ATM ମେସିନରେ ରହିଗଲା ଇଞ୍ଜିନିଅରଙ୍କ କାର୍ଡ, ଜୋରରେ ଝିକି ବାହାରକୁ କାଢ଼ିବା ପରେ, ଯେଉଁ ଜିନିଷ ବାହାରିଥିଲା ତାକୁ ଦେଖି ସମସ୍ତେ ଆଶ୍ଚଯ୍ୟ ।

Spread the love

ATM ମେସିନରେ ରହିଗଲା ଇଞ୍ଜିନିଅରଙ୍କ କାର୍ଡ, ଜୋରରେ ଝିକି ବାହାରକୁ କାଢ଼ିବା ପରେ, ଯେଉଁ ଜିନିଷ ବାହାରିଥିଲା ତାକୁ ଦେଖି ସମସ୍ତେ ଆଶ୍ଚଯ୍ୟ । ଆପଣ ମଧ୍ୟ ସାବଧାନ ରେ ରୁହନ୍ତୁ ନଚେତ ଆପଣଙ୍କ ଖାତାରେ ଥିବା ସବୁ ଟଙ୍କା ଚୋରି ହୋଇଯିବ !

ଗ୍ରେଟର ନୋଇଡ଼ାରେ ଅବସ୍ଥିତ axis ବ୍ୟାଙ୍କର ଗୋଟିଏ ATM କ୍ଲୋନ ଉପକରଣ ଥିବାର ସୂଚନା ମିଳିଲା । ATMରେ କ୍ଲୋନ ଉପକରଣ ଥିବାର ସୂଚନା ସେତେବେଳେ ଜଣାପଡିଲା, ଯେତେବେଳେ ଗୋଟିଏ ଇଞ୍ଜିନିଅର ATMରୁ ଟଙ୍କା କାଢ଼ିବାକୁ ଯାଇଥିଲେ । ସେ ATMରେ କାର୍ଡ ସ୍ୱିପ କରି କାଢ଼ିବା ସମୟରେ ସେହି କାର୍ଡ ATM ଭିତରେ ଫସି ରହିଗଲା ଓ ବାହାରକୁ ବାହାରିଲା ନାହିଁ । ସେହି ସମୟରେ ଇଞ୍ଜିନିୟରଙ୍କୁ ସନ୍ଦେହ ହେଲା କି କିଛି ଗଡ଼ବଡ଼ ଅଛି । ସେଠାରେ ଲାଗିଥିବା ଉପକରଣକୁ ଦେଖି ତାହାକୁ ତୁରନ୍ତ କାଢ଼ି ଦେଲେ ।

ସେହି ଉପକରଣକୁ ଦେଖିବା ପରେ ଜଣାପଡିଲା ଯେ ଏହା ଗୋଟିଏ କ୍ଲୋନ । ଯାହାକି ଆପଣଙ୍କ ଖାତାରେ ଥିବା ସବୁ ଟଙ୍କାକୁ ଚାଞ୍ଚୀ ନେଇ ଯାଇଥାଏ । ତେଣୁ ଯେତେବେଳେ ମଧ୍ୟ ATM ରୁ ଟଙ୍କା ବାହାର କରିବେ, ସାବଧାନତା ଅବଲମ୍ବନ କରିବା ସଂଗେ ସଂଗେ ଧ୍ୟାନ ମଧ୍ୟ ଦେଉଥିବେ ନଚେତ ଆପଣ ମଧ୍ୟ ସେମାନଙ୍କ ଜାଲରେ ଫସି ଯାଇପାରନ୍ତି ।

କ୍ଲୋନ ଉପକରଣ କଣ –

ଏହା ଗୋଟିଏ ଏଭଳି ଉପକରଣ ଯାହାକି ଆପଣଙ୍କ କାର୍ଡର ସବୁ ତଥ୍ୟକୁ save କରି ଦେଇଥାଏ । ଏହା ମାଧ୍ୟମରେ ସେମାନେ ଏକ ଡୁପ୍ଲିକେଟ କାର୍ଡ କରି ଦିଅନ୍ତି ଓ ସବୁ ଟଙ୍କାକୁ ବହୁତ ସହଜରେ ନେଇଯାନ୍ତି ।

ପୋଲିସ ଏହି ମାମଲାର ନିରୀକ୍ଷଣ କରୁଛନ୍ତି –

ଅଭିଯୋଗ ଆସିବା ପରେ ପୋଲିସ ପୁରା ମାମଲାର ନିରୀକ୍ଷଣ କରିବା ଆରମ୍ଭ କରିଦେଲେ । ପୋଲିସ କହିଲେ କି ସିସିଟିଭିର ଫୁଟେଜ ଦେଖି ସେହି ଉପକରଣକୁ କିଏ ଲଗେଇଥିଲେ ତାହା ଖୋଜି ବାହାର କରିବୁ ।