ଆଟୋ ଚାଳକ ନିଜର ମନୁଷ୍ୟ ପଣିଆ ଦେଖେଇଛନ୍ତି । ରାସ୍ତାରେ ପଡିଥିବା ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଥିଲେ ।

Spread the love

ଅଟୋ ଚାଳକ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇଛନ୍ତି, କିନ୍ତୁ ଝିଅ ଜନ୍ମ ହେବା ପରେ ମହିଳା ସେଠାରୁ ଫେରାର ହୋଇଯାଇଛନ୍ତି ପରେ ଅଟୋ ଚାଳକ ଝିଅଟିର ଯତ୍ନ ନେଇଛନ୍ତି ।

ବାଙ୍ଗଲୋରର ଜଣେ ଅଟୋ ଚାଳକ ନିଜର ମନୁଷ୍ୟତ୍ୱ ଦେଖାଇଛନ୍ତି ରାସ୍ତାରେ ପଡିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରିଛନ୍ତି । ବିନା କୌଣସି ବିଳମ୍ବରେ ଅଟୋ ଚାଳକ ଜଣଙ୍କ ମହିଳାଙ୍କୁ ଡାକ୍ତରଖାନା ନେଇଯାଇଥିଲେ । ଡାକ୍ତରଖାନାରେ ମହିଳା ଜଣଙ୍କ ଜଣେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ କିନ୍ତୁ ମହିଳା ଜଣଙ୍କ ନିଜ କନ୍ୟା ସନ୍ତାନକୁ ଡାକ୍ତରଖାନାରେ ଛାଡି ଚାଲି ଯାଇଛନ୍ତି । ପରେ ସେହି ଅଟୋ ଚାଳକ ଜଣଙ୍କ ଝିଅଟିର ଯତ୍ନ ନେଇଛନ୍ତି କିନ୍ତୁ ଝିଅଟି କିଛି ଦିନ ପୂର୍ବରୁ ମୃତ୍ୟୁର ଶଯ୍ୟାରେ ଶୋଇ ଯାଇଛି ।

ସମସ୍ତେ ଅଟୋ ଚାଳକଙ୍କୁ ପ୍ରଶଂସା କରିଛନ୍ତି :

ମହିଳାଙ୍କ ସାହାଯ୍ୟ କରିଥିବା ଅଟୋ ଚାଳକଙ୍କ ନାମ ହେଉଛି ବାବୁ ମୁଦର୍ପ୍ପା ଅଟେ । ପରିବାରରେ ସ୍ତ୍ରୀ ଏବଂ ଦୁଇଟି ଛୁଆ ଅଛନ୍ତି । ବାବୁଙ୍କ ଅନୁସାରେ କିଛି ଦିନ ପୂର୍ବରୁ ଯେତେବେଳେ ବାଙ୍ଗଲୋରର ବାଇଟଫିଲଡ଼ ରୋଡ଼ ପାର୍ଶ୍ୱରେ ଯାଉଥିବା ସମୟରେ, ସେ ରାସ୍ତାରେ ଜଣେ ଗର୍ଭବତୀ ମହିଳାଙ୍କୁ କଷ୍ଟ ହେଉଥିବାର ଦେଖିଥିଲେ ଏବଂ ସେହି ଗର୍ଭବତୀ ମହିଳାଙ୍କୁ ବାଙ୍ଗଲୋର ସ୍ଥିତ ସିବି ରମଣ ଡାକ୍ତରଖାନାରେ ଭର୍ତି କରାଇଥିଲେ । ବାବୁଙ୍କୁ ଏହି ମହିଳାଙ୍କ ବିଷୟରେ କୌଣସି ତଥ୍ୟ ଜଣା ନ ଥିଲା । ଏହି କାରଣରୁ ଡାକ୍ତରଖାନାରେ ମହିଳାଙ୍କୁ ଭର୍ତି କରାଇବା ସମୟରେ ଫର୍ମରେ ନିଜର ଠିକଣା ଦେଇଥିଲେ । ମହିଳା ଜଣଙ୍କ ଡାକ୍ତରଖାନାରେ ଭର୍ତି ହେବାର ଏକ ଦିନ ପରେ ଜଣେ ଝିଅକୁ ଜନ୍ମ ଦେଇଥିଲେ ଯିଏ ପ୍ରିମେଚର ବେବି ଥିଲା ଏବଂ ବହୁତ ଦୁର୍ବଳ ମଧ୍ୟ ଥିଲା । ପରେ ଡାକ୍ତରଖାନା କତ୍ତୃପକ୍ଷ ବାବୁଙ୍କ ଝିଅଟିକୁ ବାରିଙ୍ଗ ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ସମୟ ଭିତରେ ଝିଅଟିର ମାଆ ଝିଅଟିକୁ ଡାକ୍ତରଖାନାରେ ଛାଡି ଫେରାର ହୋଇ ଯାଇଛନ୍ତି । ବାବୁଙ୍କ ଅନୁସାରେ ଝିଅଟିର ଅବସ୍ଥା ଦୁର୍ବଳ ଥିଲା । ତେଣୁ ପରିସ୍ଥିତିକୁ ଦେଖି ଝିଅଟିକୁ ବାବୁ ଆପଣାଇ ନେଇଥିଲେ କିନ୍ତୁ ଝିଅଟି ଖରାପ ସ୍ୱାସ୍ଥ୍ୟବସ୍ଥା ଯୋଗୁଁ ୧୮ ଦିନ ପରେ ମୃତ୍ୟୁର ଶଯ୍ୟାରେ ଶୋଇ ଯାଇଥିଲା ।

ଝିଅଟିର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବାବୁ ଉଠାଇ ଥିଲେ । କିନ୍ତୁ ବାବୁ କହି ନାହାଁନ୍ତି, ସେ ଏହି ଝିଅଟି ବାବଦରେ କେତେ ଟଙ୍କା ଖର୍ଚ୍ଚ କରିଥିଲେ । ବାବୁ କହିଛନ୍ତି; ଝିଅଟି ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ତାହା କହିବା ଠିକ ହେବ ନାହିଁ । କୌଣସି ମଧ୍ୟ ପିତାମାତା ପିଲାଙ୍କ ପାଇଁ ଖର୍ଚ୍ଚ କରିଥିବା ଟଙ୍କା ବିଷୟରେ କାହାକୁ କୁହନ୍ତି ନାହିଁ ।

ଝିଅଟିର ମାଆ କିଏ ଥିଲେ ?

ଝିଅଟିର ମାଆର କୌଣସି ତଥ୍ୟ ବାବୁଙ୍କ ପାଖରେ ନାହିଁ । ବାବୁଙ୍କ ଅନୁସାରେ ମହିଳାଙ୍କ ନାମ ନନ୍ଦିତା ଥିଲା ଏବଂ ଡାକ୍ତରଖାନାରେ ଭର୍ତି ହେବା ସମୟରେ ମହିଳା ଏହି ନାମ କହିଥିଲେ ।

ଯେଉଁଭଳି ରୂପେ ଝିଅଟିର ଯତ୍ନ ବାବୁ କରିଥିଲେ, ତାହାର ପ୍ରଶଂସା ସମସ୍ତେ କରୁଛନ୍ତି । ବିନା କୌଣସି ସ୍ୱାର୍ଥରେ ବାବୁ ମୁଦର୍ପ୍ପା ଝିଅଟିର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଉଠାଇଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ଝିଅଟି ବଞ୍ଚି ନ ଥିଲା ।