ଜୁନ ମାସର ଶେଷରେ ଲକ୍ଷ୍ମୀ ନାରାୟଣ ଏହି ରାଶିମାନଙ୍କ ଉପରେ ପ୍ରସନ୍ନ ହେବାକୁ ଯାଉଛନ୍ତି, ସବୁ କଷ୍ଟ ଦୂର ହୋଇଯିବ, ଅସମ୍ପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ ହେବ ।

Spread the love

ଆପଣ ସମସ୍ତେ ଜାଣନ୍ତି ଯେ, ଏହି ସଂସାରରେ ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ଧନ ପ୍ରାପ୍ତି କରିବାକୁ । ଧନ ଉପାର୍ଜନ କରିବା ପାଇଁ ଲୋକମାନେ ଦିନ ରାତି ପରିଶ୍ରମ କରନ୍ତି ।ଏହା ସତ୍ତ୍ୱେ ମଧ୍ୟ କିଛି ଲୋକଙ୍କୁ ନିଜ ମନ ପସନ୍ଦର ଫଳ ମିଳେ ନାହିଁ । ହେଲେ କିଛି ଲୋକ ବିନା ପରିଶ୍ରମରେ ହିଁ ଧନୀ ହୋଇ ଯାଆନ୍ତି । କାରଣ ତାଙ୍କ ଭାଗ୍ୟ ତାଙ୍କୁ ସହଯୋଗ କରିଥାଏ । ଆମ ଜୀବନରେ ଯାହା ସବୁ ଭଲ ମନ୍ଦ କାର୍ଯ୍ୟ ହେଉଛି, ଏସବୁ ଆମର ଗ୍ରହ ନକ୍ଷତ୍ର କାରଣରୁ ହିଁ ସମ୍ଭବପର ହୋଇପାରୁଛି । ଯଦି କୌଣସି ବ୍ୟକ୍ତିଙ୍କ ଉପରେ, ତାର ଭାଗ୍ୟ ସହଯୋଗ କରିଥାଏ; ତେବେ ସେ ରାତାରାତି ଧନୀ ହୋଇଯାଏ ଏବଂ ଯଦି କାହାର ଖରାପ ସମୟ ଆସିଯାଏ; ତେବେ ରାଜା ମଧ୍ୟ ରଙ୍କି ହୋଇଯାଏ ।

ଆପଣ ସମସ୍ତେ ଜାଣନ୍ତି ଯେ, ଧନର ଦେବୀ ବୋଲି ମାତା ଲକ୍ଷ୍ମୀଙ୍କୁ କୁହାଯାଏ ଏବଂ ଲକ୍ଷ୍ମୀଙ୍କ ସ୍ୱାମୀ ହେଉଛନ୍ତି ଭଗବାନ ବିଷ୍ଣୁ । ଯାହାକୁ ଆମେ ଲକ୍ଷ୍ମୀନାରାୟଣ ବୋଲି ମଧ୍ୟ କହୁଛୁ । ସେଥିପାଇଁ ଯଦି ଆପଣଙ୍କ ଉପରେ ଭଗବାନ ବିଷ୍ଣୁଙ୍କ କୃପା ହୋଇଯାଏ; ତେବେ ମାତା ଲକ୍ଷ୍ମୀ ଆପେ ଆପେ ଆପଣଙ୍କ ଉପରେ ଦୟାବାନ ହୋଇଯିବେ । ଜୁନରୁ ଜୁଲାଇ ପର୍ଯ୍ୟନ୍ତ କିଛି ରାଶି ମାନଙ୍କ ଉପରେ ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କର ମଧ୍ୟ କୃପା ହେବାକୁ ଯାଉଛି । ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିମାନେ କିପରି ଭାବରେ ଧନ ଲାଭ ହେବ, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା :

ଯଦି ଆପଣ ବେ-ରୋଜଗାର କିମ୍ବା ବେକାରୀ ଅଛନ୍ତି ବା କାମ ଖୋଜୁଛନ୍ତି ବା ଆପଣ କୌଣସି ଇଣ୍ଟରଭ୍ୟୁ ପାଇଁ ଯାଉଛନ୍ତି; ତେବେ ଆପଣଙ୍କୁ ଆପଣଙ୍କ ଘରରୁ ଯିବା ସମୟରେ ଗୋଟିଏ ଘିଅ ଦୀପ ଜଳାନ୍ତୁ ଏବଂ ଏହା ପରେ ଇଣ୍ଟରଭ୍ୟୁ ଯିବା ପୂର୍ବରୁ ଲକ୍ଷ୍ମୀନାରାୟଣଙ୍କ ନାମକୁ ସ୍ମରଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଇଣ୍ଟରଭ୍ୟୁ ଭଲ ହେବ ।

ଯଦି ଆପଣଙ୍କ ନିଜର ବ୍ୟବସାୟ ଅଛି ବା ଆପଣ କୌଣସି ବ୍ୟବସାୟ କାରିବାକୁ ଚାହୁଁଛନ୍ତି; ତେବେ ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ । ସେଥିପାଇଁ ଆପଣ ଆପଣଙ୍କ ସମୟକୁ ବ୍ୟର୍ଥ ହେବାକୁ ଦିଅନ୍ତୁ ନାହିଁ । ଆପଣ ଏମିତି କିଛି କାମ କରନ୍ତୁ; ଯାହା ଦ୍ୱାରା ଆପଣଙ୍କୁ ଫାଇଦା ହେବ । ଆପଣଙ୍କୁ କାମରେ ନିଜ ମନ ଲଗେଇବାର ଅଛି, ତେବେ ଆପଣଙ୍କୁ ଭଗବାନ ବିଷ୍ଣୁଙ୍କ କୃପା ମିଳିବ ।

ଯଦି ଆପଣ ଆପଣଙ୍କ ଅର୍ଥ କୌଣସି ସମ୍ପତ୍ତିରେ ବା କେଉଁଠି ନିବେଶ କରିବା ପାଇଁ ଯୋଜନା କରୁଛନ୍ତି; ତେବେ ଜୁନ ରୁ ଜୁଲାଇ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ବହୁତ ଭଲ ସମୟ ଅଟେ । ଆପଣଙ୍କୁ ଏହାର ଲାଭ ମଧ୍ୟ ମିଳିବ ଏବଂ ଆପଣଙ୍କ ପାଖରେ ଅର୍ଥ ମଧ୍ୟ ରହିବ । ଏହାଛଡା ଯଦି ଆପଣ କାହାକୁ ପଇସା ଉଧାର ଦେଇଛନ୍ତି; ତେବେ ତାହା ମଧ୍ୟ ଆପଣ ଫେରି ପାଇବେ । ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

ଏବେ କହିବା ସେହି ୫ଟି ରାଶି ବିଷୟରେ ଯାହା ଉପରେ ଭଗବାନ ବିଷ୍ଣୁଙ୍କ କୃପା ହେବାକୁ ଯାଉଛି । ଏହି ରାଶିଙ୍କ ଜୀବନରେ ଦୁଃଖ ଏବଂ ଚିନ୍ତା ସମାପ୍ତ ହେବ ଏବଂ ତାଙ୍କ ଜୀବନରେ ଖୁସିର ଆଗମନ ହେବ । ଏମାନଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଯେଉଁ ୫ଟି ରାଶିଙ୍କ ଉପରେ ଲକ୍ଷ୍ମୀନାରାୟଣଙ୍କ କୃପା ହେବାକୁ ଯାଉଛି; ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ ହେଲା ବୃଷ, କୁମ୍ଭ, ଧନୁ, ତୁଳା ଏବଂ ସିଂହ । ଏମିତି ପ୍ରତ୍ୟେକ ରାଶି ଉପରେ ଭଗବାନ ଲକ୍ଷ୍ମୀନାରାୟଣଙ୍କ କୃପା ରହିଛି କିନ୍ତୁ ଏହି ୫ଟି ରାଶିକୁ ବିଶେଷ କୃପା ପ୍ରାପ୍ତି ହେବ । ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତି ମାନେ ଭଗବାନ ଲକ୍ଷ୍ମୀନାରାୟଣଙ୍କୁ ଧ୍ୟାନ କରି ଗୁରୁବାର ଦିନ ଘିଅ ଦୀପ ଜଳାନ୍ତୁ, ଭଗବାନ ପ୍ରସନ୍ନ ହେବେ ଏବଂ କୃପା ପ୍ରଦାନ କରିବେ ।