ଆସୁଛି ମହାବାତ୍ୟା ସିତରଙ୍ଗ : ଓଡିଶାର ଏହି ଜିଲ୍ଲାକୁ ରହିଛି ବଡ ବିପଦ ।

bh-0

ଆସୁଛି ମହାବାତ୍ୟା ‘ସିତରଙ୍ଗ’ । ଆସନ୍ତା ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରେ ସୁପର ସାଇକ୍ଲୋନ ସୃଷ୍ଟି ହେବା ନେଇ ଆମେରିକାର ପାଣିପାଗ ପୂର୍ବାନୁମାନ ସଂସ୍ଥା ଗ୍ଲୋବାଲ ଫରକାଷ୍ଟ ସିଷ୍ଟମ ତଥା ଜିଏଫଏସର ପୂର୍ବାନୁମାନ କରିଛି ।

ଜିଏଫଏସର ସୂଚନା ମୁତାବକ ଆସନ୍ତା ଅକ୍ଟୋବର ୧୭ରେ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହା ୧୮ ତାରିଖ ସୁଦ୍ଧା ସାଇକ୍ଲୋନିକ୍ ଝଡ଼ ସୃଷ୍ଟି କରିବାର ସମ୍ଭାବନା ରହିଥିବା ନେଇ ଜଳବାୟୁ ଏବଂ ପାଣିପାଗ ଗବେଷକ ମୋସ୍ତାଫା କମଲ ପଲାସ କହିଛନ୍ତି । ଆସୁଥିବା ଏହି ବାତ୍ୟାର ନାମ ‘ସିତାରଙ୍ଗ’ ରଖାଯାଇଛି । ଏହା ବାତ୍ୟା ମହାବତ୍ୟାର ରୂପ ନେଇପାରେ ବୋଲି ଗବେଷକ ପଲାସ କହିଛନ୍ତିି । ଆନ୍ଧ୍ର- ବାଂଲାଦେଶ ମଧ୍ୟରେ କୌଣସି ସ୍ଥାନରେ ଲ୍ୟାଣ୍ଡଫଲ ସମ୍ଭାବନା ରହିଛି । ମହାବାତ୍ୟା ହେଲେ ଘଣ୍ଟା ପ୍ରତି ୨୨୦ରୁ ୨୫୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି ।

କାନଡାସ୍ଥିତ ସସ୍‌କାଚ୍‌ୱାନ୍‌ ବିଶ୍ବବିଦ୍ୟାଳୟର ପାଣିପାଗ ଓ ଜଳବାୟୁ ଉପରେ ‘ପିଏଚ୍‌ଡି’ କରୁଥିବା ଗବେଷକ ତଥା ପାଣିପାଗ ବିଶେଷଜ୍ଞ ମୋସ୍ତାଫା କମଲ୍‌ ପଲାଶ୍‌ ସୋମବାର ଦିନ କହିଛନ୍ତି, ଅକ୍ଟୋବର ୧୭ରେ ସୃଷ୍ଟି ହେବାର ସମ୍ଭାବନା ଥିବା ଲଘୁଚାପଟି ଅକ୍ଟୋବର ୧୮ ସୁଦ୍ଧା ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ପାଲଟିବ ବୋଲି ଜଣାପଡୁଛି।

ଏହି ସାମୁଦ୍ରିକ ବାତ୍ୟାର ନାମ ‘ସିତ୍ରାଂ’ ରଖାଯିବ ବୋଲି ସେ କହିଛନ୍ତି।

ଏହି ସମ୍ଭାବ୍ୟ ବାତ୍ୟା ବାଲାଂଦେଶର ସୁନ୍ଦରବନ ଉପକୂଳ ଓ ଭାରତର ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିପାରେ ବୋଲି ୩ ଦିନ ତଳେ ପୂର୍ବାନୁମାନ ସୂଚନା ଦେଇଥିଲା। କିନ୍ତୁ, ରବିବାର ଦିନ ଜାରି ପୂର୍ବାନୁମାନରେ ସୂଚନା ଦିଆଯାଇଛି ଯେ, ସମ୍ଭାବ୍ୟ ବାତ୍ୟା ଭାରତର ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିପାରେ।

ତେବେ କେତେକ ବିଶେଷଙ୍ଗଙ୍କ ମତରେ ଏହି ଓଡିଶା ଉପକୁଳରେ ଧକା ହୋଇପାରେ ବୋଲି ସୁଚନା ରହିଛି । ତେବେ ଆଗାମୀ 2 ରୁ 3 ଦିନ ମଧ୍ୟରେ ଏହାର ଦିଗ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଞ୍ଗାନୀ ସୁଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *