ଏହି ଅମଣିଷକୁ ଅତି ଶୀଘ୍ର ମିଳିବ ଫାଶୀ, ଅପରାଧ ଜାଣିଲେ ରୋମ ଟାଙ୍କୁରି ଉଠିବ

Spread the love

ନିରୀହ ଝିଅର ଅପହରଣ କରି ଥିବା ଅମଣିଷକୁ ଫାଶୀରେ ଝୁଲାଯିବ । ଏହି ଅମଣିଷ ଜଣକ ମଧ୍ୟ ପ୍ରଦେଶରୁ ସତନା ନିକଟସ୍ଥ ଅଚେହରା ଗ୍ରାମ ପରସମନିୟାରେ ଗୋଟିଏ ନିରୀହ ବାଳୁତ ଝିଅର ଅପହରଣ କରିଥିଲା ଆଉ ତା’ପରେ ସେହି ଝିଅ ସହ ଅମାନୁଷିକତାର ସୀମା ପାର କରି ଦେଇଥିଲା । ମହେନ୍ଦ୍ର ସିଂହ ଗୋଣ୍ଡ ନାମକ ଏହି ଅମଣିଷକୁ 2 ମାର୍ଚ୍ଚ ସକାଳୁ 5ଟା ବେଳେ ଜବଲପୁର ଜେଲରେ ଫାଶୀ ଦଉଡିରେ ଝୁଲାଯିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ତାର ଡେଥ୍ ୱାରେଣ୍ଟ ଜାରି ହୋଇସାରିଛି ।

ବାଳିକାକୁ ଅପହରଣ କରିଥିଲେ:-

କୁହାଯାଇଛି ଯେ ସତନା, ଉଚେହରା ଥାନା କ୍ଷେତ୍ରର ଗ୍ରାମ ପରସମନିୟାରେ 1 ଜୁଲାଇ 2018 ରାତ୍ରିରେ ଚାରି ବର୍ଷର ନିରୀହ ଶିଶୁ କନ୍ୟାକୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ମହେନ୍ଦ୍ର ସିଂହ ଗୋଣ୍ଡକୁ ଗିରଫ କରାଯାଇଥିଲା । ଏହି ଅମଣିଷ ଜଣକ ସେ ବାଳିକାକୁ ଅପହରଣ କରି ବୁଦାମୂଳକୁ ନେଇ, ତା’ସହିତ ଦୁଷ୍କର୍ମ କରିଥିଲା । ବାଳିକା ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ମିଳିଥିଲା । ପୀଡିତାର ଅବସ୍ଥା ଗମ୍ଭୀର ହେଲା ପରେ ଘଟଣାର ଦ୍ଵିତୀୟ ଦିନରେ ତତ୍କାଳୀନ କଲେକ୍ଟର ମୁକେଶ ଶୁକ୍ଳା ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସହିତ କଥା ହୋଇ ପୀଡ଼ିତାକୁ ଏଠାରୁ ଏୟାର ଲିଫ୍ଟ କରି ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଇଥିଲେ ।

ଏମିତି ନିଷ୍ପତ୍ତି ଆସିଲା:-

ଉଲ୍ଲେଖନୀୟ ଅଟେ କି ପରସମନିୟା ବଳାତ୍କାର ମାମଲାରେ ପୋଲିସ ବିବେଚନାରେ ଶିଘ୍ରତା ଦେଖେଇଛି । ଘଟଣାର 81 ଦିନ ପରେ ପୋଲିସ ଜରଜବରଦସ୍ତ କ୍ଷଲତଲ ପରେ କୋର୍ଟର ନିଷ୍ପତ୍ତି ମଧ୍ୟ ଆସିଗଲା । କୋର୍ଟ 47 ଦିନର ଶୁଣାଣି ପରେ ନିଷ୍ପତି ଶୁଣେଇ ଦେଇଥିଲେ । ନାଗୌଦ ସ୍ଥିତ ଉପରିସ୍ଥ ନ୍ୟାୟାଧୀଶ ଦିନେଶ ଶର୍ମାଙ୍କର ଅଦାଲତରେ ଦୋଷୀ ସାବ୍ୟସ୍ତ ହେବାର ପ୍ରମାଣ ପାଇବା ପରେ ମହେନ୍ଦ୍ରଙ୍କୁ 19 ସେପ୍ଟେମ୍ବର 2018କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଏମପି ହାଇକୋର୍ଟ ଆରୋପୀର ଅପିଲକୁ ଖାରଜ କରି 25 ଜାନୁଆରୀକୁ ଫାଶୀର ଦଣ୍ଡାଦେଶ କାୟମ ରଖିଥିଲେ ।

ଦଣ୍ଡାଦେଶ କାୟମ ରହିଲା :-

ଜେଲ ଅଧିକ୍ଷକ ଗୋପାଳ ତାମ୍ରକାରଙ୍କର ଅନୁସାରେ ମଧ୍ୟପ୍ରଦେଶର ସତନା ଜିଲ୍ଲାର 4 ବର୍ଷର ନିରୀହ ସହିତ ଦୁଷ୍କର୍ମର ଅପରାଧୀଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କେନ୍ଦ୍ରୀୟ କାରାଗାରରେ 2 ମାର୍ଚ୍ଚ ସକାଳ 5 ଟାରେ ଫାଶୀ ଦିଆଯିବ । ଏହି ମାମଲାରେ ନିମ୍ନ ଅଦାଲତ ଦ୍ୱାରା ଦିଆଯାଇ ଥିବା ଫାଶୀର ଦଣ୍ଡାଦେଶକୁ ଏମପି ହାଇକୋର୍ଟ ଦ୍ୱାରା କାୟମ ରଖାଯିବା ପରେ ଶନିବାର ଦିନ ଉପରସ୍ତର ନ୍ୟାୟାଧୀଶ ଦିନେଶ ଶର୍ମାଙ୍କର ଅଦାଲତ ଦୁଷ୍କର୍ମୀକୁ ଡେଥ୍ ୱାରେଣ୍ଟ ଜାରି କରିଦେଇଛନ୍ତି ।

ଯେବେ ଯାଏଁ ମୃତ୍ୟୁ ହୋଇ ନ ଯାଇଛି :-

ଅଦାଲତ ଜବଲପୁରର କେନ୍ଦ୍ରୀୟ ଜେଲ ଅଧ୍ୟକ୍ଷଙ୍କୁ ପଠେଇ ଥିବା ଡେଥ୍ ୱାରେଣ୍ଟରେ 27 ବର୍ଷୀୟ ଦୁଷ୍କର୍ମୀ ମହେନ୍ଦ୍ର ସିଂହ ଗୋଣ୍ଡ ପିତା କନ୍ଦୁଲାଲ ଓରଫ ରାଜବହାଦୁର ସିଂହ ନିବାସୀ ପନ୍ନା ଚୌକି ପରସମନିୟାକୁ ଫାଶୀରେ ସେତେବେଳେ ଯାଏଁ ଝୁଲେଇ ରଖିବାର ଆଦେଶ ଦେଇଛନ୍ତି, ଯେତେବେଳେ ଯାଏଁ ତାର ମୃତ୍ୟୁ ହୋଇ ନ ଯାଇଛି । ଅଦାଲତ ୱାରେଣ୍ଟର ଜାରି କରି ଏହି ସୂଚିତ କରିବାର ଆଦେଶ ଦେଇଛନ୍ତି । ଫାଶୀକୁ ନେଇ ଏବେ ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।