ଆୟୁର୍ବେଦିକ ଗୁଣରେ ଭରପୁର ସୀତାଫଳ, ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।

ସୀତାଫଳର ନାମ ଆପଣ ମାନେ ଶୁଣିଥିବେ, ଏହାକୁ ଇଂରାଜୀରେ କଷ୍ଟର୍ଡ ଏପଲ୍ ନାମରେ ଜଣାଯାଏ । ଆପଣଙ୍କ ମଧ୍ୟରୁ କିଛି ଲୋକ ଏହାକୁ ଖାଉଥିବେ । ସୀତାଫଳ ଖାଇବା ପାଇଁ ସ୍ୱାଦିଷ୍ଟ ହୋଇଥାଏ । କଣ ଆପଣ ଜାଣିଛନ୍ତି ଏହା ଶରୀର ପାଇଁ ଖୁବ୍ ଉପକାରୀ ଅଟେ । ସୀତାଫଳରେ ଅନେକ ଏପରି ଭିଟାମିନ୍ ମହଜୁଦ ରହିଛି, ଯେଉଁଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ସୀତାଫଳ ଏପରି ଏକ ଫଳ ଯାହା ଖୁବ ସହଜରେ ସାରା ଦେଶରେ ମିଳିଯାଇ ପାରେ । ଆପଣ ନିଜର ଦୈନଦିନ ଜୀବନରେ ନିଜର ଶରୀରକୁ ଆଵଶ୍ୟକୀୟ ପୋଷଣ ଏଥିରୁ ପାଇପାରିବେ । ଚେଷ୍ଟା କରନ୍ତୁ ନିଜ ଖାଦ୍ୟ ସୂଚୀରେ ଏହାକୁ ସାମିଲ କରି ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ ।
ସୀତାଫଳରେ ପୋଟାସିୟମ, ମ୍ୟାଗ୍ନେସିୟ, ଭିଟାମିନ୍-ଏ, କ୍ୟାଲସିୟମ, କପର, ଫାଇବାର ଏବଂ ଫସଫରସ୍ ପରି ତତ୍ୱ ଭରପୁର ରହିଛି । ଏହା ବ୍ୟତୀତ ଏଣ୍ଟିଆକ୍ସିଡେଣ୍ଟ ମଧ୍ୟ ଭରପୁର ରହିଛି; ଯାହା ଫ୍ରି-ରେଡିକଲସକୁ ରୋକିବା ପାଇଁ ସାହାଯ୍ୟ କରିଥାଏ । ଏଥିରେ ମିଳୁଥିବା ଭିଟାମିନ୍-ଏ କେଶ ଏବଂ ତ୍ୱଚା ପାଇଁ ବହୁତ ଲାଭଦାୟକ ଅଟେ ।ଆଖି ପାଇଁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ । ସୀତାଫଳରେ ଏପରି କିଛି ଗୁଣ ରହିଛି ଯାହା ଅନେକ ରୋଗରୁ ଆମକୁ ରକ୍ଷା କରିଥାଏ । ଲଗାତାର ସୀତାଫଳ ଖାଇବା ଫଳରେ ହୃଦୟ ସୁଚାରୁ ରୂପେ କାର୍ଯ୍ୟ କରିଥାଏ । ଏହାକୁ ଖାଇବା ଫଳରେ ରକ୍ତଚାପ ମଧ୍ୟ ସୁଚାରୁ ରୂପେ କାର୍ଯ୍ୟ କରିଥାଏ ।