
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଟାକିଂ ମୋଡ ରେ ଅର୍ଚ୍ଚନା ମୁହଁ ଖୋଲିଲେନି ତ ଯେମିତି ବୋମା ଫିଙ୍ଗିଲେ ପୋଲିସ ଉପରେ ରାଗି ପାଟି ଲାଲ । ହରଣ ଘଡାରେ ପଡିଲା କମିଶନରେଟ ପୋଲିସ । ଇଡି ଆଗରେ କହିବେ ପୋଲିସ ର କାରସାଦି । ଅର୍ଚ୍ଚନା ର ବିସ୍ପୋରଣ ରେ ବଡବଡିଆ ଙ୍କ ଛାତିରେ ଛନକା । ଏବେ ବାବୁଙ୍କର ବିଳେହି ପାଣି ଯିବେ କୁଆଡେ । ବଦଲା ନେବା ଚକର ରେ ରହିଛନ୍ତି ହନି ଟ୍ରାପ୍ କୁଇନ ଅର୍ଚ୍ଚନା । ନିଜେତ ବଦନାମ ହେଲେନି ଏବେ କାହାକୁ ସୁରକ୍ଷା ଦେବାର ପ୍ରଶ୍ନ ଉଠୁ ନାହିଁ ।
ଏମିତି ରେ ଇଡି ତ ସବୁ କଥା ଜାଣିସାରିଣି ଏବେ ଆଉ ଲୁଚେଇ ଲାଭ କଣ । ଏହା ସହିତ ପୋଲିସ ଅର୍ଚ୍ଚନା କୁ ଯେଉଁ ନିର୍ଜାତନା ଦେଇଛି ତାହାବି ଅସହ୍ୟ । ଏବେ ବଡ ବଡିଆ ଙ୍କ ଗୁମର ଖୋଲିବେ ଅର୍ଚ୍ଚନା । ସବୁ ଟିକିନିକି କରି ବଖାଣିବେ । ପଲିଟିକାଲ ଲିଙ୍କ୍ ସାଙ୍ଗକୁ କୋଟରୀ ଗୃହର ହସ୍ତକ୍ଷେପ ଖୋଲିବେ । ଜାହାକୁ ନେଇ ଏବେ ରାଜ୍ୟ ରାଜନୀତି ରେ ଦେଖା ଦେଇଛି ହଲଚଲ ।
ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ଙ୍କୁ ରିମାଣ୍ଡ ରେ ନେବା ପରେ ଏବେ ଏହି ପରି ଚର୍ଚ୍ଚା ସବୁ ଆଡେ ହେଉଛି । ବ୍ଲକମେଲର କୁଇନ ଅର୍ଚ୍ଚନା ନାଗ୍ ଙ୍କ ମାମଲା ରେ ଇଢି ବର୍ତମାନ ସମୟ ରେ 11 ଜଣଙ୍କୁ ପଚରା ଉଚୁରା କରି ସାରିଛି । ସେମାନଙ୍କ ମଧ୍ୟରେ ପ୍ରୋଜଜକ , ଜମି ବ୍ୟବସାୟୀ , ହୋଟେଲ ବ୍ୟବସାୟୀ । ଠିକାଦାର ଆର୍କିଟେକ୍, ଜମି ମାଲିକ ପ୍ରମୁଖ ସାମିଲ ରହିଛନ୍ତି ।
ହେଲେ ବର୍ତମାନ ସମୟ ରେ କୈଣସି ବଡବଡିଆ କିମ୍ବା ଅଫିସର ଙ୍କୁ ହାତ ମାରିନାହିଁ ଇଡି । ଆଉ ବଡ ବଡିଆ ଏବଂ ଅଫିସର ଙ୍କ ସାହାଯ୍ୟ ସହଯୋଗ ବିନା ଆଦିବାସୀ ଅଦ୍ୟସିତ କଳାହାଣ୍ଡି ଜିଲ୍ଲାରୁ ଆସି ଏହି ପରି କଳା ସାମ୍ରାଜ୍ୟ ତିଆରି କରିବା ମୋଟେ ବି ସମ୍ଭବ ନୁହେଁ। ସେହିଥି ପାଇଁ ଅର୍ଚ୍ଚନା ଙ୍କ ଜାଲରେ କେଉଁ କେଉଁ ବଡ ମୁଣ୍ଡ ସାମିଲ ରହିଛନ୍ତି ସେମାନଙ୍କ ଠାରୁ ଅର୍ଚ୍ଚନା କେଉଁ ବାଟରେ ଏବଂ କେତେ ଟଙ୍କା ଆଦାୟ କରିଛନ୍ତି ତାହାକୁ ନେଇ ଘାଣ୍ଟିବ ଇଡି ।
ଏପରି କି କଣ ପାଇଁ ବଡ ବଡ ମୁଣ୍ଡ ଅର୍ଚ୍ଚନା କୁ ମୋଟା ଅଙ୍କର ଅର୍ଥ ଦେଉଥିଲେ । ତାହାର ବି ଉତ୍ତର ଖୋଜିବା ଲାଗି ଚେଷ୍ଟା କରି ଇଡି । ତିନି ବର୍ଷ ମଧ୍ୟରେ ଅର୍ଚ୍ଚନା ନିଜର କୋଟି କୋଟି ଟଙ୍କାର କଲା ସାମ୍ରାଜ୍ୟ କେମିତି ଛିଡା କରିଥିଲେ ତାହାର ରହସ୍ୟ ଭେଦ କରିବାକୁ ଚେଷ୍ଟା କରିବ ଇଡି । ତେବେ ଅର୍ଚ୍ଚନା କୁ ରିମାଣ୍ଡ କୁ ନେଇ ବହୁ ବଡ ବଡିଆ ଙ୍କ ଛାତିରେ ଏବେ ଛନକା ପସିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।