ସ୍ଵର୍ଗୀୟ ଅଟଳ ଜି ବଲିଉଡର ଏହି ଅଭିନେତ୍ରୀଙ୍କର ସବୁଠାରୁ ବଡ଼ ପ୍ରଶଂସକ ଥିଲେ । ଏହି ଫିଲ୍ମକୁ ୨୫ଥର ଦେଖିଥିଲେ ।

Spread the love

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଭାରତର ପୂର୍ଵତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୧ ଜୁନକୁ ୟୁରିନ ଇଂଫେକସନର ସଂକ୍ରମଣ ଯୋଗୁଁ ଦିଲ୍ଲୀର ଏମ୍ସରେ ହସପିଟାଲରେ ଭର୍ତି କରାଯାଇ ଥିଲା । ଏହାପରେ ତାଙ୍କୁ ୧୫ ଅଗଷ୍ଟର ରାତିରେ ଲାଇଫ ସପର୍ଟରେ ରଖାଯାଇଥିଲା ସେ ତାପରଦିନ ଅର୍ଥାତ ୧୬ ଅଗଷ୍ଟ ପର୍ଯ୍ୟନ୍ତ ଏପରି ଲାଇଫ ସପର୍ଟରେ ରହିଲେ , କିନ୍ତୁ ସେହି ଦିନ ସନ୍ଧ୍ୟା ୫ଟା ଘଣ୍ଟ ୫ମିନିଟରେ ସେ ପ୍ରାଣ ତ୍ୟାଗ କଲେ । ଏହାପରେ ସମଗ୍ର ଦେଶ ଶୋକ କରିବାକୁ ଲାଗିଲେ, ଲୋକେ ନିଜର ଦୁଃଖ ସୋସିଆଲ ମିଡ଼ିଆରେ ବ୍ୟକ୍ତ କରବାକୁ ଲାଗିଲେ । ଅଟଳ ଜି ଦେଶର ଏକ ବରିଷ୍ଠ ନେତା ସହ ଏକ ସାହିତ୍ୟକାର, କବି ଏବଂ ପତ୍ରକାର ଥିଲେ । ଏହା ସହ ସେ ଫିଲ୍ମରେ ମଧ୍ୟ ରୁଚି ରଖୁଥିଲେ । ତାଙ୍କର ଫିଲ୍ମ ସହିତ ଗଭୀର ସମ୍ପର୍କ ଥିବା ସହ ସେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଏବଂ ବିଜେପିରୁ ମଥୁରାର ସାଂସଦ ହୋଇଥିବା ହେମା ମାଳିନୀଙ୍କ ବହୁତ ବଡ଼ ପ୍ରଶଂସକ ଥିଲେ । ଅଟଳ ଜି ହେମାଙ୍କ ଏହି ଫିଲ୍ମକୁ ଦଶ କିମ୍ବା କୋଡ଼ିଏ ଥର ନୁହଁ ବରଂ ୨୫ଥର ଦେଖିଛନ୍ତି ।

ବଲିଉଡର ସ୍ଵପ୍ନ ନାୟିକା ହେମା ମାଳିନୀ ବହୁତ ସୁପରହିଟ ଫିଲ୍ମରେ କାମ କରିଛନ୍ତି ଏବଂ ଲୋକେ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରୁଥିଲେ । ସେହି ଦିୱାନାମାନଙ୍କ ମଧ୍ୟରେ ବରିଷ୍ଠ ରାଜନୀତି ନେତା ଅଟଳ ବିହାରୀ ବାଜପେୟୀ ମଧ୍ୟ ଥିଲେ । ଯିଏକି ହେମାଙ୍କ ପ୍ରାୟ ସମସ୍ତ ଫିଲ୍ମ ଦେଖିଛନ୍ତି ଏବଂ ପସନ୍ଦ ମଧ୍ୟ କରୁଥିଲେ । ଅଟଳଜିଙ୍କୁ ହେମା ମାଲିନିଙ୍କ ୧୯୭୨ରେ ଆସିଥିବା ଫିଲ୍ମ “ସୀତା ଔର୍ ଗୀତା”କୁ ବହୁତ ପସନ୍ଦ କରିବା ସହ ପ୍ରାୟତଃ ସବୁବେଳେ ଏହି ଫିଲ୍ମକୁ ଦେଖୁଥିଲେ । ଯେତେବେଳେ ଏହି ଫିଲ୍ମ ରିଲିଜ ହେଲା ସେତେବେଳେ ଠାରୁ ଜୀବିତ ମଧ୍ୟରେ ଅଟଲଜି ପ୍ରାୟ ୨୫ଥର ଏହି ଫିଲ୍ମକୁ ସିନେମା ଘରେ ଦେଖିଛନ୍ତି । ତାଙ୍କୁ ଏହି ଫିଲ୍ମରେ ହେମାଙ୍କ ଡବଲ୍ ରୋଲ ବହୁତ ପସନ୍ଦ ଆସିଥିଲା । ଏହି କଥାର ସ୍ପଷ୍ଟୀକରଣ ନିଜେ ହେମା ମାଲିନି କରିଥିଲେ ।

ଆପଣମାନେ ଜାଣନ୍ତି, ଫିଲ୍ମ “ସୀତା ଔର୍ ଗୀତା”ର ନିର୍ଦ୍ଦେଶନା ରମେଶ ସିପ୍ପୀ କରିଥିଲେ ଏବଂ ଏଥିରେ ହେମାଙ୍କ ଡବଲ୍ ରୋଲ ବ୍ୟତୀତ ସଞ୍ଜୟ କୁମାର ଏବଂ ଧର୍ମେନ୍ଦ୍ର ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ । ଏହି କଥାର ସ୍ପଷ୍ଟୀକରଣ ଦେଇ ହେମା ମାଲିନି କହିଥିଲେ ଯେ, “ମୋର ମନେ ଅଛି ଯେ, ଦିନେ ମୁଁ ଏକ ପଦାଧିକାରୀଙ୍କୁ କହିଲି, ମୁଁ ସର୍ବଦା ମୋର ଭାଷଣରେ ଅଟଲଜିଙ୍କ ବିଷୟରେ କହୁଛି କିନ୍ତୁ କେବେ ସାମ୍ନାସାମ୍ନି ସାକ୍ଷାତ କରିନାହିଁ । ତେବେ ମୋର ସାକ୍ଷାତ କରାଇ ଦିଅନ୍ତୁ । ଏହାପରେ ମୋତେ ଅଟଲଜିଙ୍କ ସହ ସାକ୍ଷାତ କରାଇବା ପାଇଁ ନିଆଗଲା । ମୋତେ ପ୍ରଥମଥର ମିଶିବାକୁ ଅଟଲଜି ଟିକିଏ ସଙ୍କୋଚ କରୁଥିଲେ । ଏହି ବିଷୟରେ ମୁଁ ସେଠାରେ ଉପସ୍ଥିତ ଥିବା ଏକ ମହିଳାଙ୍କୁ ପଚାରିଲି କଥା କଣ ?, ସେ କହିଲେ ଯେ, ଅଟଳଜି ଆପଣଙ୍କର ବହୁତ ବଡ଼ ପ୍ରଶଂସକ ଅଟନ୍ତି । ଆପଣଙ୍କର ଫିଲ୍ମ “ସୀତା ଔର୍ ଗୀତା”କୁ ୨୫ଥର ଦେଖିଛନ୍ତି । କିନ୍ତୁ ଆଜି ହଠାତ୍ ଆପଣଙ୍କୁ ନିଜ ସମ୍ମୁଖରେ ଦେଖି କିଛି କହିପାରୁ ନାହାନ୍ତି ।”

ଅଟଳ ଜୀଙ୍କୁ ଗ୍ୱାଲିଆର ସ୍ଥିତ ବାହାଦୂରର ବୁନ୍ଦିର ଲଡୁ ଏବଂ ଦୋୖଲତଗଞ୍ଜର ମଙ୍ଗାଡି ବହୁତ ପସନ୍ଦ ଥିଲା । ଏହା ସହ ତାଙ୍କୁ ସ୍ଵାଧିଷ୍ଟ ଖାଦ୍ୟର ମଧ୍ୟ ରୁଚି ଥିଲା । ଅଟଲ ଜିଙ୍କୁ ସାକାହାରି ଖାଦ୍ୟ ଅପେକ୍ଷା ମାଂସାହାରି ଖାଦ୍ୟ ବହୁତ ପସନ୍ଦ ଥିଲା । ଯେଉଁଥିରେ ସେ ଝାଙ୍ଗି ମାଛ ଖାଇବାକୁ ବହୁତ ପସନ୍ଦ କରିବା ସହ ବେଳେବେଳେ ସେ ଚିଙ୍ଗୁଡ଼ିର ଡିସ୍ ମଧ୍ୟ ଖାଇବାକୁ ପସନ୍ଦ କରୁଥିଲେ । ସେ ଭାଙ୍ଗର ମଧ୍ୟ ସେବନ କରୁଥିଲେ, ତାଙ୍କ ପାଇଁ ଉଜ୍ଜେନରୁ ସ୍ଵତନ୍ତ୍ର ପ୍ରକାରର ଭାଙ୍ଗ ଅଣା ଯାଉଥିଲା ଏବଂ ତାଙ୍କୁ ମିଠା ମଧ୍ୟ ବହୁତ ପସନ୍ଦ ଥିଲା । ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ସେ ଗ୍ୱାଲିଆର ଯାଇ ବୁନ୍ଦିର ଲଡୁ, ଝିଲାପି ଏବଂ କଚୋଡି ଖାଉଥିଲେ ।