ଗୁଟଖା ଖାଇବା ଦ୍ଵାରା କଣ ସବୁ ହାନି ହୋଇଥାଏ, ଜାଣି ସାରିବା ପରେ ଆପଣ ଗୁଟୁଖା ଖାଇବା……

Spread the love

ଆଜି ଆମେ ଆପଣଙ୍କୁ ଗୁଟୁଖା ଖାଇବା ଦ୍ଵାରା କଣ ସବୁ ହାନି ହୋଇଥାଏ ସେହି ବିଷୟରେ ଜଣାଇବୁ । ଆଶା କରଛୁ, ଏହି ବିଷୟ ଜାଣି ସାରିବା ପରେ ଆପଣମାନେ ଗୁଟୁଖା ଖାଇବା ଛାଡିଦେବେ । ଆଜିକାଲି ଆବାଳବୃଦ୍ଧ ସମସ୍ତେ ଗୁଟୁଖାକୁ ଖାଇବାକୁ ପସନ୍ଦ କରିଥାନ୍ତି । ଏହି ଲୋକଙ୍କ ମଧ୍ୟରୁ ବହୁତ ଲୋକ ଜାଣି ନ ଥିବେ ଗୁଟୁଖା ଖାଇବା ଦ୍ଵାରା କଣ ସବୁ ଅସୁବିଧା ହୋଇଥାଏ ? ବହୁତ ଲୋକ ଏହି ବିଷୟରେ ଜାଣନ୍ତି ଏବଂ ଆଉ କିଛି ଲୋକ ଜାଣି ମଧ୍ୟ ଗୁଟୁଖା ଖାଆନ୍ତି । ପ୍ରାଥମିକ ପର୍ଯାୟରେ ଗୁଟୁଖାରେ ଖାଇଲେ କୌଣସି ହାନି ଜଣାପଡେ ନାହିଁ କିନ୍ତୁ କିଛି ଦିନ କିମ୍ବା କିଛି ବର୍ଷ ପରେ ଏହା ଆପଣ ଜାବନକୁ ବିପଦରେ ପକାଇଥାଏ । ଗୁଟୁଖା ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ଖରାପ ପ୍ରଭାବ ପକାଇଥାଏ ।

ଦାନ୍ତ ଖରାପ ହୋଇଯିବା :

ଯଦି ଆପଣ ପ୍ରତିଦିନ ଗୁଟୁଖା ଖାଉଛନ୍ତି, ତେବେ ଏହାର ଖରାପ ପ୍ରଭାବ ଆପଣଙ୍କର ଦାନ୍ତ ଉପରେ ପଡିଥାଏ । ପ୍ରଥମେ ଆପଣକର ଦାନ୍ତ ଘୋଷି ଅର୍ଥାତ ବାରମ୍ବାର ଗୁଟଖାରେ ଥିବା ପଦାର୍ଥ ଦାନ୍ତ ସହ ଘଷି ହୋଇଥାଏ ଏବଂ ଧୀରେ ଧୀରେ ଦାନ୍ତଗୁଡିକ ଦୁର୍ବଳ ହୋଇ ଝଡି ପଡି ଥାଏ ।

ଶରୀରର ଏନ୍-ଜାଇମ ଉପରେ ପ୍ରଭାବ ପକାଏ :

ଗୁଟଖାରେ ଅନେକ ଗୁଡିଏ ନିଶାଯୁକ୍ତ ପଦାର୍ଥ ମିଶି ରହିଥାଏ, ଯେଉଁଥି କାରଣରୁ ଶରୀରରେ ହରମୋନଗୁଡିକ ଉପରେ ଖରାପ ପ୍ରଭାବ ପଡିଥାଏ । ଆମ ଶରୀରର ପ୍ରତିଟି ଅଙ୍ଗରେ ସାଇପ-୪୫୦ ନାମକ ଏଞ୍ଜାଇମ ରହିଛି । ଯାହା ଆମ ଶରୀରର ହରମୋନ ଉତ୍ପାଦନରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଗୁତଖ ସେବନ କରିବା ଦ୍ଵାରା ଏହି ଏଞ୍ଜାଇମଟି କାର୍ଯ୍ୟ କରିବାର ଦକ୍ଷତା ହରାଇଦେଇଥାଏ ।

ପାଟିରେ କର୍କଟ ହେବା :

ଯେଉଁମାନେ ଗୁଟଖା ଖାଉଛନ୍ତି, ସେହି ଲୋକଙ୍କ ଜିଭ, ପଟି ଭିତରେ ଥିବା ହାଡ, ଗାଲର ଗଭୀରତାରେ ପରିବର୍ତ୍ତନ ଆସିଥାଏ ଏବଂ ପାଟିରେ କର୍କଟ ଭଳି ମାରାତ୍ମକ ଓ ଘାତକ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ଏହା ଯେ, ଯେଉଁମାନେ ଗୁଟଖା ସେବନ କରନ୍ତି, ସେମାନଙ୍କ ପାଟିରେ କର୍କଟ ରୋଗର କୈଶିକଗୁଡିକ ବିକଶିତ ହେବାରେ ଆରମ୍ବ ହୋଇଯାଇଥାଏ । ଏବଂ ଧିରେ ଧିରେ ମୁହଁ ବା ପଟି ଖୋଲିବା ବନ୍ଦ ହୋଇଯାଇଥାଏ ।

ଡିଏନଏକୁ ନଷ୍ଟ କରିଦିଏ :

ଗୁଟଖା ଖାଇବା ଦ୍ଵାରା ଶରୀରର ହରୋମାନ ଗୁଡିକ ବହୁ ମାତ୍ରାରେ ପ୍ରଭାବିତ ହୋଇଥାଏ ଏବଂ ଏହା ସଙ୍ଗେ ସଙ୍ଗେ ଡିଏନଏ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ ଏବଂ ନଷ୍ଟ ହେବାର ମଧ୍ୟ ଆଶଙ୍କା ଦେଖାଯାଏ ।

ଫୁସଫୁସ କର୍କଟ

ଗୁଟୁଖା ଜନିତ କର୍କଟ କେବଳ ମୁହଁ ମଧ୍ୟରେ ସୀମିତ ରହିନଥାଏ । ଏହା ଗଳାରୁ ଆରମ୍ଭ ହୋଇ ଧୀରେ ଧୀରେ ଫୁସଫୁସରେ ପହଞ୍ଚି କର୍କଟର ରୂପ ଧାରଣ କରିଥାଏ ।

ଅନିଦ୍ରା ଜନିତ ସମସ୍ୟା :

ଗୁଟଖାରେ ଥିବା ନିଶାଯୁକ୍ତ ପଦାର୍ଥ ଯାହା ଖାଇବା ପରେ ମନୁଷ୍ୟ ତୃପ୍ତି ଲାଭ ଅନୁଭବ କରୁଛି, ବାସ୍ତବରେ ତାହା ହିନ ନିଦ ନ ଆସିବାର ମୁଖ୍ୟ କାରଣ ହୋଇଥାଏ । ଆପଣ ଜାଣିଛନ୍ତି ଯଦି ଠିକ ଭାବରେ ନିଦ ନ ଆସେ, ତେବେ କଣ କଣ ଆସୁବିଧା ହୋଇପାରେ ?

ଗର୍ଭବତୀ ମହିଳାଙ୍କ ପାଇଁ ହାନିକାରକ :

ଗୁଟଖା କେବଳ ପୁରୁଷମାନେ ନୁହେଁ ମହିଳାମାନେ ମଧ୍ୟ ଖାଉଛନ୍ତି । ଗର୍ଭାବସ୍ଥା ସମୟରେ ଗୁଟଖା ସେବନ କରିବା ଦ୍ୱାରା ଗର୍ଭରେ ଥିବା ଶିଶୁର ଓଜନ ଉପରେ କୁପ୍ରଭାବ ପଡିଥାଏ । ଏବଂ ନିଶାଯୁକ୍ତ ପଢ଼ାରଥ ସେବନ କରିବା ଦ୍ୱାର ଗର୍ଭପାତ ହେବାର ମଧ୍ୟ ସମ୍ଭାବନା ରହିଥାଏ । ଏହା ସଂଗେ ସଂଗେ ମହିଳାମାନେ ଗୁଟଖା ସେବନ କରିବା ଦ୍ୱାରା ସେମାନଙ୍କ ପ୍ରଜନନ କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ ।