କେବଳ ୨୧ ବର୍ଷ ବୟସରେ ଘର ଛାଡ଼ି ସନ୍ନ୍ୟାସିନୀ ହୋଇଥିଲେ, ଏହି ଝିଅ ।

Spread the love

ଭାରତ ତରୁଲତା, ଭାରତର ଜଳବାୟୁ, ଶାନ୍ତଶିଷ୍ଟ ପରିବେଶ ବାସ୍ତବରେ ମନମୁଗ୍ଧକର ଅଟେ । ତଟିନୀ ଶିଖରୁ ଝରଣାର କୁଳୁଲୂଳୁ ନାଦ, ମଳୟର ଶୀତଳ ପବନ ସମସ୍ତଙ୍କୁ ଆକ୍ରୁଷ୍ଟ କରେ । ପ୍ରାଚୀନ କାଳରୁ ହିଁ ଆମ ଦେଶକୁ ସାଧୁ ଓ ସନ୍ୟାସୀ ମାନଙ୍କ ଦେଶ ବୋଲି କୁହାଯାଇଛି ଓ ମାନ୍ୟତା ମଧ୍ୟ ମିଳିଛି । କାରଣ ଆମ ଦେଶ ଭାରତରେ ବହୁତ ଏପରି ଲୋକ ଅଛନ୍ତି, ଯେଉଁମାନେ ବହୁତ କମ ବୟସରୁ ହିଁ ଘର ଛାଡ଼ି ସନ୍ୟାସୀ ହୋଇ ଯାଇଛନ୍ତି । ଆମେ ଆଜି ଗୋଟିଏ ଝିଅ ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ, ଯିଏ କେବଳ ୨୧ ବର୍ଷ ବୟସରେ ନିଜ ଘର ପରିବାର ଛାଡି ସାଧୁ ହୋଇ ଯାଇଛନ୍ତି ।

ଆଜି ଆମେ ଯାହା ବିଷୟରେ କହୁଛୁ, ସେ ହେଉଛନ୍ତି ଜୟା କିଶୋରୀ, ଯାହାଙ୍କ ଜନ୍ମ ରାଜସ୍ଥାନର ସୁଜାନଗଢ଼ ସହରରେ ହୋଇଥିଲା । ସେ ବହୁତ କମ ବୟସରେ ହିଁ ସାବ୍ୟସ୍ତ କରିଦେଲେ ଯେ, ଭଗବାନ ଆମ ମଣିଷମାନଙ୍କ ସହ କେବେ ନା କେବେ ଓ କେଉଁଠି ବି ନିଶ୍ଚୟ ଆସିଥାନ୍ତି ଏବଂ ପରୋକ୍ଷରେ ଆମ ସହ ସାକ୍ଷାତ ମଧ୍ୟ କରିଥାନ୍ତି ।

ଆଜି ବହୁତ ଛୋଟ ବୟସରେ ହିଁ ଜୟା କିଶୋରୀ ସାରା ଦେଶରେ ଭଗବାନଙ୍କ ଭଜନ ଓ ଗୁଣଗାନ କରି ଚାଲିଛନ୍ତି । ସମଗ୍ର ଦେଶବାସୀଙ୍କୁ କୃଷ୍ଣ ଲୀଳା ଶୁଣାଉଛନ୍ତି ।

ଯେଉଁ ବୟସରେ ପିଲାମାନେ ପଢାପଢି କରନ୍ତି, ସେହି ବୟସରେ ଜୟା ସାଧୁ ହୋଇଛନ୍ତି । ଆପଣଂକୁ ଜଣାଇ ଦେଉଛୁ, ଯେ ଜୟା ପିଲାଦିନରୁ କେବଳ ଭଗବାନ ଶ୍ରୀକୃଷ୍ଣଙ୍କୁ ହିଁ ପ୍ରେମ କରନ୍ତି ।

ଆପଣଂକୁ ଆଉ ଏକ ମହତ୍ତ୍ୱପୂର୍ଣ୍ଣ କଥା ଜଣାଇ ଦେଉଛୁ ଯେ, ଜୟା କିଶୋରୀ, ଏତେ କମ ସମୟ ମଧ୍ୟରେ; ସମୟ ବାହାର କରି ପଢାପଢି ମଧ୍ୟ କରନ୍ତି, ସେ ବର୍ତ୍ତମାନ ନିଜ ବି.କୋମ ପୁରା କରିଛନ୍ତି । ଆଜି ଜୟା କିଶୋରୀ ପୁରା ଦୁନିଆ ପାଇଁ ଏକ ଆଦର୍ଶ ପାଲଟି ଯାଇଛନ୍ତି ।