ଟିମ୍ ଇଣ୍ଡିଆ କ୍ରିକେଟର ପୃଥ୍ୱୀ ସ’ଙ୍କୁ ଆକ୍ରମଣ!! | ସେଲଫି ନେବାକୁ ମନା କରିବାରୁ ଭାଙ୍ଗିଲେ କାର !!

Prithvi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୃଥ୍ୱୀ ସ ଙ୍କ ଉପରେ ଆକ୍ରମଣ ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡ଼ିଓ । କେବଳ ପୃଥ୍ୱୀ ସ ଙ୍କୁ ନୁହେଁ ତାଙ୍କର ଜଣେ ବନ୍ଧୁ ଙ୍କ ମଧ୍ୟ ଆକ୍ରମଣ ହୋଇଛି । ଏହା ସହିତ ତାଙ୍କ ବନ୍ଧୁ ଙ୍କ କାର କୁ ଭଙ୍ଗା ରୁଜା କରାଜାଇଛି । ତେବେ ପୃଥ୍ୱୀ ସ ଙ୍କ ଅଭିଯୋଗ ଅନୁସାରେ ଏହି ଗୋଣ୍ଡଗୋଳ ମୁମ୍ବାଇ ର ଏକ ପଞ୍ଚ ତାରକା ହୋଟେଲ ରୁ ଆରମ୍ଭ ହୋଇଥିଲା ।

ପୃଥ୍ୱୀ ସ ଏବଂ ତାଙ୍କର ବନ୍ଧୁ ଗତ କାଲି ରାତିରେ ସେହି ହୋଟେଲ କୁ ଖାଇବାକୁ ଜାଇଥିଲେ । ସେଠାରେ ଜଣେ ଯୁବକ ଏବଂ ଯୁବତୀ ସୋଭିତ ଠାକୁର ଏବଂ ସ୍ୱପ୍ନାଙ୍ଗି ପୃଥ୍ୱୀ ସ ଙ୍କୁ ସେଲ୍ଫି ନେବାକୁ ଅନୁରୋଧ କରିଥିଲେ । ପୃଥ୍ୱୀ ସ ମଧ୍ୟ ରାଜି ହୋଇଥିଲେ ହେଲେ ତା ପରେ ଉକ୍ତ ଯୁବକ ଏବଂ ଯୁବତୀ ତାଙ୍କ ସହିତ କିଛି ସେଲ୍ଫି ଉଠେଇ ଥିଲେ । ଏହା ପରେ ସେମାନେ ଆହୁରି ଅଧିକ ଫୋଟ ଉଠେଇବାକୁ ଚାହୁଁ ଥିବା ବେଳେ ପୃଥ୍ୱୀ ସ ମନା କରି ଦେଇଥିଲେ । ହେଲେ ଉକ୍ତ ଯୁବକ ଯୁବତୀ ମାନେ ପୃଥ୍ୱୀ ସ ଙ୍କୁ ଛାଡି ନଥିଲେ ।

Prithvi S

ଏହା ଦେଖି ପୃଥ୍ୱୀ ସ ଏବଂ ତାଙ୍କର ବନ୍ଧୁ ହୋଟେଲ ମେନେଜର ଙ୍କୁ ଡାକିଥିଲେ । ହୋଟେଲ ମେନେଜର ଉକ୍ତ ଯୁବକ ଯୁବତୀ ଙ୍କୁ ହୋଟେଲ ପରିସର ରୁ ବାହାର କରି ଦେଇଥିଲେ । ହୋଟେଲ ରୁ ବାହାର କରି ଦେବା ପରେ ଉକ୍ତ ଯୁବକ ଯୁବତୀ ଏବଂ ତାଙ୍କର କିଛି ସାଙ୍ଗ ମାନେ ରାଗି ଜାଇଥିଲେ ସେମାନେ ପୃଥ୍ୱୀ ସ ଙ୍କୁ ହୋଟେଲ ବାହାରେ ଅପେକ୍ଷା କରି ରହିଥିଲେ । ତେବେ ପୃଥ୍ୱୀ ସ ଏବଂ ତାଙ୍କର ବନ୍ଧୁ ରାତ୍ରୀ ଭୋଜନ ସାରି କାର ରେ ହୋଟେଲ ରୁ ବାହାରିବା ପରେ ସେମାନେ ତାଙ୍କର ପିଛା କରିଥିଲେ ।

ଅସିୱାଡା ଅଞ୍ଚଳ ର ଏକ ଟ୍ରାଫିକ ପୋଷ୍ଟ ଅଞ୍ଚଳ ରେ ସେମାନେ ପୃଥ୍ୱୀ ସ ଏବଂ ତାଙ୍କର ବନ୍ଧୁ ଙ୍କୁ ଅଟକେଇ ଥିଲେ ଏବଂ ଆକ୍ରମଣ କରିଥିଲେ । ସେମାନେ କାର ମଧ୍ୟ ଭଙ୍ଗା ରୁଜା କରିଥିଲେ । ଉକ୍ତ ଯୁବକ ଯୁବତୀ ମାନେ ବେସବଲ ବ୍ୟାଟ୍ ଏବଂ ଆଉ କିଛି ମାରାଣାସ୍ତ୍ର ଧରି ପୃଥ୍ୱୀ ସ ଙ୍କ ଉପରକୁ ଆକ୍ରମଣ କରିଥିଲେ । ସେମାନେ ଗାଡି ଭଙ୍ଗା ରୁଜା କରିବା ସହିତ 50 ହଜାର ଟଙ୍କା ବି ଦାବି କରିଥିଲେ ।

ନହେଲେ ମିଛ ମାମଲା ରେ ପୃଥ୍ୱୀ ସ ଏବଂ ତାଙ୍କର ସାଙ୍ଗ ମାନଙ୍କୁ ଫସେଇ ଦେବାକତୁ ମଧ୍ୟ ଧମକ ଦେଇଥିଲେ । ତେବେ ଏହି ଘଟଣା ରେ ଥାନାରେ 8 ଜଣଙ୍କ ନାମରେ ବିଭିନ୍ନ ଦଫା ରେ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେହି କେହି ପୃଥ୍ୱୀ ସ ଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *