କମ ବୟସରେ ହିଁ ପ୍ରେମର ଚକର୍ ରେ; ଏହି ଷ୍ଟାର କିଡସ୍ ! ଜାଣନ୍ତୁ ସେମାନଙ୍କ ସେକ୍ରେଟ୍ ଲଭ୍ ଷ୍ଟୋରି ବିଷୟରେ…. ।

Spread the love

ଆପଣ ଚଳଚ୍ଚିତ୍ରର କଳାକାରମାନଙ୍କ ବିଷୟରେ ମିଡ଼ିଆରେ ବହୁତ ପ୍ରକାର ଆଲୋଚନା ଶୁଣିଥିବେ । ଯେହେତୁ ଏହା ତାଙ୍କର ବ୍ୟକ୍ତିଗତ ଜୀବନ ହେଉ କିମ୍ବା କର୍ମମୟ ଜୀବନ । ସମସ୍ତେ ଏହା ଜାଣିବାକୁ ଚାହଁନ୍ତି ଯେ, ତାଙ୍କର ମନ ପସନ୍ଦୀୟ କଳାକାରଙ୍କ ଜୀବନରେ କଣ ଚାଲୁଅଛି । ଆପଣମାନେ ତାଙ୍କର ପ୍ରେମପୂର୍ଣ୍ଣ ଜୀବନର କଥାଗୁଡିକ ମଧ୍ୟ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଯେ, ଷ୍ଟାର କିଡସ୍ ବା ଅଭିନେତା ଅଭିନେତ୍ରୀଙ୍କ ସନ୍ତାନ ମାନଙ୍କର ଗୁପ୍ତ ପ୍ରେମମୟ ଜୀବନରେ କଣ ସବୁ ଚାଲୁଅଛି, ଯେଉଁମାନେ କି ସର୍ବଦା ଲାଇମଲାଇଟରେ ହିଁ ରହିଥାନ୍ତି । ଏହା ସେହି କଳାକାରମାନେ ଯେଉଁମାନେ କି ବଲିଉଡରେ ଡେବ୍ୟୁ କରି ସାରିଛନ୍ତି କିମ୍ବା ବଲିଉଡରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି ।

ଆସନ୍ତୁ ଜାଣିବା ଏମିତି ହିଁ ଷ୍ଟାର କିଡ୍ସମାନଙ୍କ ସିକ୍ରେଟ ଲଭ ଆଫେୟର୍ସ ବିଷୟରେ :-

ଆର୍ୟନ ଖାନ :-

ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଚଳଚ୍ଚିତ୍ରରେ ଡେବ୍ୟୁକୁ ତାଙ୍କର ସମର୍ଥକମାନେ ଅପେକ୍ଷା କରିଛନ୍ତି । ଆର୍ୟନ ନିକଟରେ ହିଁ ଲଞ୍ଚ ହୋଇଥିବା ଏନିମେଶନ ଫିଲ୍ମ “ଦ ଲାୟନ କିଙ୍ଗ”ରେ ସିମ୍ବାର ଭୁମିକାରେ ନିଜର ସ୍ୱର ବା କଣ୍ଠ ପ୍ରଦାନ କରି ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡ଼ିଆ ଏବଂ ମିଡ଼ିଆ ଆଲୋଚନା ଅନୁସାରେ ଆର୍ୟନ ଲଣ୍ଡନର ବ୍ଲଗରଙ୍କୁ ଡେଟ କରୁଛନ୍ତି ।

ସାରା ଅଲ୍ଲୀ ଖାନ : –

ସାରା, ସୈଫ ଏବଂ ଅମୃତା ସିଂଙ୍କ ଝିଅ ଅଟନ୍ତି । ସେ ଚଳଚ୍ଚିତ୍ର “କେଦାରନାଥ”ରୁ ବଲିଉଡ଼ରେ ନିଜର ପାଦ ଥାପିଛନ୍ତି । ଯେଉଁଠାରେ କି ତାଙ୍କ ବିପରୀତରେ ସୁଶାନ୍ତ ସିଂ ରାଜପୁତ ଅଭିନୟ କରିଥିଲେ । କୁହାଯାଏ ଯେ, ବଲିଉଡକୁ ଆସିବା ପୂର୍ବରୁ ସାରା, ବୀର ପାହାଡ଼ିଆ ନାମକ ଜଣେ ଯୁବକଙ୍କୁ ଦୀର୍ଘ ସମୟ ଧରି ଡେଟ କରୁଥିଲେ । ଏବେ ତାଙ୍କର ନାମ ବଲିଉଡ କଳାକାର କାର୍ତ୍ତିକ ଆର୍ୟନଙ୍କ ସହିତ ଯୋଡ଼ା ଯାଉଅଛି ।

ଜାହ୍ନବୀ କପୂର : –

ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୂର ଚଳଚ୍ଚିତ୍ର “ଧଡ଼କ”ରୁ ନିଜର ଫିଲ୍ମୀ କ୍ୟାରିୟରର ଶୁଭାରମ୍ଭ କରିଥିଲେ । ରିପୋର୍ଟ ଅନୁଯାୟୀ, ଜାହ୍ନବୀ କପୂର ବଲିଉଡକୁ ଆସିବା ପୂର୍ବରୁ ଅକ୍ଷତ ରଞ୍ଜନକୁ ଡେଟ କରୁଥିଲେ । ଅକ୍ଷତଙ୍କ ସହିତ ଜାହ୍ନବୀଙ୍କ ଫୋଟୋ ଗୁଡ଼ିକ ଇଣ୍ଟରନେଟରେ ଖୁବ୍ ଭାଇରଲ ମଧ୍ୟ ହୋଇଥିଲା ।

ନବ୍ୟା ନବେଲି ନନ୍ଦା : –

ନବ୍ୟା ନବେଲି ନନ୍ଦା ଅମିତାଭଙ୍କ ନାତୁଣୀ ଏବଂ ଶ୍ୱେତା ବଚ୍ଚନଙ୍କ ଝିଅ ଅଟନ୍ତି । ଚର୍ଚ୍ଚା ହେଉଛି ଯେ, ନବ୍ୟା, ଜାବେଦ ଜାଫ୍ରିଙ୍କ ପୁଅ ମିଜାନ ଜାଫ୍ରିଙ୍କୁ ଡେଟ କରୁଛନ୍ତି । ଯଦିଓ, ଗତ କିଛି ଦିନ ପୂର୍ବରୁ ହିଁ ଗୋଟିଏ ଇଣ୍ଟରଭିୟୁରେ ମିଜାନ ଜାଫ୍ରି ଏହି କଥାଟିକୁ ମିଥ୍ୟା ବୋଲି କହିଥିଲେ । ତାଙ୍କର କହିବା ଥିଲା ଯେ, ସେ ଡେଟ କରୁଛନ୍ତି କିନ୍ତୁ ସେ ନବ୍ୟା ନୁହଁନ୍ତି ବରଂ ଆଉ ଅନ୍ୟ କେହି ଅଟନ୍ତି ।

କ୍ରିଷ୍ଣା ଶ୍ରଫ : –

ଜ୍ୟାକି ଶ୍ରଫଙ୍କ ଝିଅ ଏବଂ ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ ବ୍ରାଜିଲର ପ୍ରଫେସନାଲ ଫୁଟବଲ ଟ୍ରେନର ସ୍ପେନ୍ସର ଜନସନଙ୍କୁ ଡେଟ କରୁଛନ୍ତି ।

ଅହାନ ସେଟ୍ଟୀ : –

ଅହାନ ବଲିଉଡ କଳାକାର ସୁନୀଲ ସେଟ୍ଟୀଙ୍କ ପୁଅ ଅଟନ୍ତି । ଚର୍ଚ୍ଚା ହେଉଛି ଯେ, ଅହାନ ଜଣା ଶୁଣା ବ୍ୟବସାୟୀଙ୍କ ଝିଅ ତାନ୍ୟା ଶ୍ରଫଙ୍କୁ ଡେଟ କରୁଛନ୍ତି । ଏହି ଦୁଇଜଣଙ୍କୁ ଏକା ସାଥିରେ ପ୍ରିୟଙ୍କା ଏବଂ ନିକ ଜୋନ୍ସଙ୍କ ରିସେପସନରେ ମଧ୍ୟ ଦେଖଯାଇଥିଲା ।