ନିଜର ପୁତୁରାକୁ ହିଁ ହୃଦୟ ଦେଇଥିଲେ ମାଉସୀ ! ବିବାହ କରିବା ପାଇଁ ଜିଦ କରିଥିଲେ, ପରେ କଣ ହେଲା ଜାଣନ୍ତୁ…

Spread the love

ନିଜର ପୁତୁରାକୁ ହିଁ ହୃଦୟ ଦେଇ ବସିଥିଲେ… ବିବାହ କରିବା ପାଇଁ ଜିଦ୍ କରିଥିଲେ । ଜାଣନ୍ତୁ ପରେ କଣ ହେଲା….

ଆପଣମାନେ ସେ ପ୍ରସିଦ୍ଧ ଲୋକବାଣୀ ଶୁଣିଛନ୍ତି ନା “ଭଲ ପାଇବା ଅନ୍ଧ ହୋଇଥାଏ” । ଏହା କେବେ ମଧ୍ୟ କାହାକୁ ମଧ୍ୟ ଓ କେଉଁଠାରେ ମଧ୍ୟ ହୋଇପାରେ । ଯେବେ କୌଣସି ବ୍ୟକ୍ତି କାହାକୁ ଭଲ ପାଇବା ବସେ, ତେବେ ଏହା ହୃଦୟ ବୟସ, ରଙ୍ଗ, ଜାତି ଧର୍ମ ଓ ଏପରିକି ସମ୍ପର୍କ ମଧ୍ୟ ଦେଖି ନଥାଏ । ଏହିପରି ଏକ ଉଦାହରଣ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ସିକୋହାବାଦରେ ଦେଖିବାକୁ ମିଳିଛି । ଏଠାରେ ଏକ ମହିଳାଙ୍କୁ ନିଜର ପୁତୁରା ସହିତ ଏମିତି ଭଲ ପାଇବା ହେଲା ଯେ, ସେ ସମସ୍ତ ଲଜ୍ଜା ଓ ସମ୍ପର୍କ ଛାଡି ତା ସହିତ ବିବାହ କରିବା ପାଇଁ ବହୁତ ଜିଦ କରିଥିଲା । କଥା ଏହା ଥିଲା ଯେ, ତାଙ୍କ ପରିବାର ଲୋକଙ୍କୁ ପଞ୍ଚାୟତ ଠାରୁ ଆରମ୍ଭ କରି ପୋଲିସ ଥାନା ପର୍ଯ୍ୟନ୍ତ ଯିବାକୁ ପଡ଼ିଥିଲା । ଆସନ୍ତୁ ପୁରା ମାମଲାକୁ ଟିକେ ଆଉ ବିସ୍ତାର କରି ଜାଣିବା ।

ନେହା (ପରିବର୍ତ୍ତିତ ନାମ) ସିକୋହାବାଦର ଏକ ମହଲାରେ ନିଜ ବଡ଼ ଭଉଣୀ ପାଖରେ ରହୁଥିଲା । କହିବାକୁ ଗଲେ ନେହା ତା ଜୀବନର ଅଧିକାଂଶ ସମୟ ତା ଭଉଣୀ ସହିତ ହିଁ ଅତିବାହିତ କରିଆସିଛି । ଆମେ କହି ପାରିବ ଯେ, ସେ ନିଜ ଦିଦିଙ୍କ ଘରେ ହିଁ ପାଳିତ ପୋଷିତ ହୋଇଛି । ନେହାର ଦିଦିଙ୍କ ଗୋଟିଏ ପୁଅ ମଧ୍ୟ ଥିଲା, ଯିଏ ସମ୍ପର୍କରେ ନେହାର ନିଜ ପୁତୁରା ହେବ । ଗୋଟିଏ ଘରେ ରହି ମାଉସୀ ଓ ପୁତୁରା ବଡ଼ ହୋଇଥିଲେ । ଏହି ଦୁଇ ଜଣଙ୍କୁ ପରସ୍ପର ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇ ଯାଇଥିଲା । ଏଠାରେ ନେହା ନିଜ ପୁତୁରାର ପ୍ରେମରେ ପୁରାପୁରି ପାଗଳ ହୋଇ ଯାଇଥିଲା । ସେ ତା’ବିନା ଏକ ମୁହୂର୍ତ୍ତ ମଧ୍ୟ ରହି ପାରୁ ନଥିଲା । ଏତିକି ନୁହେଁ; ଦୁଇଜଣ ପରସ୍ପର ସହିତ ବଞ୍ଚିବା ଓ ମରିବା ପାଇଁ ରାଣ ମଧ୍ୟ ଖାଇ ସାରିଥିଲେ । ଏମିତି ଭାବେ ଦୁଇଜଣଙ୍କ ଭଲ ପାଇବା ପରିବାରର ଲୋକଙ୍କ ଅଜାଣତରେ ହିଁ କେତେ ମାସ ଚାଲିଥିଲା ।

ସବୁକିଛି ଠିକ ଚାଲୁଥିଲା କିନ୍ତୁ ନେହାଙ୍କ ଦିଦି ନିଜ ପୁଅର ବିବାହ ଅନ୍ୟ କେଉଁଠି ଠିକ କରିଦେଲେ । ଏହି କଥାରୁ ନେହା ରାଗ ଯାଇଥିଲା ଓ ସେ ନିଜ ହୃଦୟର କଥା ଦିଦିଙ୍କୁ କହିଥିଲା । ତା’ପରେ, ଘରେ ବହୁତ ଝଗଡ଼ା କଳି ଇତ୍ୟାଦି ହୋଇଥିଲା । ପରିବାର ଲୋକେ ନେହାକୁ ବହୁତ ବୁଝାଇବାକୁ ଚେଷ୍ଟା କଲେ କିନ୍ତୁ ସେ ମାନିଲା ନାହିଁ । ଶେଷରେ ମାମଲା ସିଧା ଥାନାରେ ପହଞ୍ଚିଲା । ସେଠାରେ ନେହା ଓ ତାହାର ପରିବାର ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଲା । ପୋଲିସ ଅଧିକାରୀମାନେ ସେମାନଙ୍କୁ କଥାବାର୍ତ୍ତା ଦ୍ୱାରା ମାମଲାକୁ ସମାଧାନ କରିବା ପାଇଁ ଉପଦେଶ ଦେଲେ । କେତେ ଘଣ୍ଟାର ବୁଝାମଣା ପରେ ଶେଷରେ ନେହା ନିଜ ପରିଜନଙ୍କ ସହିତ ଘରକୁ ଯିବା ପାଇଁ ରାଜି ହେଲା ।

ଆପଣ ଜାଣିବା ପାଇଁ କହି ଦେଉଛୁ ଯେ, ଏହା ପ୍ରଥମ ମାମଲା ନୁହେଁ; ଏହା ପୂର୍ବରୁ ମଧ୍ୟ କେତେକ ଏମିତି ଉଦାହରଣ ସାମ୍ନାକୁ ଆସିଛି ଯେଉଁଠାରେ କି ଦୁଇଜଣ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରେମର ସମ୍ପର୍କ ଗଢି ଉଠିଥାଏ । ତେବେ ଏମାନେ ଭଲ ପାଇଯାନ୍ତି କିନ୍ତୁ ଏମାନେ ଭୁଲି ଯାଆନ୍ତି କିନ୍ତୁ ସମାଜ ଓ ପରିବାରର ସଦସ୍ୟମାନେ ଏହି ସମ୍ପର୍କକୁ କେବେ ମଧ୍ୟ ସ୍ୱୀକାର କରନ୍ତି ନାହିଁ । କିଛି ଲୋକ ଭଲ ପାଇବାକୁ କେନ୍ଦ୍ରୀଭୂତ କରି ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥାନ୍ତି । ଆପଣଙ୍କ ମତାମତ କଣ ? କଣ ଦୁଇ ସମ୍ପର୍କୀୟଙ୍କୁ ପରସ୍ପର ମଧ୍ୟରେ ପ୍ରେମ ସମ୍ବନ୍ଧ ରଖିବା ଠିକ ? ଉତ୍ତର Coment Boxରେ ଦିଅନ୍ତୁ ।