୩୦ ବର୍ଷ ବୟସରେ ମଧ୍ୟ ଆପଣଙ୍କୁ ୨୦ ବର୍ଷର ଭଳି ଦେଖାଯିବ, ଆପଣନ୍ତୁ ଏହି ଚାମତ୍କାର ଘରଇ ଫେସ୍ କ୍ରିମ ।

ଯେକୌଣସି ବୟସର ବ୍ୟକ୍ତିମାନେ ଏହାକୁ ବ୍ୟବହାର କରିପାରିବେ….
ଶରୀରର ଅନ୍ୟ ଅଂଶ ଅପେକ୍ଷା ମୁହଁର ଯତ୍ନ ନେବା ନିହାତି ଜରୁରୀ ଅଟେ । ମହିଳାଙ୍କ ବୟସ ବଢିବା ସହ ନିଜ ଶରୀର ଓ ମୁହଁର ଯତ୍ନ ନେବା ପାଇଁ ପଡିଥାଏ । ନିଜକୁ ଜବାନ ଓ ସୁନ୍ଦର ଦେଖାଇବା ପାଇଁ ମହିଳାମାନେ ଅନେକ କିଛି ଉପଚାର କରିଥାନ୍ତି । ଏହି ସମସ୍ତ ଉପଚାର ବାସ୍ତବରେ ଆପଣଙ୍କୁ ସୁନ୍ଦର ଦେଖାଇଥାଏ କିନ୍ତୁ ଏହା ସବୁଦିନ ପାଇଁ ଆପଣ ଚେହେରାକୁ ସୁନ୍ଦର ଦେଇନଥାଏ । ନିଜକୁ ପ୍ରାକୃତିକ ରୂପରେ ଯୁବକ ଦେଖାଇବାରେ ସାହାଯ୍ୟ କରୁଥିବା ଉପଚାର ବିଶେଷରେ ଜାଣନ୍ତୁ । ନା କେବଳ ଏହା ଆପଣଙ୍କ ମୁହଁକୁ ହିଁ ସୁନ୍ଦରତ ଦେଇଥାଏ ବରଂ ଆପଣଙ୍କ ଗଳାକୁ ମଧ୍ୟ ସୁନ୍ଦର କରିଥାଏ । ଏହି ଉପଚାର ବ୍ୟବହାର ଫଳରେ ଆପଣ ନିଜ ବୟସ ଠାରୁ ୧୦ ବର୍ଷ ଛୋଟ ଦେଖାଯିବେ । ଆସନ୍ତୁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ; ଯାହା ଆପଣଙ୍କୁ ନିଜ ବୟସ ଠାରୁ ୧୦ ବର୍ଷ କମ ଦେଖାଯିବାରେ ସାହାଯ୍ୟ କରିବ । ଏହି ଘରୋଇ ଉପଚାରର ବ୍ୟବହାର ଫଳରେ କୌଣସି ପାର୍ଶ୍ଵପ୍ରତିକ୍ରିୟା ହେବ ନାହିଁ ।
କିପରି ତିଆରି କରିବେ ଫେସ ପ୍ୟାକ୍ :
ଫେସ ପ୍ୟାକ୍ ପ୍ରସ୍ତୁତି ପାଇଁ ଦରକାର ହେଉଥିବା ସାମଗ୍ରୀ –
୨ ଚାମଚ ଗୋଲାପ ଜଳ
୨ ଚାମଚ ଏଲୋଭରା ଜେଲ୍
୨ଟି ଭିଟାମିନ୍-ଇ କ୍ୟାପ୍ସୁଲ୍
୧ ଚାମଚ ବାଦାମ ତେଲ
ଫେସ୍ ପ୍ୟାକ୍ କିପରି ପ୍ରସ୍ତୁତ କରିବେ :
ଘର ତିଆରି ଫେସ୍ ପ୍ୟାକ୍ ପ୍ରସ୍ତୁତି ପାଇଁ ୨ ଚାମଚ ଏଲୋଭରା ଜେଲ୍ କୁ ୨ ଚାମଚ ଗୋଲାପ ଜଳରେ ମିଶାନ୍ତୁ । ଏହାପରେ ଏଥିରେ ୨ଟି ଭିଟାମିନ୍-ଇ ବଟିକା ଓ ବାଦାମ ତେଲକୁ ଭଲ ଭାବରେ ମିଶାଇ ଦିଆନ୍ତୁ । ଏହି ସବୁର ମିଶ୍ରଣ ଫଳରେ ଏକ ପେଷ୍ଟ ପ୍ରସ୍ତୁତ ହୋଇଯିବ ।
କିପରି ଓ କେଉଁ ସମୟରେ ଏହି ପ୍ୟାକ୍ ଲଗାଇବେ :
ଘରେ ପ୍ରସ୍ତୁତ ହୋଇଥିବା ଏହି ପ୍ୟାକକୁ ପ୍ରତିଦିନ ଦୁଇ ଥର ବ୍ୟବହାର କରିପାରିବେ । ନିଜ ହାତରେ ୨ କିମ୍ବା ୪ ବୁନ୍ଦା ନେଇ ମୁହଁରେ ଭଲ ଭାବରେ ମାଲିସ କରନ୍ତୁ ।କିଛି ସମୟ ଏହି ପ୍ୟାକକୁ ନିଜ ଚେହେରାରେ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ । ସପ୍ତାହେ ପର୍ଯ୍ୟନ୍ତ ଏହିପରି କରିବା ଦ୍ୱାରା ଫରକ ଆପଣ ନିଜେ ଜାଣି ପାରିବେ । ଏହି ପ୍ୟାକ୍ ର ବ୍ୟବହାର ଫଳରେ ନା କେବଳ ଆପଣଙ୍କ ଚେହେରା ଚମକି ଉଠିବ, ଆପଣଙ୍କ ମୁହଁର ଦାଗ ମଧ୍ୟ ଦୁରେଇ ଯିବ ।
ଏହି ପ୍ୟାକର ଫାଇଦା :
ଏହି ପ୍ୟାକ୍ ର ବ୍ୟବହାର ଫଳରେ ଆପଣ ସତେଜ ଅନୁଭଵ କରିବେ । ଆପଣଙ୍କ ଚେହେରା ଚମକି ଉଠିବ :
ଚେହେରା ସେହି ସମୟରେ ସୁନ୍ଦର ଦେଖାଯିବ ଯେଉଁ ସମୟରେ ଚେହେରା ହାଇଡ୍ରେଡ଼ ରହିବ । ଚେହେରାକୁ ହାଇଡ୍ରେଡ଼ ରଖିବା ପାଇଁ ଏହି ପ୍ୟାକ୍ ସାହାଯ୍ୟ କରିଥାଏ ।
ଚେହେରାର ରନ୍ଦ୍ର ଗୁଡିକୁ ବନ୍ଦ ନ କରି ବାୟୁ ଚଳାଚଳ କରିବା ପାଇଁ ସାହାଯ୍ୟ କରିଥାଏ ଏହି ପ୍ୟାକ୍ ।
ଫାଉଣ୍ଡେସନ୍ ଲଗାଇ ସୁନ୍ଦର ଦେଖାଯିବା ପାଇଁ ଏହି ପ୍ୟାକ ସାହାଯ୍ୟ କରିଥାଏ ।
ଆଖି ତଳ କଳା ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ ।
ଚେହେରା ଚମକିବା ସହ ଯୌବନର ସୌନ୍ଦର୍ଯ୍ୟ ମଧ୍ୟ ଆସିଥାଏ ।
ଯଦି ଆପଣଙ୍କ ଚେହେରା ତେଲିଆ ଅଟେ ତେବେ ଏହି ପ୍ୟାକକୁ ବ୍ୟବହାର ନିଶ୍ଚିନ୍ତ କରନ୍ତୁ ।