ଅଟୋ ବାଲା ଜଣକ ଫେରାଇ ଦେଲା ଯାତ୍ରୀର ୭ ଲକ୍ଷ ଟଙ୍କାର ଗହଣାର ବ୍ୟାଗ, ୫ ଦିନ ଲଗାତାର ଗଳିକନ୍ଦି ଖୋଜିବା ପରେ ମିଶି ପାରିଲା ସେହି ବ୍ୟକ୍ତିଙ୍କୁ, ଆଉ ତା ପରେ …

Spread the love

ଛତିଶଗଡର ଏକ ଅଟୋ ଚାଳକ ନିଜ ସଚ୍ଚୋଟ ପଣିଆ ପାଇଁ ସାରା ଦେଶରେ ପ୍ରଶଂସିତ ହେଉଛି । ସେ ଜଣେ ଯାତ୍ରୀଙ୍କର ଲକ୍ଷ ଲକ୍ଷ ଟଙ୍କାର ବ୍ୟାଗ ଫେରାଇ ଦେଇଛି । କହିବାକୁ ଗଲେ ଛତିଶଗଡ, ଜଗଦଲପୁର ସହରର ଏକ ନିବାସୀ ଅଟୋ ଚାଳକ ମହେଶ କଶ୍ୟପ ସବୁଦିନ ଭଳି ନିଜର କାମକୁ ବାହାରିଲା । ଦିନେ ଗାଜିୟାବାଦରୁ ନିଜର ଭାଇର ବାହାଘର ପାଇଁ ଜଗଦଲପୁର ଆସିଥିବା ଜଣେ ମହିଳା, ମହେଶର ଅଟୋରେ ବସିଲା ଓ ଅଟୋରୁ ଓହ୍ଲାଇବା ପରେ ନିଜର ବ୍ୟାଗ ଭୁଲି ଚାଲିଗଲା ।

ମହେଶ ରାତିରେ ଯେତେବେଳେ ନିଜର ଅଟୋକୁ ସବୁଦିନ ଭଳି ନିର୍ଦ୍ଧିଷ୍ଟ ସ୍ଥାନରେ ରଖିବାକୁ ଗଲା, ସେତେବେଳେ ତାହାର ପତ୍ନୀ କହିଲା କି ଗାଡିରେ କାହାର ବ୍ୟାଗ ରହି ଯାଇଛି । ମହେଶ ବ୍ୟାଗ ଖୋଲି ଦେଖିଲା ତ ସ୍ଵାମୀ ସ୍ତ୍ରୀ ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ । ବ୍ୟାଗରେ ସୁନା ମୁଦି ଓ ଚ୍ୟାନ୍ ସହିତ ନଗଦ ଟଙ୍କା ମଧ୍ୟ ଥିଲା । ମହେଶ କିଛି ବୁଝି ପାରିଲେ ନାହିଁ ! ଏହି ବ୍ୟାଗଟି କାହାର ? କାରଣ ଦିନସାରା କେତେକ ଲୋକମାନେ ତାହାର ଅଟୋରେ ବସିଥିଲେ । ସର୍ବେ ପ୍ରଥମେ ମହେଶ ବ୍ୟାଗକୁ ନିଜ ଘରେ ଏକ ସୁରକ୍ଷିତ ଜାଗାରେ ବ୍ୟାଗଟିକୁ ରଖିଦେଲା ଓ ମନେ ପକାଇବାକୁ ଚେଷ୍ଟା କରିଲା କି ଏଇ ବ୍ୟାଗଟି କାହାର ହୋଇଥିବ ?

ତାହା ପର ଦିନ ମହେଶ ବ୍ୟଗାର ମାଲିକକୁ ଖୋଜିବା ପାଇଁ ବାହାରି ଗଲା । କିନ୍ତୁ ବହୁତ ଚେଷ୍ଟା କରିବା ପରେ ବି ଅସଲ ମାଲିକ ବିଷୟରେ କିଛି ଜଣା ପଡିଲା ନାହିଁ । ପାଖାପାଖି ୫ ଦିନ ପର୍ଯ୍ୟନ୍ତ ମହେଶ ଓ ତାହାର ପତ୍ନୀ ବହୁତ ଚିନ୍ତିତ ରହିଲେ । ଏହା ପରେ ମହେଶ ବ୍ୟାଗ ଖୋଲି ଅସଲ ମାଲିକ ବିଷୟରେ ଜାଣିବାକୁ ଚେଷ୍ଟା କରିଲା । ଏହା ପରେ ମହେଶକୁ ବ୍ୟାଗରେ ଗୋଟିଏ ଆଧାର କାର୍ଡ ଓ ଏକ ମୋବାଇଲ ନମ୍ବର ମିଳିଲା ।

ମହେଶକୁ ମିଳିଲା ସମ୍ମାନ :

ଏହା ପରେ ମହେଶ ସେହି ନମ୍ବର ଉପରେ ଫୋନ କରିଲା ଓ ତାଙ୍କୁ କହିଲା କି, ଆପଣଙ୍କ ବ୍ୟାଗ ମୋ ପାଖରେ ସୁରକ୍ଷିତ ଅଛି ଓ ସେ ଆସି ତାହା ଠାରୁ ନେଇ ଯାଆନ୍ତୁ । ଏହା ପରେ ସମସ୍ତେ ପୁଲିସ ଥାନାରେ ଦେଖା କରିଲେ । ଏହାପରେ ମହେଶ ନିଜର ପୁରା ସଚ୍ଚୋଟ ପଣିଆର ପରିଚୟ ଦେଇ ସେହି ବ୍ୟାଗକୁ ତାହାର ଅସଲ ମାଲିକ ହାତରେ ଦେଇଦେଲେ । ମହେଶଙ୍କ ଏହି ଭଳି ସଚୋଟ ପଣିଆ ପାଇଁ ପୁଲିସ ଅଫିସରମାନେ ପ୍ରୋତ୍ସାହିତ କରିଲେ ଓ ତାହାକୁ ଏକ ଶାଳ ଦେଲେ ଓ ୫୦୦୧ ରାଶୀ ପ୍ରଦାନ କରି ସମ୍ମାନ ଦେଲେ । ଏହି ସମ୍ମାନକୁ ଦେଖି ମହେଶ ଓ ତାର ପତ୍ନୀର ଅତ୍ୟନ୍ତ ଖୁସି ହୋଇଗଲେ ।