“ଅଟଳ ପେନସନ ଯୋଜନା” ମାତ୍ର ୩ ଟଙ୍କା ନିବେଶରେ ଆପଣଙ୍କୁ ମିଳି ପାରିବ ୨୪୦୦୦ ଟଙ୍କାର ବାର୍ଷିକ ପେନସନ ।

Spread the love

ମୋଦି ସରକାର ଅଟଳ ଯୋଜନାରେ ସମସ୍ତଙ୍କ ପାଇଁ ସବୁ କିଛି ଦେଇଛନ୍ତି; ଏହା ବିଷୟରେ ବିସ୍ତାରରେ ଜାଣନ୍ତୁ ।

ଭାରତ ସରକାର ପ୍ରାୟତଃ ଏହିପରି ଯୋଜନା ନେଇ ଆସିଥାଏ; ଯାହା ସାଧାରଣ ଜନତାଙ୍କୁ ଲାଭ ହୋଇପାରିବ ଏବଂ ଏହି ଯୋଜନା ଗୁଡିକର ଲାଭ ସେମାନେ ନିଜ ଦୈନିକ ଜୀବନରେ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ । ବର୍ତ୍ତମାନ ବିଗତ ୫ ବର୍ଷରେ ମୋଦି ସରକାର ଗୋଟିଏ ନୁହେଁ ଅନେକ ଯୋଜନା ଲୋକଙ୍କ ପାଇଁ ନେଇ ଆସିଛନ୍ତି, ଯାହାଫଳରେ ଲୋକେ ମୋଦି ସରକାରଙ୍କ ଯୋଜନାରେ ଆକୃଷ୍ଟ ହୋଇଛନ୍ତି । ସେହି ଯୋଜନା ଗୁଡ଼ିକ ମଧ୍ୟରୁ ଗୋଟିଏ ଯୋଜନା ହେଉଛି, “ଅଟଳ ପେନସନ ଯୋଜନା” ଯାହାର ଅନ୍ତର୍ଗତରେ ଆପଣ ନିଜ ବାର୍ଦ୍ଧକ୍ୟ ସମୟକୁ ସୁରକ୍ଷିତ କରିପାରିବେ । ବର୍ତ୍ତମାନ ଏହି ଯୋଜନା ଅନୁସାରେ ମୋଦି ସରକାର ମାସିକ ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ଦେବାର ପ୍ରତିଜ୍ଞା କରୁଛି, ଯାହାକୁ ୪୦ ବର୍ଷ ବୟସ୍କ ଯେ କୌଣସି ବ୍ୟକ୍ତି ଆବେଦନ କରିପାରିବ । କିନ୍ତୁ ବଡ଼ କଥା ଏହା ହେଉଛି, ମାତ୍ର ୩ ଟଙ୍କା ନିବେଶରେ ଆପଣଙ୍କୁ ୨୪୦୦୦ ଟଙ୍କା ବାର୍ଷିକ ପେନସନ ମିଳିପାରିବ ।

୩ ଟଙ୍କା ନିବେଶରେ ଆପଣଙ୍କୁ ମିଳି ପାରିବ ୨୪୦୦୦ ଟଙ୍କାର ବାର୍ଷିକ ପେନସନ :

ଯଦି ସରକାର ବୟସ ଏବଂ ପେନସନର ଟଙ୍କା ବର୍ଦ୍ଧିତ କରିବା ପାଇଁ ପ୍ରସ୍ତାବ ଜାରି କରନ୍ତି; ତେବେ ଏହାର ଫାଇଦା ନେବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିଯିବ ଏବଂ ବର୍ତ୍ତମାନର ନିୟମ ଅନୁସାରେ ଅଟଳ ପେନସନ ଯୋଜନାର ଫାଇଦା କିପରି ଉଠାଇପାରିବେ ଆସନ୍ତୁ ଜାଣିବେ । ଅଟଳ ପେନସନ ଯୋଜନାର ଲକ୍ଷ୍ୟ ହେଉଛି କୌଣସି ବ୍ୟକ୍ତିଙ୍କୁ ତାଙ୍କର ଖରାପ ସମୟରେ କିଛି ସାହାଯ୍ୟ ସରକାରଙ୍କ ତରଫରୁ ମିଳିପାରିବ । ବିଶେଷ କରି ବାର୍ଦ୍ଧକ୍ୟ ସମୟରେ ଲୋକେ ଅସହାୟ ହୋଇପଡନ୍ତି ଏବଂ ସେହି ସମୟରେ ସେମାନଙ୍କୁ କୌଣସି ଅସୁବିଧା ଭୋଗିବା ପାଇଁ ଯେପରି ନପଡ଼େ । ଏହି ସ୍କିମ ବା ଯୋଜନା ଅନୁସାରେ ଆକାଉଣ୍ଟରେ ପ୍ରତି ମାସରେ ଏକ ନିର୍ଦ୍ଧିଷ୍ଟ ଯୋଗଦାନ କରିବା ପରେ ଅବସର ପରେ ୧୦୦୦ ଟଙ୍କାରୁ ୫୦୦୦ ଟଙ୍କା ମାସିକ ପେନସନ ମିଳିବ । ପ୍ରତି ୬ ମାସରେ କେବଳ ୧୨୩୯ ଟଙ୍କାର ନିବେଶ କରିବା ଫଳରେ ୬୦ ବର୍ଷ ବୟସ ପରେ ମାସିକ ୫୦୦୦ ଟଙ୍କା କିମ୍ବା ବାର୍ଷିକ ୬୦୦୦୦ ଟଙ୍କା ପେନସନର ପ୍ରତିଶୃତି ଦେଉଛି ସରକାର । ଏହି ସମୟରେ ଥିବା ନିୟମ ଅନୁସାରେ ଯଦି ୧୮ ବର୍ଷ ବୟସରେ ମାସିକ ୫୦୦୦ ଟଙ୍କା ପେନସନ ପାଇଁ ଏହି ଯୋଜନାରେ ଯୋଡି ହେଉଛନ୍ତି; ତେବେ ଆପଣଙ୍କୁ ମାସିକ ୨୧୦ ଟଙ୍କା ଦେବା ପାଇଁ ପଡିବ । ଯଦି ଟଙ୍କା ପ୍ରତି ୩ ମାସରେ ଦିଅନ୍ତି; ତେବେ ୬୨୬ ଟଙ୍କା ଏବଂ ଛଅ ମାସରେ ଦିଅନ୍ତି, ତେବେ ୧୨୩୯ ଟଙ୍କା ଦେବା ପାଇଁ ପଡିବ । ଅନ୍ୟ ପକ୍ଷରେ ୧୦୦୦ ଟଙ୍କା ମାସିକ ପେନସନ ପାଇବା ପାଇଁ ଚାହୁଁଥିଲେ ୮୪ ଟଙ୍କା ମାସିକ ଅର୍ଥାତ ୩ ଟଙ୍କା ପ୍ରତିଦିନ ହିସାବରେ ଆପଣଙ୍କୁ ଦେବା ପାଇଁ ପଡିବ; ଯାହାଫଳରେ ଆପଣ ବାର୍ଷିକ ୨୪୦୦୦ ଟଙ୍କା ବାର୍ଷିକ ପେନସନ ପାଇ ପାରିବେ ।

କମ ବୟସରେ ଯୋଜନାରେ ଯୋଡିତ ହେଲେ ଅଧିକ ଲାଭ ହୋଇପାରିବ :

ଏହି ପେନସନ ଯୋଜନା ଆମେ ଆପଣଙ୍କୁ ଉଦାହରଣ ହିସାବରେ କହୁଛୁ । ଯଦି ମାନି ନେବେ ୫ ହଜାର ପେନସନ ପାଇଁ ଯଦି ଆପଣ ୩୫ ବର୍ଷ ବୟସରେ ଜଡିତ ହେଉଛନ୍ତି; ତେବେ ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତି ୬ ମାସରେ ୫୩୨୩ ଟଙ୍କା ଜମା କରିବା ପାଇଁ ପଡିବ । ଏହିପରି ଆପଣ ମୋଟ ନିବେଶ ୨ ଲକ୍ଷ ୬୬ ହଜାର ଟଙ୍କା ହେବ । ଯାହା ଉପରେ ଆପଣଙ୍କୁ ୫୦୦୦ ଟଙ୍କା ମାସିକ ପେନସନ ମିଳିପାରିବ ଏବଂ ୧୮ ବର୍ଷ ବୟସରେ ଯୋଡି ହେଲେ ଆପଣଙ୍କ ମୋଟ ନିବେଶ ୧ ଲକ୍ଷ ୪ ହଜାର ଟଙ୍କା ହେବ ଏବଂ ଆପଣଙ୍କୁ ଗୋଟିଏ ପେନସନ ପାଇଁ ୧ ଲକ୍ଷ ୬୦ ହଜାର ଟଙ୍କା ଅଧିକ ନିବେଶ କରିବା ପାଇଁ ପଡିବ ।

ଏହି ସ୍କିମ ସହ ଜଡିତ ଅନ୍ୟ ସବୁ ତଥ୍ୟ :

1. ଆପଣ ନିବେଶ ପାଇଁ ୩ ପ୍ରକାରର ପ୍ଲାନ ବା ଯୋଜନା ବାଛି ପାରିବେ, ମାସିକ, ତ୍ରୟ ମାସିକ କିମ୍ବା ଛଅ ମାସରେ ଆପଣ ନିବେଶ କରିପାରିବେ ।

2. ଏହି ନିବେଶ ଆପଣଙ୍କୁ ୪୨ ବର୍ଷ ପର୍ଯ୍ୟନ୍ତ କରିବା ପାଇଁ ହେବ ।

3. ୪୨ ବର୍ଷରେ ଆପଣଙ୍କ ମୋଟ ନିବେଶ ୧ ଲକ୍ଷ ୪ ହଜାର ଟଙ୍କା ହେବ ।

4. ଆପଣଙ୍କୁ ୬୦ ବର୍ଷ ହେବା ପରେ ଆଜୀବନ ମାସିକ ୫ ହଜାର ଟଙ୍କା ମାସିକ ପେନସନ ମିଳିବ ।

5. ଯୋଜନା ରାଷ୍ଟ୍ରୀୟ ପେନସନ ଜରିଆରେ ପେନସନ ଫଣ୍ଡ ନିୟମାଙ୍କ ଏବଂ ବିକାଶ ପ୍ରାଧିକରଣ ସଞ୍ଚାଳନ କରୁଛି ।

6. ଇନକମ ଟ୍ୟାକ୍ସ ସେକ୍ସନ ୮୦ ସିସିଡ଼ି ଅନୁସାରେ ଏଥିରେ ଟ୍ୟାକ୍ସ ଫ୍ରି ଫାଇଦା ମିଳିବ ।

7. ଜଣେ ସଦସ୍ୟ ପାଇଁ କେବଳ ଗୋଟିଏ ହିଁ ଆକାଉଣ୍ଟ ଖୋଲା ଯାଇପାରିବ । ସମସ୍ତ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାର ସୁବିଧା ରହିଛି ।

8. ପ୍ରାରମ୍ଭରୁ ୫ ବର୍ଷ ସରକାରଙ୍କ ତରଫରୁ ଯୋଗଦାନ ରହିବ ।

9. ଯଦି ୬୦ ବର୍ଷ ପୂର୍ବରୁ କିମ୍ବା ପରେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ; ତେବେ ପେନସନ ବ୍ୟକ୍ତିର ପତ୍ନୀଙ୍କୁ ମିଳିବ ।

10. ଯଦି ଦୁହିଁଙ୍କ ମୃତ୍ୟୁ ହୋଇଯାଏ; ତେବେ ସରକାର ନୋମିନିଙ୍କୁ ପେନସନ ଦେଵ ।