେ, ଜୀବନରେ ଏହି ସବୁ ସମସ୍ୟା ଆସିପାରେ । ଏହି ସବୁ ଉପାୟ ପାଳନ କରି, ଏହି ଖରାପ ପ୍ରଭାବହକୁ ଦୁର କରିପାରିବ ।

ସୂର୍ଯ୍ୟଙ୍କ ପ୍ରଭାବ କିଛି ଲୋକଙ୍କ ଜୀବନରେ ଭଲ ପ୍ରଭାବ ପକାଇଥିବା ବେଳେ କିଛି ଲୋକଙ୍କ ଜୀବନରେ ଏହାର ଖରାପ ପ୍ରଭାବ ପକାଇଥାଏ । କିଛି ଉପାୟ ଅବଲମ୍ବନ କରି ସୂର୍ଯ୍ୟଙ୍କ ଏହି ଖରାପ ପ୍ରଭାବରୁ ଆପଣ ଦୁରେଇ ପାରିବେ ।

କୁଣ୍ଡଳୀର ପ୍ରଥମ ସ୍ଥାନରେ ସୂର୍ଯ୍ୟ ରହିଲେ :

ଯେଉଁ ଲୋକଙ୍କ କୁଣ୍ଡଳୀରେ ସୂର୍ଯ୍ୟ ପ୍ରଥମ ସ୍ଥାନରେ ରୁହନ୍ତି; ତେବେ ସେହି ବ୍ୟକ୍ତିମାନଙ୍କୁ ଜୀବନରେ ଅନେକ ସଫଳତା ମିଳିଥାଏ । ଏହା ସହ କୁଣ୍ଡଳୀର ଏହି ସ୍ଥାନରେ ସୂର୍ଯ୍ୟ ରହିଲେ, ସୁଖ ପ୍ରାପ୍ତିରେ ବାଧା ଉପୁଜି ଥାଏ । ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀର ପ୍ରଥମ ସ୍ଥାନରେ ସୂର୍ଯ୍ୟ ଅଵସ୍ଥାନ କରନ୍ତି; ସେହି ବ୍ୟକ୍ତିମାନେ ଯଦି ନିଜର ଗର୍ଵ ତ୍ୟାଗ କରନ୍ତି ଏବଂ ପ୍ରତିଦିନ ସୂର୍ଯ୍ୟଙ୍କ ଆରାଧନା କରନ୍ତି, ତେବେ ସେମାନଙ୍କ ପାଇଁ ସୂର୍ଯ୍ୟ ଭାଗ୍ୟଶାଳୀ ହୋଇଥାନ୍ତି ।

କେତୁ ଏବଂ ସୂର୍ଯ୍ୟ :

ଯେଉଁ ଲୋକଙ୍କ କୁଣ୍ଡଳୀରେ କେତୁ ଏବଂ ସୂର୍ଯ୍ୟ ପ୍ରଥମ କିମ୍ବା ଷଷ୍ଠ ସ୍ଥାନରେ ରହିଥାନ୍ତି, ତେବେ ଏହା ଭଲ ଫଳ ଦେଇଥାଏ । ଯେଉଁ ବ୍ୟକ୍ତିମାନଙ୍କ କୁଣ୍ଡଳୀରେ ସୂର୍ଯ୍ୟଙ୍କ ଉପରେ ବୁଧର ପ୍ରଭାବ ପଡିଥାଏ; ତେବେ ଏହାର ଭଲ ପ୍ରଭାବ ମହିଳାଙ୍କ ଉପରେ ପଡିଥାଏ ଏବଂ ଯଦି ବୁଧଙ୍କ ଉପରେ ସୂର୍ଯ୍ୟଙ୍କ ଦୃଷ୍ଟି ପଡେ, ତେବେ ଜୀବନର ପ୍ରତିଟି କାର୍ଯ୍ୟ ସଫଳ ହୋଇଥାଏ ।

ସୂର୍ଯ୍ୟ ଏବଂ ଶନି :

ଯେଉଁ ଲୋକଙ୍କ କୁଣ୍ଡଳୀରେ ସୂର୍ଯ୍ୟଙ୍କ ଉପରେ ଶନିଙ୍କ ଦୃଷ୍ଟି ପଡିଥାଏ, ସେହି ଲୋକଙ୍କୁ ଶରୀର ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇଥାଏ । ଯଦି ଶନିଙ୍କ ପ୍ରଭାବ ସୂର୍ଯ୍ୟଙ୍କ ଉପରେ ପଡିଥାଏ କିମ୍ବା ପ୍ରଥମ ଘରେ ସୂର୍ଯ୍ୟ ରୁହନ୍ତି, ଏହି ପରିସ୍ଥିତିରେ ବ୍ୟକ୍ତିଙ୍କ ପତ୍ନୀଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ।

କିପରି କରିବେ ସୂର୍ଯ୍ୟଙ୍କ ଯୋଗୁଁ ହେଉଥିବା ଅଶୁଭ ଫଳକୁ କମ କରିପାରିବେ :

ଉପବାସ ରୁହନ୍ତୁ :

ଯେଉଁ ଲୋକଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଅଛନ୍ତି ଏବଂ ଏହାର କୁପ୍ରଭାବ ବ୍ୟକ୍ତିର ଜୀବନରେ ପଡିଥାଏ; ସେହି ବ୍ୟକ୍ତିମାନେ ବ୍ରତ ପାଳନ କରିବା ଉଚିତ୍ । କାରଣ ରବିବାର ସୂର୍ଯ୍ୟଙ୍କ ଦିନ ଅଟେ ଏବଂ ଏହି ଦିନ ବ୍ରତ କରିବା ଦ୍ୱାରା ସୂର୍ଯ୍ୟ ଦେଵ ସନ୍ତୁଷ୍ଟ ହୋଇ କୁଣ୍ଡଳୀରେ ପଡୁଥିବ କୁପ୍ରଭାବକୁ କମ କରାଇଥାନ୍ତି ।

ହରିବଂଶ ପୁରାଣ ପଢନ୍ତୁ :

ହରିବଂଶ ପୁରାଣ ପ୍ରତିଦିନ ପଡିବା ଦ୍ୱାରା ଏହାର ଭଲ ପ୍ରଭାବ କୁଣ୍ଡଳୀରେ ପଡିଥାଏ ଏବଂ ସୂର୍ଯ୍ୟଙ୍କ ତରଫରୁ ଶୁଭଫଳ ମିଲିଥାଏ । ଏହି କାରଣରୁ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ସୂର୍ଯ୍ୟଙ୍କ ଖରାପ ପ୍ରଭାବ ପଡିଛି, ସେମାନେ ଏହି ପୁରାଣ ପଢିବା ଉଚିତ୍ ।

ସୂର୍ଯ୍ୟଙ୍କ ପୂଜା କରନ୍ତୁ :

ପ୍ରତିଦିନ ସକାଳେ ଉଠି ସୂର୍ଯ୍ୟଙ୍କ ପୂଜା କରିବା ଦ୍ୱାରା ସୂର୍ଯ୍ୟଙ୍କ କୃପା ମିଳିଥାଏ । ଏହି କାରଣରୁ ଯେଉଁ ବ୍ୟକ୍ତିଙ୍କୁ ସୂର୍ଯ୍ୟଙ୍କ କୃପାର ଆଶା ରହିଛି ଏବଂ ସୂର୍ଯ୍ୟଙ୍କ ଖରାପ ପ୍ରଭାବକୁ ଶେଷ କରିବା ପାଇଁ ଚାହୁଁଛନ୍ତି, ତେବେ ପ୍ରତିଦିନ ସକାଳେ ସ୍ନାନ କରି ସୂର୍ଯ୍ୟ ଆରାଧନା କରିବା ଉଚିତ୍ । କିଛି ଦିନ ମଧ୍ୟରେ ହିଁ ଏହି ପୂଜାର ଲାଭ ଆପଣଙ୍କୁ ମିଳି ପାରିବ ।

ତମ୍ବା ଏବଂ ଖାଦ୍ୟ ଶସ୍ୟ ଦାନ କରନ୍ତୁ :

ରବିବାର ଦିନ ଗୁଡ଼, ତମ୍ବା ଏବଂ ଖାଦ୍ୟ ଶସ୍ୟର ଦାନ କରିବା ଦ୍ୱାରା ସୂର୍ଯ୍ୟଦେଵ ଖୁସି ହୋଇଥାନ୍ତି ଏବଂ ବ୍ୟକ୍ତି ଏହାର ଦାନ କରିବା ଦ୍ୱାରା ଜୀବନରୁ ପ୍ରତିଟି କଷ୍ଠ ଦୂର ହୋଇ ଯାଇଥାଏ ।

ତମ୍ବା ଆଙ୍ଗୁଠି ପିନ୍ଧନ୍ତୁ :

ତମ୍ବା ଧାତୁ ସୂର୍ଯ୍ୟ ଦେବଙ୍କ ସହ ଜଡିତ ଅଟେ । ଏହି କାରଣରୁ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ସୂର୍ଯ୍ୟଦେଵ କଷ୍ଟ ଦେଉଛନ୍ତି; ସେହି ବ୍ୟକ୍ତିମାନେ ରବିବାର ଦିନ ସକାଳୁ ତମ୍ବା ନିର୍ମିତ ମୁଦି ପିନ୍ଧିବା ଉଚିତ୍ । ଯଦି ବ୍ୟକ୍ତି ତମ୍ବାର ମୁଦି ପିନ୍ଧିବା ପାଇଁ ଚାହାଁନ୍ତି ନାହିଁ, ତେବେ ଆପଣ ତମ୍ବାର ମୁଦ୍ରା ପାଣିରେ ଭସାଇ ଦିଅନ୍ତୁ ।