ବ୍ୟାଙ୍କ ଉପଭୋକ୍ତାଙ୍କ ନିମନ୍ତେ ସର୍ତକ ସୂଚନା ।

Spread the love

ଜାନୁଆରୀ ପହିଲା ଠାରୁ ପୁରୁଣା ATM ଓ ପୁରୁଣା Cheque Book ବ୍ୟବହାର କରିପାରିବେ ନାହିଁ । RBI ର ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ସବୁ ବ୍ୟାଂକମାନେ ନିଜ ନିଜ ଗ୍ରାହକମାନଙ୍କୁ ନୂଆ ଏଟିମ୍ କାର୍ଡ଼ ଓ ନୂଆ ଚେକ୍ ବୁକ୍ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ପ୍ରଥମରୁ ହିଁ ଏହା ଘୋଷଣା କରିଛି । SBI ଗ୍ରାହକମାନେ ଡିସେମ୍ବର 12 ତାରିଖ ଠାରୁ ପୁରୁଣା ATM କାର୍ଡ଼ ଓ ଚେକ୍ ବୁକ୍ ବ୍ୟବହାର କରିପାରିବେ ନାହିଁ । ଭାରତୀୟ ଷ୍ଟେଟବ୍ୟାଙ୍କ ନିଜ ଗ୍ରାହକଙ୍କୁ ପୁରୁଣା ଚେକ୍ ବୁକ୍ ଫେରସ୍ତ କରି ନୂଆ ଚେକ୍ ବୁକ୍ ନେଇଯିବା ପାଇଁ message ପଠାଇବା କାର୍ଯ୍ୟ ଆରମ୍ଭ କରିଦେଇଛି ।

RBI ପୂର୍ବରୁ ହିଁ ଅର୍ଥାତ ତିନି ମାସ ପୂର୍ବରୁ ହିଁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲା । ଯାହାର ପରିଣାମ ସ୍ୱରୂପ ଜାନୁଆରୀ ପହିଲା ପୂର୍ବରୁ ପ୍ରଚଳିତ ଥିବା ATM ଓ  ଚେକ୍ ବୁକ୍ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ଏବଂ ନୂଆ ସୀଟିଏସ୍ ଚେକ୍ ବୁକ୍ ବ୍ୟବହାର ହେବ ।

PNB ସମେତ ଅନ୍ୟ ବ୍ୟାଙ୍କ ମଧ୍ୟ ଘୋଷଣା କଲେ :

SBI, PNB ବ୍ୟାଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଙ୍କରେ ମଧ୍ୟ ପୁରୁଣା ଚେକ୍ ବୁକ୍ ବ୍ୟବହାରର ଅନ୍ତିମ ତାରିଖ ଡେସେମ୍ବର 31 ରଖିଛନ୍ତି  ଏବଂ ଜାନୁଆରୀ ପହିଲା ଠାରୁ ସିଟିଏସ୍ ଚେକ୍ ବୁକ୍ ବ୍ୟବହାର ହେବ ।

Online ଜରିଆରେ ହେବ Transfer:

SBI ନିଜ ଗ୍ରାହକଙ୍କୁ ଆଉ ଏକ ସୁବିଧା ମଧ୍ୟ ପ୍ରଦାନ କରିଛି । SBI ଉପଭୋକ୍ତାମାନେ 5ମିନିଟ୍ ମଧ୍ୟରେ ନିଜ accountକୁ ଯେକୌଣସି ଶାଖାକୁ ସ୍ଥାନାନ୍ତରିତ କରିବେ । ବ୍ୟାଙ୍କ ଉପଭୋକ୍ତା ଗ୍ରାହକମାନେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା online ଜରିଆରେ କରିପାରିବେ । ଏହିସେବା ସେହି ଗ୍ରାହକଙ୍କୁ ମିଳିବ ଯେଉଁମାନେ ପୂର୍ବରୁ ଆକାଉଣ୍ଟରେ ଆଧାର କାର୍ଡ ଓ ମୋବାଇଲ ନମ୍ବର update କରିଛନ୍ତି । ତେଣୁ ସମସ୍ତ ବ୍ୟାଙ୍କ ଉପଭୋକ୍ତା ନିଜ ନିଜ ବ୍ୟାଙ୍କକୁ ଯାଇ ଆଧାର କାର୍ଡ଼ ଓ ମୋବାଇଲ ନମ୍ବର update କରି ଏହି ସୁବିଧା ହାସଲ କରନ୍ତୁ ।